ବୋରିଗୁମ୍ମା(କେ.ସାକିଲି ଦୋରା।)—କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ତାରାଭଟା ଠାରେ ଥିବା ବି ସିଂହପୁର ଥାନା ର ନୂତନ କୋଠା ଉଦଘାଟିତ ହୋଇ ଯାଇଛି ।ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ଦ୍ଵାରା ଭାରଚୁଆଲ ମାଧ୍ୟମରେ ନୂତନ କୋଠାଟି ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା । ଏହି ଉଦଘାଟନ ସଭାରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ , କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି,ବୋରିଗୁମ୍ମା ଏସ୍ଡିପିଓ ହରେକୃଷ୍ଣ ମାଝୀ,ବୋରିଗୁମ୍ମା ଆଇଆଇସି ବିଶ୍ଵଜିତ ମହାନ୍ତି,ବିସିଂହପୁର ଥାନା ଅଧିକାରୀ ଦାମଦୋର ବିହାରୀ ,ବୋରିଗୁମ୍ମା ବ୍ଲକ ଅଧ୍ୟକ୍ଷା ବିମଳା ଚାଲାଣ ,ବୋରିଗୁମ୍ମା ବିଡିଓ ପ୍ରଣୟ ରଞ୍ଜନ ବେହେରା ,ବୋରିଗୁମ୍ମା ତହସିଲଦାର ସୁବାଷ ଚନ୍ଦ୍ର ରଇତ ପ୍ରମୁଖ ମଞ୍ଚାସିନ ହୋଇ ଉପସ୍ଥିତ ଅଞ୍ଚଳବାସୀଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। । ଅତିଥି ମାନେ ପୋଲିସ ଏବଂ ଜନତାଙ୍କ ମଧ୍ୟରେ କିଭଳି ସୁସମ୍ପର୍କ ସୃଷ୍ଟି ହୋଇ ପାରିବ ,ଅଂଚଳରେ ଅଧିକ ଆଇନ ଶୃଙ୍ଖଳା ରକ୍ଷା ହୋଇ ପାରିବ ସେ ନେଇ ପୋଲିସ ସବୁବେଳେ ଜାଗ୍ରତ ଥିବା କହିଛନ୍ତି ।ସୂଚନା ଯୋଗ୍ୟଯେ ଏହି ବି ସିଂହପୁର ଅଞ୍ଚଳରେ ୧୯୪୯ ମସିହାରେ ଥାନାଟି ସ୍ଥାପନ ହୋଇଥିବାବେଳେ ଏହି ଥାନା ଉପରେ ବ୍ଳକର ୧୭ଟି ପଂଚାୟତର ୧୭୨ଟି ଗ୍ରାମର ପାଖାପାଖି ୭୦ ହଜାର ଲୋକେ ନିର୍ଭର କରୁଛନ୍ତି । ନବନିର୍ମିତ କୋଠାଟି ୮୪ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ କରାଯାଇଥିବା ପୋଲିସ ହାଉସିଂ ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି। ସ୍ଥାନୀୟ ଅଂଚଳ ବାସୀ ଥାନା ର ନୂତନ କୋଠା ହେବା ଦ୍ୱାରା ପୋଲିସ କୁ ସୁବିଧା ହେବ ବୋଲି କହିଛନ୍ତି। ଏସ ପି ବରୁଣ ଗୁଣ୍ଟୁପାଲ୍ଲୀ କହିଛନ୍ତି ଯେ ପୋଲିସ କର୍ମଚାରୀ ମାନଙ୍କ ପାଇଁ ବୋରିଗୁମ୍ମା ଓ ବି ସିଂହପୁର ଥାନା ରେ ଖୁବଶୀଘ୍ର କ୍ବାର୍ଟର ନିର୍ମାଣ କରାଯିବ।
Comments are closed.