Odisha news

ଟ୍ରାକ୍ଟର ଧକାରେ ଜଣେ ମୃତ ଜଣେ ଗୁରୁତର।

ବୋରିଗୁମ୍ମା(କେ.ସାକିଲି ଦୋରା)—ବୋରିଗୁମ୍ମା ବ୍ଲକ ଅଧିନ ବିସିଂହପୁର ଥାନା ଅନ୍ତର୍ଗତ ସେମଳାଗୁଡା -ମୁଣ୍ଡାଗୁଡା ରାସ୍ତା ରେ  ଶୁକ୍ରବାର ରାତି ରେ ଏକ ଟ୍ରାକ୍ଟର  ଧକ୍କା ରେ ଜଣେ ମୃତ ଆଉ ଜଣେ ଗୁରୁତର  ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ସେମଳାଗୁଡ଼ା ଗ୍ରାମର ହରିଜନ ସାହି ର କୁସ ମହୁରିୟା  ଓ  ଗୁରୁତର ବ୍ୟକ୍ତି ଜଣକ  ସେମଳାଗୁଡା ଗ୍ରାମର ଦଶରଥ ହରଜନ ବୋଲି ଜଣାପଡିଛି। ତାଙ୍କୁ କୋରାପୁଟ ଜିଲା ମେଡିକାଲ କଲେଜ ରେ ଭର୍ତି କରାଯାଇଛି।  ଶୁକ୍ରବାର ରାତି ୮ଟା  ସମୟ ରେ ଘଟିଛି।ଘଟଣାରୁ ପ୍ରକାଶ ଯେ  ବିସିଂହପୁର ଥାନା ଅନ୍ତର୍ଗତ ସେମଲାଗୁଡା ଗ୍ରାମର କୁସ ମହୁରିୟା,ଦଶରଥ ହରିଜନ ଅନ୍ୟ ଦୁଇଜନ  ଙ୍କ ସହ ମୁଣ୍ଡାଗୁଡା  ଗ୍ରାମରୁ ନିଜ କାମ ସାରି ନିଜ ଗ୍ରାମ ସେମାଳା ଗୁଡ଼ା କୁ ରାସ୍ତା ରେ  ଚାଲି ଚାଲି ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର  ତାଙ୍କୁ ଧକ୍କା ଦେଇ ବୋରିଗୁମ୍ମା ଆଡେ ଚିଲିଯାଇଥିଲା। ଘଟଣା ସ୍ଥଳରେ କୁଶ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦଶରଥ ଗୁରୁତର ଆହତ ହୋଇଥିଲେ।ଅନ୍ୟ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ଗ୍ରାମବାସୀ ପହଞ୍ଚି ଗୁରୁତର ଦଶରଥ ଙ୍କୁ ସେଠାରୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଦୁର୍ଘଟଣା ଘଟାଇଥିବା ଗାଡି ଟି ଚମ୍ପଟ ମରୁଥିବାରୁ,ଗାଡି କୁ ତୁରନ୍ତ ଧରାଯାଉ ବୋଲି ଗ୍ରାମବାସୀ ଦାବି କରିଥିଲେ।ଖବର ପାଇ ବିସିଂହପୁର  ଥାନା ଅଧିକାରୀ ତାଙ୍କ ଟିମ ସହ ଘଟଣା ସ୍ଥଳରେ ରେ ପହଞ୍ଚି ଲୋକ ଙ୍କୁ ବୁଝାସୁଝା କରିଥିଲେ।ହେଲେ ଗ୍ରାମବାସୀ ଗାଡି ନଧରିବା ପଫାଯ୍ୟନ୍ତ  ଶବ ଉଠିବ ନାହିଁ ବୋଲି ଜିଦ କରି ରାସ୍ତା ରେରାତି ତମାମ ବସି ରହିଲେ।ଏମିତି କି ଶନିବାର ଦିନ ସକାଳୁ  ଶବ ରଖି ରାସ୍ତା କୁ ଅବିରୋଧ କରିଥିଲେ ଗ୍ରାମବାସୀ। ଦିନ ୩ଟା ବେଳେ ଗାଡି ର ଠାବ ହୋଇଥିବା ପୋଲିସ ସୂଚନା ଦେବାପରେ ଶବ ଉଠାଇ ବ୍ୟବଛେଦ ପାଇଁ ପଠା ଯାଇଥିଲା।ଏନେଇ ବିସିଂହପୁର ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି  ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର କୁ ଠାବ କରାଯାଇଛି ଗାଡିଚାଳକ ଫେରାର ଥିବା କହିଛନ୍ତି ଥାନା ଅଧିକାରୀ ଦାମୋଦର ବିହାରୀ।
Nalco

Comments are closed.