Odisha news

“ସୁଇଜ ବିଜୁ ସେତୁ” ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

0

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ସ୍ଥିତ ଧୁଆଁପଦା ଠାରେ ଗୋବରୀ ନଦୀ ଉପରେ “ସୁଇଜ ବିଜୁ ସେତୁ” ର ଭିତ୍ତିପ୍ରସ୍ତର ସ୍ଥାପନ ଜିଲ୍ଳା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଦ୍ଵାରା ଶୁକ୍ରବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ସୁଜିତ୍ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ବିଧାୟକ ଶ୍ରୀ ମୁଦୁଲି, ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ପ୍ରକାଶ ବସ୍ତିଆ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, କୋରୁଅ ପଞ୍ଚାୟତ ସରପଞ୍ଚ ଅରଣ୍ୟ ନାୟକ, ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢି, ଜିଲ୍ଳା ପରିଷଦ ସଭ୍ଯ ସୁବଳ ବେହେରା, ସମିତି ସଭ୍ୟା ବନ୍ଦନା ପୁଝାରୀ ଆଦି ଯୋଗ ଦେଇଥିଲେ।

ଗୋବରୀ ନଦୀରେ ଉକ୍ତ ପୋଲ ନିର୍ମାଣ ହେବା ଦ୍ୱାରା କୋରୁଅ ପଞ୍ଚାୟତ ସମେତ ଓଷକଣା ପଞ୍ଚାୟତକୁ ଗମନାଗମନ ସୁବିଧା ହେବା ସହିତ ଜନସାଧାରଣଙ୍କର ଦୀର୍ଘ ଦିନର ସ୍ଵପ୍ନ ପୂରଣ ହୋଇ ପାରିଛି ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରକାଶ  କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଯୁବନେତା ସୁଶାନ୍ତ ପରିଡା, ରଞ୍ଜନ ଦାସ, ହିରଣ୍ୟ ନାୟକ, ନାରାୟଣ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜଗତସିଂହପୁର ବିଭାଜନର ସହକାରୀ ଯନ୍ତ୍ରୀ ଇଂ ସରୋଜ କୁମାର ସାମନ୍ତରାୟ, କନିଷ୍ଠ ଯନ୍ତ୍ରୀ ଇଂ ବିନୋଦ କୁମାର ତରାଇ ଆଦି ଉପସ୍ଥିତ ଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମିତ ଉକ୍ତ ପୋଲର ଦୈର୍ଘ୍ୟ ପାଖାପାଖି ୨୪୫ ମିଟର ରହିଥିବା ବେଳେ ନିର୍ମାଣ ପାଇଁ ଅଟକଳ ମୂଲ୍ୟ ୮ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ ସରୋଜ କୁମାର ସାମନ୍ତରାୟ ପ୍ରକାଶ କରିଛନ୍ତି।

Leave A Reply