Odisha news

ଛତିଶଗଡ଼ ଫେରିବା ସମୟରେ ଜାମୁଣ୍ଡା ଠାରେ ସଶସ୍ତ୍ର ଡକାୟତି : ପୋଲିସ ଦ୍ୱାରା ସ୍କରପିଓ ଉଦ୍ଧାର।

0
ବୋରିଗୁମ୍ମା (କେ.ସାକିଲି ଦୋରା)—-ବୋରିଗୁମ୍ମା ଥାନା ଅନ୍ତର୍ଗତ ଜାମୁଣ୍ଡା ଗ୍ରାମ ନିକଟରେ ଛତିଶଗଡ଼ ରାଜ୍ୟ କୁ ଫେରୁଥିବା ବେଳେ ସଶସ୍ତ୍ର ଡକାୟତି ଘଟଣା ଘଟିଯାଇଛି।ସ୍କରପିଓ ରେ ଯାଉଥିବା ବେଳେ ସ୍କରପିଓ ସମେତ ୯୬ ହଜାର ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି।ଘଟଣା ଅନୁସାରେ ଛତିଶଗଡ଼ ରାଜ୍ୟ ବସ୍ତର ଜିଲ୍ଲାର ସାହୁଲ ବାଘେଲ ନିଜ ମାଲିକ ସମ୍ବାରୁ ରାମନାଗ ଏକ ସ୍କରପିଓ ନମ୍ବର ସିଜି ୧୭ସି-୨୭୭୧ ଗାଡ଼ିରେ ବସ୍ତର ଜିଲ୍ଲା ନେନମାର ରୁ ୮ ଜଣ ଶ୍ରମିକଙ୍କୁ ନେଇ ଆନ୍ଧ୍ରପ୍ରଦେଶ ରାଜ୍ୟର ପାଲାସା ଯାଇ ଶ୍ରମିକ ମାନଙ୍କୁ ସେଠାରେ ଛାଡ଼ି ନିଜ ରାଜ୍ୟ କୁ ଫେରୁଥିଲେ।ଫେରିବା ରାସ୍ତାରେ କୋରାପୁଟ ଜିଲ୍ଲାର ହରଡ଼ାପୁଟ ଠାରୁ ବାମରାସ୍ତା କୁ ଜାମୁଣ୍ଡା ଗ୍ରାମ ଦେଇ ଛତିଶଗଡ଼ ଫେରିଥାନ୍ତେ।କିନ୍ତୁ ଜାମୁଣ୍ଡା ଗ୍ରାମ ନିକଟରେ ଚାରି ଦୁର୍ବୃତ୍ତ ସ୍କରପିଓ କୁ ଅଟକାଇ ଗାଡ଼ିରେ ଥିବା ଡ୍ରାଇଭର ସାହୁଲ ବାଘେଲ ଓ ଅନ୍ୟ ଜଣେ ସାଇବ ପୋଲାମ କଶ୍ୟପ କୁ ନିସ୍ତୁକ ମାଡ଼ ମାରିବା ସହ ଦୁଇ ଜଣଙ୍କ ଠାରୁ ୯୬ ହଜାର ଟଙ୍କା ଓ ସ୍କରପିଓ ନେଇ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲେ।ତା ପରଦିନ ବୋରିଗୁମ୍ମା ଥାନା କୁ ଆସି ଡ୍ରାଇଭର ସାହୁଲ ବାଘେଲ ଲିଖିତ ଅଭିଯୋଗ ପରେ ତନାଘନା ଆରମ୍ଭ ହୋଇଥିଲା।ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଓ ତାଙ୍କ ଟିମ ତୁରନ୍ତ ଦୁର୍ବୃତ୍ତ ଙ୍କୁ ଧରିବା ପାଇଁ ଯୋଜନା କରିଥିଲେ। ଏହି ସମୟରେ ଜୟପୁର ସହର ନିକଟ ବାରିଣୀପୁଟ ଠାରେ ଦୁର୍ବୃତ୍ତ ମାନେ ନେଇଥିବା ସ୍କରପିଓ କୁ ଉଦ୍ଧାର କରିଥିଲେ। ଏନେଇ ଥାନାରେ ଏକ ମାମଲା କେସ ନମ୍ବର ୬୩ / ୨୦୨୧ ଦଫା ୩୯୪ ଓ ୩୪ ରୁଜ୍ଜୁ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି। ତେବେ ଅତିଶୀଘ୍ର ଦୁର୍ବୃତ୍ତ ମାନଙ୍କୁ ଧରାଯିବ ବୋଲି ଥାନା ଆଇଆଇସି ଶ୍ରୀ ମଣ୍ଡଳ କହିଛନ୍ତି।
Leave A Reply