ବୋରିଗୁମ୍ମା (k.sakil dora)—- ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ର ଯୁଗ୍ମ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଯୋଶୀ ବୋରିଗୁମ୍ମା ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଯୋଶୀ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଯାଇ ବିଭିନ୍ନ ପ୍ରକାର କାର୍ଯ୍ୟ ର ତଦାରଖ କରିଥିଲେ। ବିଇଓ କାର୍ଯ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ନେଇ ବୈଠକରେ ଯୋଗ ଦେଇଥିଲେ।
ଏଥିସହ କାର୍ଯ୍ୟାଳୟ ର ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଯୋଶୀ ଙ୍କ ଗସ୍ତ ବେଳେ ପୂର୍ବତନ ବିଇଓ ଶ୍ରୀକାନ୍ତ ଯାନୀ, ବର୍ତ୍ତମାନ ବିଇଓ ଲୋକନାଥ ସୁନା, ଏବିଇଓ ଶତ୍ରୁଘ୍ନ ଖଣ୍ଡା, ଭଗବାନ ମାଝୀ, ସୁବାସ ଚନ୍ଦ୍ର ମାଝୀ,ଉପ ବିଭାଗ ଅଧିକାରୀ ବିପିନ ବିହାରୀ ଦାସ, ବରିଷ୍ଠ କିରାଣୀ ପ୍ରଶାନ୍ତ ଭଟ୍ଟ, ଶଶୀ ଦାସ, ମୁନୁ ସାହୁ, ନନ୍ଦିନୀ ବଡ଼ଜେନା, ଜଗଦୀଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ।ପ୍ରକାଶ ଥାଉକି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ର ଯୁଗ୍ମ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଯୋଶୀ ପୂର୍ବରୁ କୋରାପୁଟ ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ।