ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ନୂତନ ବିଇଓ ଭାବେ ଲୋକନାଥ ସୁନା ଯୋଗଦାନ କରିଛନ୍ତି। ନୂତନ ବିଇଓ ଶ୍ରୀ ସୁନା ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ଭାଲେର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିଇଓ ଭାବେ ପଦୋନ୍ନତି ପରେ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଶ୍ରୀ ସୁନା ଙ୍କୁ ବୋରିଗୁମ୍ମା ବିଇଓ ଭାବେ ନିଯୁକ୍ତି ଦେଇଛନ୍ତି। ବୋରିଗୁମ୍ମା ରେ ବିଇଓ ଭାବେ ଯୋଗଦାନ ପରେ ଶ୍ରୀ ସୁନା ଙ୍କୁ ଏବିଇଓ ଶତ୍ରୁଘ୍ନ ଖଣ୍ଡା, ଭଗବାନ ମାଝୀ, ସୁବାସ ଚନ୍ଦ୍ର ମାଝୀ ,ଉପ ବିଭାଗ ଅଧିକାରୀ ବିପିନ ବିହାରୀ ଦାସ, କର୍ମଚାରୀ ଶଶୀ ଦାସ, ମୁନୁ ସାହୁ ଓ କାର୍ଯ୍ୟାଳୟ ର ଅନ୍ୟ କର୍ମଚାରୀ ମାନେ ସ୍ୱାଗତ କରିଥିଲେ। ଆଜି ବୋରିଗୁମ୍ମା ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ମାନେ ନୂତନ ବିଇଓ ଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ। ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ସି ଏଚ ନାଗେଶ୍ୱର ରାଓ, ବେଣୁଧର ପଣ୍ଡା, ମୃତୁଞ୍ଜୟ ପଣ୍ଡା, ଏନ.କାମେଶ୍ୱର ରାଓ, କିଶୋର ସାହୁ, ସୁମନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।