ବୋରିଗୁମ୍ମା (କେ.ସାକିଲି ଦୋରା)—-ଚଳିତ ବର୍ଷ ବିନା ପରୀକ୍ଷାରେ ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି।ମାଟ୍ରିକ ବୋର୍ଡ଼ ର ଏହି ଐତିହାସିକ ନିଷ୍ପତ୍ତି କୁ ପ୍ରଥମେ ଅଭିଭାବକ ମାନେ ନିଜ ସହମତି ପ୍ରକାଶ କରିଥିଲେ। କିନ୍ତୁ ମାଟ୍ରିକ ଫଳାଫଳ ପରେ ଅଭିଭାବକ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଏହିଭଳି ଅସନ୍ତୋଷ ଦେଖାଦେଇଛି ବୋରିଗୁମ୍ମା ବ୍ଳକ ସଦର ମହକୁମା ରେ।ଯେଉଁ ପିଲାମାନେ ନବମ ଓ ଦଶମ ପରି ବୋର୍ଡ଼ ରେ ଭଲ ନମ୍ବର ରଖିଥିଲେ ସେମାନେ ବୋର୍ଡ ରେ କମ ନମ୍ବର ରଖିଥିବା ଅଭିଯୋଗ ହେଉଛି। ତେବେ ଚଳିତ ବର୍ଷ ବୋରିଗୁମ୍ମା ବ୍ଲକରେ ମାଟ୍ରିକ ପାସ ହାର ୯୮.୯୩ ପ୍ରତିଶତ ରହିଛି। ବ୍ଲକରେ ମୋଟ ୧୭୬୯ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଫର୍ମ ଫିଲାପ କରିଥିଲେ। ସେଥି ମଧ୍ୟରୁ ୧୭୩୮ ମାଟ୍ରିକ ପାସ କରିଥିବା ବୋରିଗୁମ୍ମା ଵିଇଓ ଲୋକନାଥ ସୁନା ସୂଚନା ଦେଇଛନ୍ତି। ସେଥି ମଧ୍ୟରୁ ଏ- ୨ ରେ ୧୨ ଜଣ,ବି-୧ ରେ ୬୦ ଜଣ, ବି-୨ ରେ ୧୧୯ ଜଣ, ସି ଗ୍ରେଡ ରେ ୩୪୮ ଜଣ, ଡ଼ି ଗ୍ରେଡ ରେ ୭୧୮ ଜଣ ଓ ଇ ଗ୍ରେଡ଼ ରେ ୪୮୧ ଜଣ ପାସ କରିଛନ୍ତି। ବ୍ଲକରେ ମୋଟ ୨୯ ଜଣ ଫେଲ ହୋଇଥିବା ସୂଚନା ମିଳିଛି। ବ୍ଳକ ର ମୋଟ ୩୧ ଗୋଟି ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ୨୪ ଗୋଟି ହାଇସ୍କୁଲ ରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି।
Comments are closed.