ବୋରିଗୁମ୍ମା : ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ପ୍ରଧାନମନ୍ତ୍ରୀ କେର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଦାନ।
ବୋରିଗୁମ୍ମା :– କରୋନା ଭାଇରସ ର ପ୍ରଭାବରେ ସାରା ବିଶ୍ୱ ଆଜି ସ୍ତବ୍ଧ ହୋଇସାରିଛି।ଆମର ଦେଶ ଭାରତ ମଧ୍ୟ ଏଥିରୁ ବର୍ତ୍ତି ନାହିଁ। ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ଆଶାତିତ ଭାବେ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ କରୋନ ଆକ୍ରାନ୍ତ ସଂଖ୍ୟା ୮୭ ରେ ପହଞ୍ଚିଲାଣି। କେନ୍ଦ୍ର ଓ ରାଜ୍ୟ ସରକାର କରୋନା କୁ ମୁକାବିଲା କରିବା ପାଇଁ ନୂଆ ନୂଆ ଯୋଜନା ଆରମ୍ଭ କରି କୋଟି କୋଟି ଟଙ୍କା ଖର୍ଚ୍ଚ କଲେଣି। ଏହି ବିପଦ ସମୟରେ ସାଧାରଣ ଲୋକ ଙ୍କ ଠାରୁ ସରକାରୀ କର୍ମଚାରୀ, ରାଜନୈତିକ ବ୍ୟକ୍ତି ମାନେ ପ୍ରଧାନମନ୍ତ୍ରୀ କେର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଦାନ କରିଛନ୍ତି। ବୋରିଗୁମ୍ମା ବ୍ଲକ ର ବିଭିନ୍ନ ବର୍ଗର ଲୋକେ ପ୍ରଧାନମନ୍ତ୍ରୀ କେର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଦାନ କରୁଛନ୍ତି। ବୋରିଗୁମ୍ମା ସହର ମଧ୍ୟରେ ଥିବା ସନ୍ତୋଶି ନଗର ବାସିନ୍ଦା ପ୍ରଧାନମନ୍ତ୍ରୀ କେର ଫଣ୍ଡ କୁ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସ୍ଥାନୀୟ ତହସିଲଦାର ସଞ୍ଜୀବ କୁମାର ସାହୁ ଙ୍କୁ ସାକ୍ଷାତ କରି ୨୫ ହଜାର ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି। ଦାନ ଅର୍ଥ ପ୍ରଦାନ ସମୟରେ ସନ୍ତୋଶି ନଗର ବାସିନ୍ଦା ରାଜ ସିଂ, କିଶୋର ଚନ୍ଦ୍ର ଦାସ , ସଞ୍ଜୟ ପଣ୍ଡା ଓ ଗଗନ ବେହେରା ଉପସ୍ଥିତ ଥିଲେ। ସେହିଭଳି ବୋରିଗୁମ୍ମା ଉପକଣ୍ଠ ରେ ଥିବା ସାଇ ସୁଧା ଫିଲିଙ୍ଗ ଷ୍ଟେସନ ର ମୁଖ୍ୟ ପରିଚାଳକ କେ.ସୁଧାକର ପ୍ରଧାନମନ୍ତ୍ରୀ କେର ଫଣ୍ଡ କୁ ୧୧,୧୧୧ ଟଙ୍କା ପ୍ରଦାନ କରିଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ଅଶୋକ କୁମାର ପାଉଲ ଙ୍କୁ ସାକ୍ଷାତ କରି ଦାନ ଅର୍ଥ ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି। ଚୋରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନେ ମିଶି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଏକ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ମେଡ଼ିକାଲ ଅଫିସର ଡ଼.ରାଜାରମ ସ୍ୱାଇଁ ଓ ଅନ୍ୟ ଅଧିକାରୀ ମାନେ କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ର ଙ୍କୁ ସାକ୍ଷାତ କରି ଦାନ ଅର୍ଥ ଡିମାଣ୍ଡ ଡ୍ରାଫ୍ଟ ରୂପେ ପ୍ରଦାନ କରିଛନ୍ତି। ସେହିପରି ବୋରିଗୁମ୍ମା ବ୍ଲକର ଗ୍ରାମ୍ୟ ରୋଜଗାର ସେବକ ସଂଘ ର କର୍ମକର୍ତ୍ତା ମାନେ ତିନି ଦିନ ର ଦରମା ସ୍ୱରୂପ ୨୦,୮୬୦ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଦାନ କରିଛନ୍ତି। ବିଡିଓ ପ୍ରଣୟ ରଞ୍ଜନ ବେହେରା ଙ୍କୁ ସାକ୍ଷାତ କରି ଦାନ ଅର୍ଥ ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି। ଦାନ ଅର୍ଥ ପ୍ରଦାନ ସମୟରେ ଜି ଆର ଏସ କର୍ମକର୍ତ୍ତା ଅମୂଲ୍ୟ ଷଡଙ୍ଗୀ, ପ୍ରଭାତ ରଥ, ପ୍ରଶାନ୍ତ ତ୍ରିପାଠୀ ଓ ଗୋଲକ ପଣ୍ଡା ଉପସ୍ଥିତ ଥିଲେ। ଶେଷରେ ସସାହାଣ୍ଡି ସେକ୍ଟର ର ଅଙ୍ଗନବାଡି କର୍ମୀମାନେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୧୯ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ କୁ ଯାଇ ଶାଖା ପରିଚାଳକ ଶ୍ରୀ ପାଉଲ ଙ୍କୁ ସାକ୍ଷାତ କରି ଦାନ ଅର୍ଥ ପ୍ରଦାନ କରିଛନ୍ତି।