ଭଞ୍ଜନଗର ଦକ୍ଷିଣ ବନଖଣ୍ଡ ବନ ବିଭାଗ ପକ୍ଷରୁ ବଡ ଧରଣର ଚଢାଉ : ଘର ଓ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ସହ କାଠ କଟା ସରଞ୍ଜାମ ଜବତ , ଅଭିଯୁକ୍ତ ଫେରାର୍
ବୁଗୁଡ଼ା :- ୨୬/୯ ଆଜି ଭୋରରୁ ବୁଗୁଡ଼ା ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ଜଣେ ବ୍ୟକ୍ତିଙ୍କ ଘରୁ ଓ ସାମ୍ନାରେ ଥିବା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ୍ ଚୋରା କାଠ ଜବତ କରାଯାଇଥିଲା। କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଏହି ବଡ ଧରଣର ଚଢାଉ ହୋଇଥିଲା। ଭଞ୍ଜନଗର ଦକ୍ଷିଣ ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେଉରାଙ୍କ ନିର୍ଦ୍ଦେଶ କ୍ରମେ ଓ ସ୍ଥାନୀୟ ପୋଲିସ୍ ର ସହାୟତାରେ କରାଯାଇଥିଲା। ଏହି ଚଢାଉ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ବଡ଼ି ଭୋରରୁ ଚଢାଉ ପାଇଁ ତୟାର୍ ହୋଇ ଘଟଣା ସ୍ଥଳରୁ କିଛି ଦୂରରେ ଛକି ରହିଥିଲେ। ସକାଳେ ୬ ଟା ହେବା ପରେ ଚଢାଉ ଆରମ୍ଭ ହୋଇଯାଇଥିଲା।
ବୁଗୁଡ଼ା ପୌରପରିଷଦ ର ୬ ନମ୍ଵର୍ ୱାର୍ଡ ସ୍ଥିତ ବୀରଧନଞ୍ଜୟ ପୁର୍ ଶାସନର ଗୋପିନାଥ ମନ୍ଦିର ପାର୍ଶ୍ୱରେ ଥିବା ନବ ପ୍ରଧାନଙ୍କ ଘରକୁ ଚଢାଉ କରି ତନଖି କରିଥିଲା ବନ ବିଭାଗ। ନବ ପ୍ରଧାନଙ୍କ ଘର ଅଗଣା, ବାରଣ୍ଡା ଓ ଛାତରୁ ମୂଲ୍ୟବାନ୍ ଚୋରା କାଠ ଜବତ କରିବା ସହ ସେହି ଘର ସାମ୍ନାରେ ଥିବା ଗୋପିନାଥ ମନ୍ଦିର ବେଢା ଭିତରୁ ମଧ୍ଯ ବହୁ ପରିମାଣର ଚୋରା କାଠ ସହ କାଠ କଟା କରତ, ପୁଲି, ପଲିସିଂ ମେସିନ୍, ମଟର ପ୍ରଭୃତି ବହୁ କାଠ କଟା ସରଞ୍ଜାମ ମଧ୍ଯ ଚଢାଉ ବେଳେ ସେଠାରୁ ଜବତ ହୋଇଥିଲା। ନବ ପ୍ରଧାନ ଜଣେ କାଠ ମାଫିଆ ଓ ସେ ଦୀର୍ଘ ଦିନରୁ ଚୋରା କାଠ ବ୍ୟବସାୟୀ ଚଳାଇ ଆସୁଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି। ବହୁ ଆଗରୁ ସେ ଟାର୍ଗେଟ ରେ ଥିଲେ ଓ ତାଙ୍କ ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ଆଖି ରଖାଯାଇଥିଲା ବୋଲି କହିଛନ୍ତି ବନାଞ୍ଚଳ ଅଧିକାରୀ।
ଜବତ କାଠ ମଧ୍ୟରେ ବହୁ ସଂଖ୍ୟାରେ ଶାଗୁଆନ୍, ଜାମୁ, ପଣସ ଆଦି ବିଭିନ୍ନ ମୂଲ୍ୟବାନ଼୍ କାଠପଟା ଥିବାବେଳେ ଶାଳ ଓ ଅନ୍ୟାନ୍ୟ କିସର ଦୁଆରବନ୍ଧ ଝରକା ପାଇଁ ଆବଶ୍ୟକ ସାଇଜ କାଠ ମଧ୍ଯ ରହିଛି। ଗୋପିନାଥ ମନ୍ଦିରର ପୂଜାରୀ ଜଗନ୍ନାଥ ନନ୍ଦଙ୍କ ଉପସ୍ଥିତିରେ ଏହି ତନଖି କରାଯାଇଥିଲା। ଚଢାଉରେ ଏସି. ଏଫ୍ ଓ ସଙ୍କର୍ଷଣ ବେହେରା, ପ୍ରଭାକର ନାୟକ, ବୁଗୁଡ଼ା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା, ଦକ୍ଷିଣ ବନଖଣ୍ଡ ମୋବାଇଲ ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟମଣି ସେଠୀ, କୃଷ୍ଣ ନାୟକ, ଅଶ୍ୱିନୀ କୁମାର ଦାସ, ବୁଗୁଡ଼ା ବନଖଣ୍ଡର ସମସ୍ତ ବନପାଳ, ବନରକ୍ଷୀ ଓ ଦକ୍ଷିଣ ବନଖଣ୍ଡର ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀ, ବୁଗୁଡ଼ା ପୋଲିସ ଥାନାର ୨ ଏସ୍ଆଇ କାର୍ତ୍ତିକ ନାୟକ, ମନୋଜ ପ୍ରଧାନ, ଏ ଏସ୍ ଆଇ ଯୁଧିଷ୍ଠିର ମହାଙ୍କୁଡ ପ୍ରମୁଖ ପୋଲିସ ଅଧିକାରୀ ମାନେ ସାମିଲ ଥିଲେ ଜବତ ୫୨.୬୬ ଘାନଫୁଟ କାଠର ମୂଲ୍ୟ ଏକ ଲକ୍ଷ୍ କୋଡ଼ିଏ ହଜାର ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଅଭିଯୁକ୍ତ ନବ ଫେରାର୍ ଥିବାରୁ ତାକୁ ଧରିବା ପାଇଁ ବନ ବିଭାଗ ପ୍ରୟାସ ଚଳାଇଛି।