ଦୃଷ୍ଟିକୋଣ ଏବଂ ଉଦ୍ଦେଶ୍ୟ :
ଓଡ଼ିଶା ସରକାର ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ପ୍ରତିଶ୍ରୁତିବଦ୍ଧ।ସରକାର ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା ସହିତ ଗବେଷଣା ଏବଂ ନବସୃଜନ (Innovation)କୁ ପ୍ରୋତ୍ସାହନ ଦେବା, ଶିଳ୍ପ-ଶିକ୍ଷା ସମ୍ପର୍କ ଏବଂଉଦ୍ୟୋଗୀତାକୁପ୍ରୋତ୍ସାହିତ କରିବା, ଦକ୍ଷତା ବିକାଶ ନିମନ୍ତେ ସୁଯୋଗ ପ୍ରଦାନ କରିବା ଆଦି ଲକ୍ଷ୍ୟ ରଖିଛନ୍ତି।
୨୦୨୪-୨୫ ଶିକ୍ଷାବର୍ଷରୁ ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି (ଏନଇପି),୨୦୨୦କାର୍ଯ୍ୟକାରୀ କରାଯାଇଛି । ଆମ ସରକାର ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (PM-USHA) ପ୍ରଣୟନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସହ ତା୩୧.୦୮.୨୦୨୪ ରିଖରେ ବୁଝାମଣା ପତ୍ରମଧ୍ୟସ୍ଵାକ୍ଷର କରିଛନ୍ତି।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ବ୍ୟୟ ବରାଦ :
୨୦୨୫-୨୬ ଆର୍ଥିକବର୍ଷ ପାଇଁ, ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗକୁ ୩୬୫୫.୮୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।
ପ୍ରଶାସନିକ ବ୍ୟୟ ନିମନ୍ତେ୧୮୯୫.୪୩ କୋଟି ଟଙ୍କାଏବଂ କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ୧୭୬୦.୩୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଓଡ଼ିଶାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ:
- ୧୭ଟି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ
- ୬ଟି ରାଜ୍ୟ ଘରୋଇ ବିଶ୍ୱବିଦ୍ୟାଳୟ
- ୩ଟି ଡ଼ିମଡ଼ ଟୁ ବି ୟୁନିଭର୍ସିଟି (Deemed to be University)
- ୮୨ଟି ସରକାରୀ ମହାବିଦ୍ୟାଳୟ
- ୬୪୮ଟି ଅଣ-ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ରହିଛି ।
ଭିତ୍ତିଭୂମି ଓ ଯୋଜନା
୧. ଭିତ୍ତିଭୂମି ବିକାଶ:
- ମହାବିଦ୍ୟାଳୟଓବିଶ୍ୱବିଦ୍ୟାଳୟଗୁଡ଼ିକରେଦିବ୍ୟାଙ୍ଗଛାତ୍ରଛାତ୍ରୀମାନଙ୍କପାଇଁଅନୁକୂଳ ପରିବେଶପ୍ରଦାନକରିବାସହଭିତ୍ତିଭୂମିର ବିକାଶ ଏବଂ ଆନୁଷଙ୍ଗିକ କାର୍ଯ୍ୟକ୍ରମ ନିମିତ୍ତ ୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଅଛି। ଚଳିତ ବର୍ଷ ଏଥି ନିମନ୍ତେ ୧୫ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଅଛି।
- ବିଶ୍ୱବିଦ୍ୟାଳୟ,ସରକାରୀମହାବିଦ୍ୟାଳୟଏବଂ ଅଣ-ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୪୦୫କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଅଛି। ଚଳିତ ବର୍ଷ ଏଥି ନିମନ୍ତେ ୩୭୫ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଅଛି।
- ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ୪୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଅଛି। ଚଳିତ ବର୍ଷ ଏଥି ନିମନ୍ତେ ୪୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଅଛି।
- ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପରୀକ୍ଷାଗାର ଅନୁଦାନ (laboratory grant) ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଅଛି। ଚଳିତ ବର୍ଷ ଏଥି ନିମନ୍ତେ ୩୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଅଛି।
୨. ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ–ଉଷା):
- ଉଚ୍ଚଶିକ୍ଷା କ୍ଷେତ୍ରରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଭିତ୍ତିଭୂମି ବିକାଶ, ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ସହ ସମସ୍ତ ବର୍ଗର ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ଭୂକ୍ତିକରଣକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ପ୍ରଣୟନ କରାଯାଇଛି।
- ପିଏମ-ଉଷା ଯୋଜନାରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ୬୦:୪୦ ଅନୁପାତରେ ପାଣ୍ଠି ପ୍ରଦାନ କରାଯିବ ଏବଂ ଚଳିତ ବର୍ଷ ପିଏମ-ଉଷା ଯୋଜନାରେ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
- ପିଏମ-ଉଷା ଯୋଜନାରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ୬୭୦କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି:-
(କ) ୪ ଗୋଟି ବିଶ୍ୱବିଦ୍ୟାଳୟ (ଯଥା: ରେଭେନ୍ସା, ବ୍ରହ୍ମପୁର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ)କୁ ୪୦୦ କୋଟି ଟଙ୍କା (@ ୧୦୦ କୋଟି ଟଙ୍କା ପ୍ରତି ବିଶ୍ୱବିଦ୍ୟାଳୟ ପାଇଁ) ମଞ୍ଜୁର କରାଯାଇଅଛି।
(ଖ) ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ – ୫ ଗୋଟି ବିଶ୍ୱବିଦ୍ୟାଳୟକୁ ୧୦୦କୋଟି ଟଙ୍କା (@ ୨୦ କୋଟି ଟଙ୍କା ପ୍ରତି ବିଶ୍ୱବିଦ୍ୟାଳୟ ପାଇଁ) ମଞ୍ଜୁର କରାଯାଇଅଛି।
(ଗ) ମହାବିଦ୍ୟାଳୟ ଭିତ୍ତିଭୂମି ବିକାଶ – ୨୪ ଗୋଟି ମହାବିଦ୍ୟାଳୟକୁ ୧୨୦କୋଟି ଟଙ୍କା (@ ୫ କୋଟି ଟଙ୍କା ପ୍ରତି ମହାବିଦ୍ୟାଳୟ ପାଇଁ) ମଞ୍ଜୁର କରାଯାଇଅଛି।
(ଘ) ଲିଙ୍ଗଗତ ସମାନତା – ୫ ଗୋଟି ଶିକ୍ଷାନୁଷ୍ଠାନକୁ ୫୦କୋଟି ଟଙ୍କା (@୧୦ କୋଟି ଟଙ୍କା ପ୍ରତି ଶିକ୍ଷାନୁଷ୍ଠାନ ପାଇଁ)ଅନୁମୋଦନ କରାଯାଇଅଛି।
କଲ୍ୟାଣକାରୀ ଯୋଜନା
୧. ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସହନ ଯୋଜନା:
- ଇ-ମେଧାବୃତ୍ତି:ମେଧାବୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ମେଧାବୃତ୍ତି ପାଇଁ ୭୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
(କ)୧୦,୦୦୦ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ୧୦,୦୦୦ ଟଙ୍କା
(ଖ) ୫,୦୦୦ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ୧୫,୦୦୦ ଟଙ୍କା
(ଗ) ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ୧୦,୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ୨୦,୦୦୦ ଟଙ୍କା ପ୍ରଦାନ କରାଯିବ ।
- ବ୍ୟାସକବି ଫକୀର ମୋହନ ଛାତ୍ରବୃତ୍ତି: ୨୦୨୫-୨୬ଆର୍ଥିକ ବର୍ଷରେବ୍ୟାସକବି ଫକୀର ମୋହନ ଛାତ୍ରବୃତ୍ତି ପାଇଁ ୧୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
(କ) ଓଡ଼ିଆ ସ୍ନାତକ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ପାଇଁ ୨୦,୦୦୦ ଟଙ୍କା ଏବଂ ଓଡ଼ିଆରେ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ପାଇଁ ୩୦,୦୦୦ ଟଙ୍କା (ଓଡିଶା ଭିତରେ ଏବଂ ବାହାରେ ଉଭୟ)।
(ଖ)୨୦୨୪-୨୫ ଆର୍ଥିକ ବର୍ଷଠାରୁ ଏହି ବୃତ୍ତି ଓଡ଼ିଆ ଭାଷାରେ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଥିବା ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ ମଧ୍ୟ ଲାଗୁ କରାଯାଇଅଛି।
- ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା:୨୦୨୫-୨୬ ଆର୍ଥିକ ବର୍ଷପାଇଁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେUnder Privileged ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୨୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।
- ସ୍ନାତକଓସ୍ନାତକୋତ୍ତରଛାତ୍ରଛାତ୍ରୀମାନଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ:ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ୨୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ୯,୦୦୦ ଟଙ୍କାରୁ ୧୧,୦୦୦ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବର ବ୍ୟବସ୍ଥା ରହିଛି ।
- ଉତ୍ତମ ଛାତ୍ରବୃତ୍ତି: ବିଦେଶରେ ସ୍ନାତକୋତ୍ତର ଏବଂ ଡକ୍ଟରେଟ୍ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ ପ୍ରତିବର୍ଷ ୩୦ ଜଣ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ପ୍ରତିଶତ ମାଗଣା ଛାତ୍ରବୃତ୍ତି ପ୍ରଦାନ କରାଯିବ ।
୨. ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା:ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନାରେଯୁକ୍ତ ୨ ଉତ୍ତୀର୍ଣ୍ଣହୋଇଥିବା ୧୫,୦୦୦ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ପ୍ରତିବର୍ଷ ଡିବିଟି (DBT)ମାଧ୍ୟମରେ ୩୦,୦୦୦ ଟଙ୍କା ପ୍ରଦାନ କରାଯାଉଅଛି। ଚଳିତ ବର୍ଷ ଏଥି ନିମନ୍ତେ ୫୪ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଅଛି।
୩. ଛାତ୍ରୀମାନଙ୍କର ଆତ୍ମରକ୍ଷା ପାଇଁ ତାଲିମ:ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆତ୍ମରକ୍ଷା କ୍ଲବ ପାଇଁ ୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଚଳିତ ବର୍ଷ ଏଥି ନିମନ୍ତେ ୧ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଅଛି ଏବଂ ସମସ୍ତ ମହାବିଦ୍ୟାଳୟମାନଙ୍କରେ ଆତ୍ମରକ୍ଷା କ୍ଲବକୁ ପରିଚାଳନା କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଅଛି।
୪. ଜାତୀୟ ସେବା ଯୋଜନା (ଏନଏସଏସ):ବୃକ୍ଷ ରୋପଣ ଅଭିଯାନ, ପରିମଳ, ରକ୍ତଦାନ ଶିବିର, ବିପର୍ଯ୍ୟୟ ସମୟରେ ସହାୟତା ଇତ୍ୟାଦି ସାମୁହିକ ସେବା କାର୍ଯ୍ୟପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ଏଥି ନିମନ୍ତେ ୨ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ୨୫ ଗୋଟି ବିଶ୍ଵବିଦ୍ୟାଳୟର ୧,୩୨,୮୦୦ ଜଣ ବିଦ୍ୟାର୍ଥୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ମଧ୍ୟ କରାଯାଇଅଛି।
୫.କଳିଙ୍ଗ ଶିକ୍ଷା ସାଥୀ ଯୋଜନା (KSSY):ଭାରତ ଏବଂ ବିଦେଶରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଋଣ ଉପରେ ୧୦୦ ପ୍ରତିଶତ ସୁଧ ରିହାତି ପ୍ରଦାନ କରିବା ପାଇଁ ୭କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ୧୮୦୬ ଜଣ ବିଦ୍ୟାର୍ଥୀଙ୍କ ନିମନ୍ତେ ୫ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଅଛି।
୬. ସିଭିଲ ସେବା ପ୍ରବେଶିକା ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ : ସିଭିଲ ସେବା ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ୨୦୦ ଆଶାୟୀଙ୍କୁ ମାଗଣା କୋଚିଂ ସହିତସେମାନଙ୍କର ରହଣି , ଖାଦ୍ୟ ପ୍ରଦାନ ଆଦି ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିମନ୍ତେ ୬.୭୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ଏଥି ନିମନ୍ତେ ୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଅଛି।
୭. ଗ୍ରୀନ ପାସେଜ୍ ଯୋଜନା:Biological/Adoptive Parents ନଥିବା କିମ୍ବା Single Parents householdର ପିଲାମାନଙ୍କ ପାଇଁ ବିଭିନ୍ନ ଶିକ୍ଷାଗତ ଖର୍ଚ୍ଚ ଛାଡ କରିବା ନିମନ୍ତେ ୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ଏଥି ନିମନ୍ତେ ୭୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଅଛି।
ଅନ୍ୟାନ୍ୟ ଯୋଜନା ଏବଂ ପଦକ୍ଷେପ
୧. ଶିକ୍ଷାର ବିକାଶ ପାଇଁ ସହାୟତା: ନୂତନ ଶିକ୍ଷା ନୀତି, ୨୦୨୦କାର୍ଯ୍ୟାନ୍ୱୟନ ପରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଶିକ୍ଷକମାନଙ୍କୁ ତାଲିମ ଦେବା ଏବଂ କର୍ମଶାଳା, ଆଲୋଚନା ଚକ୍ର ଆଦିର ଆୟୋଜନ କରିବା ପାଇଁ ୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ଏଥି ନିମନ୍ତେ ୪ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଅଛି।
୨. ଆମ ଗୌରବ ଆମ ମହାବିଦ୍ୟାଳୟ:ପୁରାତନ ଛାତ୍ରଛାତ୍ରୀଙ୍କର ଶିକ୍ଷାନୁଷ୍ଠାନ ସହିତ ସମ୍ପର୍କକୁ ସୁଦୃଢ଼ କରିବା (strengthening the alumni network) ଏବଂ ଶିକ୍ଷା ଅନୁଷ୍ଠାନର ବିକାଶ ପାଇଁ ୧୦ କୋଟି ଟଙ୍କା (Matching Share) ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ଏଥି ନିମନ୍ତେ ୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଅଛି।
୩. ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା: ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡ଼ା ଏବଂ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ଏଥି ନିମନ୍ତେ ୫ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଅଛି।
୪.ମୁଖ୍ୟମନ୍ତ୍ରୀ ଗବେଷଣା ଏବଂ ନବସୃଜନ ଯୋଜନା(Chief Minister Research and Innovation Fellowship Plan- CMRIFP): ୩୦୦ research fellowship, ୬୦ଟି seed funding initiative, ଉତ୍କର୍ଷ କେନ୍ଦ୍ର, ପ୍ରକାଶନ ସହାୟତା ଏବଂ Research Scholarଙ୍କ ପେଟେଣ୍ଟ (Patent) ପାଇଁ ୨୨.୫୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ଏଥି ନିମନ୍ତେ ୫ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଅଛି।
୫. ବୃତ୍ତି ପରାମର୍ଶ ଏବଂ ସଂସ୍ଥାପନକୋଷ (Career Counselling &Placement Cell): ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ନିମନ୍ତେ ଶିକ୍ଷାନୁଷ୍ଠାନ ମାନଙ୍କରେ Career Counselling & Placement Cell ପ୍ରତିଷ୍ଠା କରିବା ପାଇଁ ୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
୬.ଇଣ୍ଟର୍ନସିପ୍ ଏବଂ ଆପରେଣ୍ଟିସିପ (Internship &Apprenticeship): ବାର୍ଷିକ ୨.୫ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍ ଏବଂଆପରେଣ୍ଟିସିପ (Apprenticeship)ସୁଯୋଗ ପ୍ରଦାନ କରିବା ପାଇଁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ରେ ୨୦ କୋଟି ଟଙ୍କାର ପ୍ରାବଧାନ କରାଯାଇଅଛି। ଏଥିପାଇଁ NASSCOM, COURSERA, NSE, NATS, BFSAI ଏବଂ ଅନ୍ୟାନ୍ୟ ଶିଳ୍ପ ଉଦ୍ୟୋଗ ଏବଂ ଶିଳ୍ପ ଅଂଶୀଦାରମାନଙ୍କ ସହ Collaboration ମଧ୍ୟ କରାଯାଇଛି। ଚଳିତ ବର୍ଷ ସମସ୍ତ ମହାବିଦ୍ୟାଳୟରେ NASSCOM ଜରିଆରେ ଅନଲାଇନ skilling course ପ୍ରଦାନ କରାଯାଉଥିବା ବେଳେ ୮୬ ଗୋଟି ମହାବିଦ୍ୟାଳୟରେ COURSERA ମାଧ୍ୟମରେ skilling course ପ୍ରଦାନ କରାଯାଉଅଛି।
୭. ନବସୃଜନ, ଷ୍ଟାର୍ଟ-ଅପ୍, ଇନକୁବେସନ୍ ଏବଂ ଉଦ୍ୟୋଗୀତା ବିକାଶ: ଚଳିତ ବର୍ଷନବସୃଜନ(Innovation), ଷ୍ଟାର୍ଟ-ଅପ୍, ଇନକୁବେସନ୍ ଏବଂ ଉଦ୍ୟୋଗୀତା ବିକାଶ ନିମନ୍ତେ ମହାବିଦ୍ୟାଳୟ ସ୍ତରୀୟ, ବିଶ୍ୱବିଦ୍ୟାଳୟ ସ୍ତରୀୟ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାମାନ ଆୟୋଜନ କରାଯାଇ ଛାତ୍ରଛାତ୍ରୀମାନଙ୍କ ନୂତନ ଏବଂ ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ୨ କୋଟି ୭୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଅଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉଦ୍ୟୋଗୀତା ଏବଂମହାବିଦ୍ୟାଳୟରେ ଉଦ୍ୟୋଗୀତା କୋଷ (Entrepreneurship Cell) ପ୍ରତିଷ୍ଠା ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଅଛି।
୮. ଶିକ୍ଷାର ଆନ୍ତର୍ଜାତୀୟକରଣ: ନୂତନ ଶିକ୍ଷା ନୀତି, ୨୦୨୦ର ନିର୍ଦ୍ଦେଶାବଳୀ ଅନୁଯାୟୀ ଅନ୍ତର୍ଜାତୀୟ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟଙ୍କ ସହ student exchange program ଓ ଆମଛାତ୍ରଛାତ୍ରୀମାନଙ୍କୁ global exposure ପ୍ରଦାନ କରିବା ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଅଛି।
୯. ଓଡ଼ିଶା ରାଜ୍ୟ ଗବେଷଣା ପାଣ୍ଠି: ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କର ଗବେଷଣା ବିନିମୟ କାର୍ଯ୍ୟକ୍ରମ ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଅଛି।
୧୦. ବିଶ୍ୱବିଦ୍ୟାଳୟଗୁଡ଼ିକୁ ବହୁ ବିଭାଗୀୟ ଶିକ୍ଷା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟରେଉନ୍ନୀତକରିବା(MERU: Multidisciplinary Education and Research University): ନୂତନ ଶିକ୍ଷା ନୀତି, ୨୦୨୦ ଅଧୀନରେ ଚାରୋଟି ରାଜ୍ୟ ବିଶ୍ୱବିଦ୍ୟାଳୟକୁ (MERU)ରେ ଉନ୍ନୀତ କରାଯିବା ପାଇଁ ଯଥାବିଧି ପଦକ୍ଷେପ ଗ୍ରହଣ କରାଯାଉଅଛି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (PM-USHA)ପ୍ରଣୟନ ପାଇଁ ୨୦୨୪-୨୫ରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟସହ ତା୩୧.୦୮.୨୦୨୪ ରିଖରେ ବୁଝାମଣା ପତ୍ର ସ୍ଵାକ୍ଷର କରାଯାଇଅଛି। ୪ ଗୋଟି ବିଶ୍ୱବିଦ୍ୟାଳୟ (ଯଥା: ରେଭେନ୍ସା, ବ୍ରହ୍ମପୁର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ)କୁ ୪୦୦କୋଟିଟଙ୍କା(@ ୧୦୦ କୋଟି ଟଙ୍କା ପ୍ରତି ବିଶ୍ୱବିଦ୍ୟାଳୟ ପାଇଁ) ମଞ୍ଜୁର କରାଯାଇଅଛି।
୧୧. ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା (Information &Communication Technology-ICT) :ଚଳିତ ବର୍ଷ ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ICT ପ୍ରୟୋଗଶାଳା ପ୍ରତିଷ୍ଠା, ଭିତ୍ତିଭୂମି ବିକାଶଏବଂ ସଂଯୋଗୀକରଣ ଆଦି ଆନୁଷଙ୍ଗିକ କାର୍ଯ୍ୟକ୍ରମ ପାଇଁ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଅଛି।
୧୨. ଆଦିବାସୀ ଭାଷାଗୁଡ଼ିକୁ ସଂରକ୍ଷଣ ଏବଂ ପ୍ରୋତ୍ସାହନ ନିମନ୍ତେ ପ୍ରୟୋଗଶାଳା:୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଦିବାସୀ ଭାଷାଗୁଡ଼ିକର ସଂରକ୍ଷଣ ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ପରିଚାଳିତ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଭାଷା ପ୍ରୟୋଗଶାଳା ପ୍ରତିଷ୍ଠା ନିମନ୍ତେ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ସିଦ୍ଧାନ୍ତ: ଓଡ଼ିଶା ସରକାରଙ୍କ ୨୦୨୫-୨୬ ଆର୍ଥିକ ବର୍ଷର ଉଚ୍ଚଶିକ୍ଷା ବଜେଟ୍ ଗବେଷଣା, ନବସୃଜନଏବଂ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଆଦି ଉପରେ ଗୁରୁତ୍ୱାରୋପ କରୁଛି। ଶିକ୍ଷାନୁଷ୍ଠାନର ଭିତ୍ତିଭୂମି, ଛାତ୍ରବୃତ୍ତି, ଦକ୍ଷତା ବିକାଶ ଏବଂ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣରେ ଗୁରୁତ୍ୱପୂର୍ଣ୍ଣ ନିବେଶ ସହିତ, ଏହି ପଦକ୍ଷେପଗୁଡ଼ିକ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ମଧ୍ୟ ସୁନିଶ୍ଚିତ କରୁଛି । ବିଶ୍ୱ ସ୍ତରୀୟ ମାନଦଣ୍ଡ ସହିତ ସମନ୍ୱୟ ରଖି ଓଡ଼ିଶା ଉଚ୍ଚଶିକ୍ଷାରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ ହେବା ନିମନ୍ତେ ପ୍ରୟାସ ଜାରି ରହିଛି।