Odisha news

ଧୂମପାନ ଛାଡିବା ପାଇଁ ସାହାଯ୍ୟ କରେ ବାଇଗଣ

0

ବାଇଗଣ ଆମର ନିତ୍ୟ ବ୍ୟବହାର୍ଯ୍ୟ ପରିବା ମାନଙ୍କ ମଧ୍ୟରୁ ଗୋଟିଏ l କିନ୍ତୁ ଘରର କିଛି ସଦସ୍ୟ ଏପରି ହୋଇଥାନ୍ତି ଯେନ ମାନଙ୍କୁ ବାଇଗଣ ଆଦୌ ଭାଲାଗି ନଥାଏ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ବାଇଗଣର ଅନେକ ଔଷଧୀୟ ଗୁଣ ରହିଛି l ବିଶ୍ୱର ପ୍ରାୟ ଅଧିକାଂଶ ସ୍ଥାନରେ ଅଲଗାଅଲଗା ପ୍ରକାରର ବାଇଗଣ ଉତ୍ପାଦିତ ହୋଇଥାଏ ଏବଂ ସେମାନଙ୍କର ରଙ୍ଗ ମଧ୍ୟ ଅଲଗା ଦେଖା ଯାଇଥାଏ l ବାଇଗଣର ଭିଟାମିନ ,ଫେନୋଲିକ୍ସ ଓ ଆଣ୍ଟିଆକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ରହିଛି l

* ଧୂମପାନ ଛାଡି଼ବାରେ ସାହାଯ୍ୟ କରେ ବାଇଗଣ -ଧୂମପାନ କରୁଥିବା ବ୍ୟକ୍ତି ମାନେ ଛାଡିବାକୁ ଚାହିଁଲେ ମଧ୍ୟ ଛାଡି ପାରନ୍ତି ନାହିଁ l ଏହାକୁ ଛାଡି଼ବାରେ ସାହାଯ୍ୟ କରିଥାଏ ବାଇଗଣ l NCBI ର ଏକ ତଥ୍ୟ ଅନୁସାରେ ୧୦୦ ଗ୍ରାମ ବାଇଗଣର ପାଖାପାଖି ୦.୦୧ ମିଲିଗ୍ରାମ ନିକୋଟିନ ରହିଛି l ସିଗାରେଟ ପିୟୁଥିବା ବ୍ୟକ୍ତି ମାନଙ୍କ ପାଇଁ ଏତିକି ନିକୋଟିନର ମାତ୍ର ଖୁବ କମ ,ବିଶେଷଜ୍ଞ ମାନଙ୍କ ମତରେ ଯଦି ଜଣେ ବ୍ୟକ୍ତି ସିଗାରେଟ ଛାଡିବା ପାଇଁ ସ୍ଥିର କରି ସାରିଛି ତେବେ ଏହା ଛାଡିବାରେ ସାହାଯ୍ୟ କରିବ l

* ମଧୁମେହ ପାଇଁ ଲାଭଦାୟକ -ମଧୁମେହ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତି ମାନେ ବାଇଗଣକୁ ଉପଯୋଗ କଲେ ଲାଭଦାୟକ ହୋଇ ପାରିବେ l ବାଇଗଣରେ ଥିବା ଫେନୋଲିକ୍ସ ଟାଇପ ୨ ମଧୁମେହ ପାଇଁ ହିତକର l ଅନ୍ୟ ପକ୍ଷରେ ଫେନୋଲିକ୍ସରେ ଆଣ୍ଟିଆକ୍ସିଡେଣ୍ଟ ଗୁଣ ରହିଥିବା ହେତୁ ଷ୍ଟ୍ରେସକୁ କମ କରିବାରେ ସାହାଯ୍ୟ କରେ ଓ ଏକ ଗବେଷଣାରୁ ଜଣାପଡିଛି ଯେ ବାଇଗଣ ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣ କରିଥାଏ l

* ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରେ -ବାଇଗଣର ବ୍ୟବହାର କରିବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ l କାରଣ ମାନସିକ ସ୍ତରରେ ସୁସ୍ଥ ରହିବl ପାଇଁ ଆଇରନ ,ଜିଙ୍କ ,ଫୋଲେଟ ଓ ଭିଟାମିନ-ଏ ,ବି ଓ ସି ଆବଶ୍ୟକ ହୋଇଥାଏ ,ଯାହା ବାଇଗଣର ଉପଲବ୍ଧ ଥାଏ l ସେଥିପାଇଁ ଏପରି କୁହ ଯାଇଛି ଯେ ବାଇଗଣ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିବା ସହିତ ମାନସିକ ସନ୍ତୁଳନ ମଧ୍ୟ ଠିକ ରହିଥାଏ l

* ଏନିମିଆରୁ ରକ୍ଷା କରେ ବାଇଗଣ -ଏନିମିଆର ସମସ୍ୟା ମୁଖ୍ୟତଃ ଆଇରନ ଓ ଫୋଲେଟ ସହିତ ଭିଟାମିନ-ବି ୧୨ କମି କାରଣରୁ ଦେଖା ଯାଇଥାଏ l କିନ୍ତୁ ବାଇଗଣରେ ଆଇରନ ଓ ଫୋଲେଟ ଉଭୟ ଭରପୁର ମାତ୍ରାରେ ରହିଛି l ଏହି କାରଣରୁ ଆୟୁର୍ବେଦରେ ଏନିମିଆକୁ ଦୂରେଇବା ପାଇଁ ବାଇଗଣର ବ୍ୟବହାର ଖାଦ୍ୟରେ କରିବା ପାଇଁ କୁହାଯାଇଛି l

* ଅନିଦ୍ରା ସମସ୍ୟା ଦୂର କରେ -ବିଶେଷଜ୍ଞ ମାନଙ୍କ ମତରେ ବାଇଗଣରେ ଏସେଟାଇଲକୋଲିନ ଓ ଡେପୋମାଇନ ନାମକ ଦୁଇଟି ରସାଇନୀକ ପଦାର୍ଥ ମିଳିଥାଏ l ଏହା ମାନସିକ ସ୍ତରର ବିକାଶ କରିବା ସହିତ ଚିନ୍ତା ଓ ଅନିଦ୍ରା ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ l ଏହି କାରଣରୁ କୁହାଯାଇଛି ଯେ ବାଇଗଣର ଥିବା ଔଷଧୀୟ ଗୁଣ ଅନିଦ୍ରା ସମସ୍ୟାରୁ ଆରାମ ଦେଇଥାଏ l

Leave A Reply