ବୋରିଗୁମ୍ମା (କେ.ସାକିଲି ଦୋରା)–କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ର କାର୍ଯ୍ୟ ତଦାରଖ କରିବା ପାଇଁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ର ଦୁଇ ଜଣିଆ ଟିମ ବୋରିଗୁମ୍ମା ଗସ୍ତ କରିଛନ୍ତି। ଏହି ପରିପେକ୍ଷୀରେ କାମରା ଏବଂ ନୂଆଗାଁ ଗ୍ରାମପଞ୍ଚାୟତ ରେ ଗସ୍ତ କରି ଦୁଇ ଜଣିଆ କେନ୍ଦ୍ରୀୟ ଟିମ ବିଭିନ୍ନ କେନ୍ଦ୍ର ସରକାରଙ୍କ ର ଯୋଜନା ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଓ ପରିମଳ, ଶ୍ରମିକଙ୍କୁ ମନରେଗା ଯୋଜନା ରେ ପାରିଶ୍ରମିକ ଠିକ ସମୟରେ ମିଳୁଛି ନା ନାହିଁ ପି ଏମ ଜି ଏସ ୱାଇ, ପାର୍କ, ମେଗା ପ୍ରୋଜେକ୍ଟ ଆଦି ବୁଲି ଦେଖି ଥିଲେ।
ରବିବାର ଦିନ ସେମାଳାଗୁଡା ପଂଚାୟତ ଗସ୍ତ ରେ ଯାଇ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମୀକ୍ଷା କରି ଉକ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଅବଗତ କରିବେ ।ଏହି ଗସ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ମାନିଟରିଂ କମିଟି ସଦସ୍ୟ ଲଲନ ପାଠକ, ପ୍ରବୀଣ କୁମାର ଯାଦବ, ଡ଼ି ଆର ଡ଼ି ଏ କୋରାପୁଟ ର ମହେଶ୍ୱର ନାୟକ ସ୍ଥାନୀୟ ବିଡ଼ିଓ , ଡିପିଏମ ଓଏଲଏମ ସସ୍ମିତା ସାମନ୍ତରାୟ, ସ୍ଥାନୀୟ ବିଡିଓ ପ୍ରଣୟ ରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ,ବିଭିନ୍ନ ପଞ୍ଚାୟତ ର ସୁରପଞ୍ଚ, ସମିତି ସଭ୍ୟ ଏବଂ ଜନସାଧରଣ ଯୋଗଦେଇଥିଲେ !