Odisha news

ବ୍ରିଟେନ ଅନୁସରଣ କଲା ଭାରତୀୟ ଆଧାରକାର୍ଡ଼, ନିଜ ଦେଶରେ ପ୍ରଚଳନ କରିବ ‘ବ୍ରିଟ କାର୍ଡ ‘

0

ବ୍ରିଟେନ ପ୍ରଧାନମନ୍ତ୍ରୀ କୀଏର ଷ୍ଟର୍ମର ନିକଟରେ ଭାରତ ଗସ୍ତରେ ଆସି ମୁମ୍ବାଇ ଯାଇଥିଲେ, ସେଠାରେ ସେ ଭାରତୀୟ ଆଧାରକାର୍ଡ଼ ର ଖୁବ ପ୍ରଶଂସା କରିଥିଲେ, ସେ କହିଛନ୍ତି ଯେ ଭାରତର ଏହି ସିଷ୍ଟମ ତାଙ୍କୁ ଖୁବ ପ୍ରଭାବିତ କରିଛି, ଏବଂ ନିଜ ଦେଶରେ ନୂଆ ଡିଜିଟାଲ ପରିଚୟ ଯୋଜନାରେ ବୃତ୍ତ କାର୍ଡ ପାଇଁ ମଡେଲ କରିବା ପାଇଁ ଚିନ୍ତା କରୁଛନ୍ତି l

ଆଧାର ଗୋଟିଏ ଏଭଳି ଡିଜିଟାଲ  ଆଇଡି ନମ୍ବର ଯାହା ପ୍ରତ୍ୟେକ ଭାରତୀୟ ନାଗରିକ ର ପରିଚୟ, ଏଥିରେ ନଃଗରିକ ମାନଙ୍କର ସଠିକ ତଥ୍ୟ, ଫିଙ୍ଗର ପ୍ରିଣ୍ଟ, ଚକ୍ଷୁର ଚିହ୍ନ ଭଳି ଵlୟୋ ମେଟ୍ରିକ ଜିନିଷ ଜଡିତ l ଏହା ସବୁ ସରକାରଙ୍କ ପାଇଁ ଜନସାଧାରଣ ଙ୍କର ଉପଯୁକ୍ତ ପ୍ରମାଣପତ୍ର, ଯାହାଦ୍ୱାରା ଲୋକେ ସରକାରୀ ଲାଭ ପାଇପାରିବେ l

ବ୍ରିଟେନ ର ଯୋଜନା କିଛି ଅଲଗା ରହିଛି, ବ୍ରିଟେନ ର ମୁଖ୍ୟ ଉଦେଶ୍ୟ ଅବୈଧ ଲାଭ ନେଉଥିବା ଲୋକଙ୍କୁ ଅଟକାଇବା, ଉଚିତ ଲୋକ ସରକାରୀ ସୁବିଧା ପାଇବା ଜରୁରୀ, କିନ୍ତୁ ସେଠାକାର ଲୋକେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚିନ୍ତିତ ରହିଛନ୍ତି l

ବ୍ରିଟେନ ପ୍ରଧାନମନ୍ତ୍ରୀ ନିଜର ମୁବାଇ ଗସ୍ତ ସମୟରେ ଇନଫୋସିସ ସହ – ସଂସ୍ଥାପକ ନନ୍ଦନ ନୀଲେକଣି ଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ, ଯିଏକି ଆଧାର କାର୍ଡ ଆରମ୍ଭ କରିବାର ମୁଖ୍ୟ ବ୍ୟକ୍ତି ଅଟନ୍ତି, ଉଭୟଙ୍କ ମଧ୍ୟରେ ବ୍ରିତୋ କାର୍ଡ କୁ ନେଇ ଚର୍ଚା ମଧ୍ୟ ହୋଇଥିଲା l

ବ୍ରିଟେନ ପ୍ରଧାନମନ୍ତ୍ରୀ ଙ୍କ ସହିତ ଆଲୋଚନା ସମୟରେ ଇମ୍ଫୋସିସ ସହ-ସମ୍ପାଦକ କହିଥିଲେ ଯେ ଭାରତରେ ଆଧାରକାର୍ଡ଼ ଦ୍ୱାରା ଅନେକ କାର୍ଯ୍ୟ ସରଳ ହୋଇ ଯାଇଛି, ବ୍ରିଟେନ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଯେ ଡିଜିଟାଲ ପରିଚୟ ଦ୍ୱାରା ଲୋକ ମାନଙ୍କର ଦୈନଦିନ କାର୍ଯ୍ୟ ସରଳ ହୋଇଯାଉ, ଏହା ନିରାଟ ସତ୍ୟ ଯେ ଭାରତୀୟ ଆଧାର ମଡେଲ ସାରା ଭାରତରେ ପ୍ରସିଦ୍ଧ ହୋଇ ସାରିଛି l

Leave A Reply