Odisha news

ଓଜେୟୁ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

0
ବୋରିଗୁମ୍ମା / କୋଟପାଡ଼(କେ.ସାକିଲି ଦୋରା) : ଓଡିଶା ସାମ୍ବାଦିକ ସଂଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ କୋଟପାଡ଼ ଠାରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିଲା। କୋରାପୁଟ ଜିଲ୍ଲା ଓଜେୟୁ ର ସଭାପତି କେ.ଶ୍ରୀନିବାସ ରାଓ ଙ୍କ ସଭାପତିତ୍ୱ ରେ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ଦୁରୂପତା ଭତ୍ରା ଯୋଗ୍ ଦେଇଥିଲେ। ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଆରମ୍ଭ ହୋଇଥିଲା।
ସେହି ଦିନ ଠାରୁ ପ୍ରତିବର୍ଷ ନଭେମ୍ବର ୧୬ ତାରିଖ କୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନଟି ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଙ୍କ ପରେ ମହାନ ଦିନ ବୋଲି ସଂଘ ସଭାପତି ଶ୍ରୀ ରାଓ କହିଥିଲେ।ପ୍ରତି ମୁହୂର୍ତ୍ତରେ ସାମ୍ବାଦିକ ସଜାଗ ରହୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସାମ୍ବାଦିକ ଙ୍କ ପାଇଁ କୌଣସି ଆଖିଦୃଶିଆ ସୁରକ୍ଷା ସରକାର କରିନାହାନ୍ତି ବୋଲି ସଂଘ ର ଉପ ସଭାପତି ହରିଷ ପଟ୍ଟନାୟକ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ କେ.ସାକିଲି ଦୋରା,ଦୟାନିଧି ପଟ୍ଟନାୟକ,ଚନ୍ଦ୍ରକାନ୍ତ ସୁତାର, ସୁକାନ୍ତ କୁମାର ମାଝି ,ସୁଜିତ କୁମାର ପଣ୍ଡା, କାଳି ପ୍ରସାଦ ପଣ୍ଡା ଓ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲ ।
Leave A Reply