Odisha news

ନିଜର ଖୁସି ମୁହୂର୍ତ୍ତକୁ ପଛରେ ପକାଇ ଅନ୍ୟର ମୁହଁରେ ହସ ଫୁଟେଇବା ପାଇଁ ରକ୍ତ ଦାନ କଲେ ବର ଓ କନ୍ୟା

0
ବ୍ରହ୍ମପୁର, ବ୍ରହ୍ମପୁର ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ଅନୁକୂଲ୍ୟରେ ପରିଷଦ ର ସଦସ୍ୟ ଧର୍ମରାଜ ପାତ୍ର ଓ ଲୋପାମୁଦ୍ରା ଜେନାଙ୍କ ବିବାହ ଉତ୍ସବ ଉପଲକ୍ଷେ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ନାମକ ରକ୍ତ ଦାନ ଶିବିର ଗୁଣ୍ଠବନ୍ଧ ଗ୍ରାମ ବଡ଼ ସାହି ରେ ଅନୁଷ୍ଠିତ ହୋଇଥିଲା । ନିଜର ଖୁସି କୁ ପଛରେ ପକାଇ ଅନ୍ୟ ର ମୁହଁ ରେ ହସ ଫୁଟେଇବା ପାଇଁ ଆଗେଇ ଆସିଲେ ନବ ଦମ୍ପତି ।
ପ୍ରଥମେ ବର ଧର୍ମରାଜ ରକ୍ତଦାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ କମ୍ ଓଜନ ହେତୁ କନ୍ୟା ଲୋପାମୁଦ୍ରା ଡାକ୍ତରଙ୍କ ପରାମର୍ଶ କ୍ରମେ ରକ୍ତଦାନ ରୁ ବିରତ ରହିଥିଲେ ।ଉଭୟ ବୃତ୍ତି ରେ ଶିକ୍ଷକ ,ଲୋପାମୁଦ୍ରା ଗୌତମୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟତ୍ରି ଥିବା ବେଳେ ଧର୍ମରାଜ ପୁରୁଷୋତ୍ତମପୁର ସ୍ଥିତ ଦୁର୍ଗାଦେବୀ ଶିଳ୍ପ ତାଲିମ ଅନୁଷ୍ଟାନରେ ପ୍ରିନ୍ସପାଲ ଥିବା ସହ ବିଭିନ୍ନ ସାମାଜିକ ସଂଗଠନ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ । ଆଜିର ଏହି ଶିବିର ରେ ସମୁଦାୟ ୧୬ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏ ଭଳି ମହତ୍ ଉଦ୍ଦେଶ୍ୟକୁ ଦେଖି ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ବର୍ଷ ତମାମ ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦ ମିଳିତ ଅନୁକୁଲ୍ୟ ରେ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ କାର୍ଯ୍ୟକ୍ରମ ଚାଲୁଛି l ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଵିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝି,
ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ ,ସମ୍ପାଦକ ଏମ୍ ଦିଲ୍ଲିପ କୁମାର,ବିଷ୍ଣୁ ପ୍ରସାଦ ଦାସ, ସିଲୁ ମହାନ୍ତି ,ବୃନ୍ଦାବନ ମହାନ୍ତି,ବଳରାମ ପାତ୍ର,ସ୍ୱାଧିନ ପାତ୍ର, ଗଣେଷ ଗୌଡ଼,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Leave A Reply