Odisha news

ବିଇଓ କାର୍ଯ୍ୟାଳୟ ରେ ୭୧ ତମ ସମ୍ବିଧାନ ଦିବସ ପାଳିତ।

0
ବୋରିଗୁମ୍ମା (କେ.ସାକିଲି ଦୋରା)— ଆଜି ହେଉଛି ୭୧ ତମ ସମ୍ବିଧାନ ଦିବସ। ପ୍ରତିଟି ସରକାରୀ କାର୍ଯ୍ୟାଳୟ ରେ ଏହି ପବିତ୍ର ଦିବସ କୁ ପାଳନ କରାଯାଇଥାଏ। ବୋରିଗୁମ୍ମା ସ୍ଥିତ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ୭୧ ତମ ସମ୍ବିଧାନ ଦିବସ ପାଳିତ ହୋଇଛି। ଗୋଷ୍ଠି ଶିକ୍ଷା ଅଧିକାରୀ ଲୋକନାଥ ସୁନା ଙ୍କ ସଭାପତିତ୍ୱ ରେ ସମ୍ବିଧାନ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ବିଇଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମାନଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ଉପରେ ଶପଥ ପାଠ କରାଇଥିଲେ। ସମ୍ବିଧାନ ରୁ ଉର୍ଦ୍ଧରେ କେହି ନୁହନ୍ତି ବୋଲି କହିଥିଲେ।ଏହି ଅବସରରେ ଏବିଇଓ ଶତ୍ରୁଘ୍ନ ଖଣ୍ଡା, ଭଗବାନ ମାଝୀ, ସୁବାସ ଚନ୍ଦ୍ର ମାଝୀ, ଉପ ବିଭାଗୀୟ ଅଧିକାରୀ ବିପିନ ବିହାରୀ ଦାସ, ବରିଷ୍ଠ କିରାଣୀ ପ୍ରଶାନ୍ତ ଭଟ୍ଟ, ଶଶୀ ଦାସ,ମୁନୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହି ଭଳି ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ ହୋଇଥିଲା। କିନ୍ତୁ ତହସିଲ ଓ ବ୍ଲକ କାର୍ଯ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ ହୋଇ ନଥିବା ଜଣାଯାଇଛି। ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ଦିବସ ପାଳନ କରିବାକୁ ଦୁଇ ବଡ଼ ସରକାରୀ କାର୍ଯ୍ୟାଳୟ ଭୁଲିଗଲେ।
Leave A Reply