ନୂଆଦିଲ୍ଲୀ : ୩୦ ବର୍ଷ ପୂର୍ବରୁ ଜାମ୍ମୁକାଶ୍ମୀରରୁ ପଳାୟନ କରିବାପାଇଁ ବାଧ୍ୟ ହୋଇଥିବା କାଶ୍ମୀର ପଣ୍ଡିତମାନଙ୍କ ସହିତ ସମବେଦନା ଦେଖାଇବାକୁ ଯାଇ ବ୍ରିଟେନର ସଂସଦରେ ସୋମବାର ଦିନ ଗୋଟିଏ ପ୍ରସ୍ତାବ ପ୍ରେରିତ ହୋଇଛି l ବ୍ରିଟେନର ସତରୂଢ଼ ପାର୍ଟିର ସାଂସଦ ବବ ବ୍ଲାକ ମ୍ୟାନ ଏହି ପ୍ରସ୍ତାବକୁ ସଦନରେ ପ୍ରେରିତ କରିଛନ୍ତି ,ଯାହାକୁ ଡେମୋକ୍ରାଟିକ୍ୱ ପାର୍ଟିର ସାଂସଦ ଜିମ ସେନନ ଓ ଲେବର ପାର୍ଟିର ସାଂସଦ ବୀରେନ୍ଦ୍ର ଶର୍ମା ସମର୍ଥନ କରିଛନ୍ତି l ହାଉସ ଅଫ କମନ୍ସରେ ଅଣାଯାଇଥିବା ଏକ EDM ରେ ୧୯୮୯ ରୁ ୧୯୯୦ ରେ ମୁସଲମାନ ଧର୍ମର ଶିକାର ହୋଇଥିବା କାଶ୍ମୀର ପଣ୍ଡିତ ମାନଙ୍କ ପରିବାର ପ୍ରତି ସହାନୁଭୂତି ଜଣ ଯାଇଛି l
ଏହି EDM ରେ କାଶ୍ମୀର ପଣ୍ଡିତ ମାନଙ୍କ ସାମୁହିକ ପଳାୟନକୁ ନରସଂହାର ଶ୍ରେଣୀରେ ରଖିବା ପାଇଁ ଦାବି କରାଯାଇଛି ଓ ଭାରତ ସରକାର ଙ୍କୁ ଅନୁରୋଧ କରାଯାଇଛି ଯେ ସଂଯୁକ୍ତ ରାଷ୍ଟ୍ରରେ ଏହି ନରସଂହାର ଅପରଧାକୁ ଅଟକାଇ ପାଇଁ ହୋଇଥିବା ଚୁକ୍ତିକୁ ନେଇ ଅଲଗା ପ୍ରକାରର ନିୟମ ତିଆରି କରାଯାଉ l ବ୍ରିଟିଶ ସାଂସଦ ବବ ବ୍ଲାକ ମ୍ୟାନ ଇଣ୍ଡିଆ ଟୁଡେଙ୍କୁ ସାକ୍ଷାତ ଦେଇ କହିଛନ୍ତି ,୩୦ ବର୍ଷ ପୂର୍ବରୁ ନିଜର ଘର ଛାଡିବା ପାଇଁ ବାଧ୍ୟ ହୋଇଥିବା କାଶ୍ମୀର ପଣ୍ଡିତ ମାନଙ୍କ ପରିବାରକୁ ଆଜି ମଧ୍ୟ ନ୍ୟାୟର ଆସl ରହିଛି l ମୁଁ କାଶ୍ମୀରରେ ହିନ୍ଦୁଙ୍କ ସହିତ ଅତ୍ୟାଚାରକୁ ନେଇ ପାଖାପାଖି ୩୦ ବର୍ଷ ହେଲା ସ୍ୱର ଉଠାଉଛି ଓ ତାଙ୍କର ଅଧିକାର ପାଇଁ କ୍ୟାମ୍ପନ କରୁଛି l
ଭାରତରେ ନରସଂହାର ଅପରାଧକୁ ନେଇ କୌଣସି ନିୟମ ନାହିଁ ,ସେଥିପାଇଁ ନ୍ୟାୟ ମିଳିବାକୁ ଡେରି ହେଉଛି ଓ ଦୋଷୀଙ୍କୁ ଆଜି ପର୍ଯ୍ୟନ୍ତ ଦଣ୍ଡ ମିଳିପାରୁ ନାହିଁ l ବ୍ରିଟେନରେ ନରସଂହାର ଅପରାଧ ପାଇଁ ଅଲଗା ନିୟମ ରହିଛି କାରଣ ବ୍ରିଟେନ ଅନ୍ତରାଷ୍ଟ୍ରୀୟ ଚୁକ୍ତିରେ ହସ୍ତାକ୍ଷର କରିଛି l ସେ କହିଛନ୍ତି ଯେ ମୋର ବିଶ୍ୱାସ ଅଛି ଭାରତ ସରକାର ମଧ୍ୟ ନିଜ ନାଗରିକଙ୍କ ପ୍ରତି ପ୍ରତିବଦ୍ଧତାକୁ ପୂରକରିବ l ବ୍ରିଟିଶ ସାଂସଦ ବବ ବ୍ଲାକ ମ୍ୟାନ କାଶ୍ମୀର ସମସ୍ୟାକୁ ନେଇ ଖୁବ ଆସି ଅଛନ୍ତି l ଜମ୍ମୁକାଶ୍ମୀରରେ ଅନୁଛେଦ ୩୭୦ ହଟାଯିବ ପରେ ବବ ବ୍ଲାକ ମ୍ୟାନ ଭାରତର ଏହି ନିଷ୍ପତିକୁ ସମର୍ଥନ କରିଥିଲେ l ସେ କହିଥିଲେ “ପୁରା ଜମ୍ମୁକାଶ୍ମୀରର ସଂପ୍ରଭୁତା ଭାରତର ଅଂଶ ଅଟେ l ଏମିତି ଲୋକ ଅଛନ୍ତି ଯେଉଁ ମାନେ ସଂଯୁକ୍ତ ରାଷ୍ଟ୍ରର ପ୍ରସ୍ତାବକୁ ଲାଗୁ କରିବାର କଥା କହୁଛନ୍ତି ,ସେମାନେ ସେହି ପ୍ରସ୍ତାବକୁ ଭୁଲି ଯାଉଛନ୍ତି ଯାହା ଅନୁସାରେ ରାଜ୍ୟର ଏକୀକରଣ ପାଇଁ ପାକିସ୍ତାନ ସେନାକୁ କାଶ୍ମୀର ଛାଡ଼ିଦେବା ଉଚିତ l