ନୂଆଦିଲ୍ଲୀ : ୨୦୨୨-୨୦୨୩ର ବାର୍ଷିକ ବଜେଟ୍ ପାରିତ ହୋଇ ଯାଇଛି । ଏହି ବଜେଟ୍ ରେ ଅଟୋ ମୋବାଇଲ୍ ର ମଧ୍ୟ ଘୋଷଣା କରାଯାଇଛି । ବିଶେଷ ଭାବରେ ଇଲେକ୍ଟ୍ରି ବାହାନ ଉପରେ । ଏହା ଛଡ଼ା ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ କହିଛନ୍ତି ଯେ ” ଇନ୍ଧନ କୁ ବଲେଣ୍ଡିଂ କରିବା ସରକାରଙ୍କ ପ୍ରାଥମିକତା ଅଟେ । ବ୍ଲେଣ୍ଡେଡ ଫୁଏଲ କୁ ପ୍ରାଥମିକତା ଦେବା ପାଇଁ ଅକ୍ଟୋବର ୧ ତାରିଖ ୨୦୨୨ ରୁ ବିନା ବ୍ଲେଣ୍ଡ କରାଯାଇଥିବା ଇନ୍ଧନ ର ମୂଲ୍ୟ ୨ଟଙ୍କା ପ୍ରତି ଲିଟର ବଢାଯିବ ।
ବ୍ଲେଣ୍ଡେଡ୍ ଫୁଏଲ କଣ –
ବ୍ଲେଣ୍ଡେଡ୍ ଫୁଏଲ ର ଅର୍ଥ ପେଟ୍ରୋଲ ସହିତ ଇଥେନାଲ୍ କୁ ମିଶାଇବେ । ଇଥେନାଲ ଗୋଟିଏ ବାୟୋ ଫୁଏଲ ଅଟେ ଯାହା ପର୍ଯ୍ୟାବରଣ କୁ ଦୂଷିତ କରି ନଥାଏ । ଭାରତ ସରକାର ଏହି ଇନ୍ଧନକୁ ଦେଶରେ ଚଳାଇବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରୁଛନ୍ତି । ଅକ୍ଟୋବର ମାସରୁ ଆପଣ ବିନା ଏଥେନାଲ ଯୁକ୍ତ ଫୁଏଲ ବ୍ୟବହାର କରି ପାରିବେ ନାହିଁ । ଯଦି ଆପଣ ବିନା ଏଥେନାଲ୍ ଯୁକ୍ତ ଫୁଏଲ ବ୍ୟବହାର କରିବେ ତେବେ ଆପଣଙ୍କୁ ୨ଟଙ୍କା ଅଧିକ ଦେବେ ।
ଭାରତର ବିଭିନ୍ନ ରାଜ୍ୟରେ ବିଭିନ୍ନ ତେଲ କମ୍ପାନୀ ଗୁଡ଼ିକ ଏଥେନାଲ୍ ଯୁକ୍ତ ଫୁଏଲ ବିକ୍ରି କରୁଛନ୍ତି । ଅନ୍ୟ ପକ୍ଷରେ ଅନେକ ଗୁଡ଼ିଏ ଘରୋଇ ତୈଳ କମ୍ପାନୀ ମାନେ ସୁଧ ପେଟ୍ରୋଲ ବିକ୍ରି କରୁଛନ୍ତି କିନ୍ତୁ ଏଥେନାଲ୍ ଯୁକ୍ତ ଫୁଏଲ ବିକ୍ରି କରୁ ନାହାନ୍ତି । ଏହା ସେହି ରାଜ୍ୟ ଓ ତୈଳ କମ୍ପାନୀ ମାନଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ ।
