Odisha news

ବିନା ଟ୍ରାଫିକ ପୋଲିସ ରେ ଟ୍ରାଫିକ ବ୍ୟବସ୍ଥା

ବୋରିଗୁମ୍ମା (କେ.ସାକିଲି ଦୋରା)—- କୋରାପୁଟ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ବ୍ଲକ ହେଉଛି ବୋରିଗୁମ୍ମା ସହର। ଏଠାରେ ଗୋଟିଏ ବୋଲି ଟ୍ରାଫିକ ପୋଷ୍ଟ ରହିଛି।ବୋରିଗୁମ୍ମା ମୁଖ୍ୟ ଛକ ଠାରେ ଟ୍ରାଫିକ ପୋଷ୍ଟ ଟି ଜାତୀୟ ରାଜପଥ ୨୬ ଓ ୬୩ କୁ ସଂଯୋଗ କରୁଛି।ଜିଲ୍ଲା ପୋଲିସ ବୋରିଗୁମ୍ମା ଟ୍ରାଫିକ ବ୍ୟବସ୍ଥା ର ସୁପରିଚାଳନା ପାଇଁ ଦୁଇଟି ଟ୍ରାଫିକ କନେଷ୍ଟବଳ ସହ ଗୋଟିଏ ହୋମଗାର୍ଡ କୁ ନିଯୁକ୍ତି ଦେଇଥିଲେ। ସକାଳ ୮ ରୁ ରାତି ୮ ଟା ପର୍ଯ୍ୟନ୍ତ ଟ୍ରାଫିକ ପରିଚାଳନା ଠିକ ଭାବେ ଚାଲୁଥିଲା। କିନ୍ତୁ ଜିଲ୍ଲା ପୋଲିସ ଏଠାରେ କାର୍ଯ୍ୟରତ ଦୁଇ କନେଷ୍ଟବଳ କୈଳାସ ଚନ୍ଦ୍ର ମିଶ୍ର ଙ୍କୁ ଜୟପୁର ଟ୍ରାଫିକ ଓ ସନ୍ତୋଷ କୁମାର ମାଝୀ ଙ୍କୁ ଲଷ୍ମୀପୁର ଥାନା କୁ ବଦଳି ପରେ ଟ୍ରାଫିକ ପୋଷ୍ଟ କୁ ପରିଚାଳନା ପାଇଁ ଜଣେ ମାତ୍ର ହୋମଗାର୍ଡ ରହିଛି। ଏଣୁ ବହୁ ସମୟରେ ଟ୍ରାଫିକ ଗହଳି ରହୁଥିବା ଯୋଗୁଁ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା କୁ ଏଡାଇ ଦିଆଯାଇନପାରେ। ବାହାର ରାଜ୍ୟରୁ ଆସୁଥିବା ମାଲ ପରିବହନ ଗାଡି ର ଡ୍ରାଇଭର  ପାଇଁ ଟ୍ରାଫିକ ପୋଷ୍ଟ ରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଏଣୁ ଜିଲ୍ଲା ପୋଲିସ ତୁରନ୍ତ ବୋରିଗୁମ୍ମା ଟ୍ରାଫିକ ପୋଷ୍ଟ ରେ କନେଷ୍ଟବଳ ନିଯୁକ୍ତି କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।
IEC 2 years

Comments are closed.