Odisha news

ଅମାନିଆ ମାନଙ୍କୁ ସାବାଡ଼ କରିବାକୁ ରାସ୍ତା କୁ ଉଲ୍ଲାଇଲା ପୋଲିସ : ମାସ୍କ ନ ପିନ୍ଧିବାରୁ ଗତ ପାଞ୍ଚ ଦିନରେ ୨୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଫାଇନ ଆଦାୟ

0
ବୋରିଗୁମ୍ମା (କେ.ସାକିଲି ଦୋରା)—-ରାଜ୍ୟରେ ଦିନ କୁ ଦିନ କରୋନା ଅସହ୍ୟ କଲାଣି।ଏଣୁ ଗତ ସପ୍ତାହ ତଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ଚେକିଂ କୁ କଡାକଡି କରିବା ସହ ଯିଏ ମାସ୍କ ନ ପିନ୍ଧିଛି ତାକୁ ଦୁଇ ଗୁଣା ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୋରିଗୁମ୍ମା ସହର ରେ ଅମାନିଆ ଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି।ଏଣୁ ପୋଲିସ ଓ ତହସିଲ ପ୍ରଶାସନ ପକ୍ଷରୁଜନସାଧାରଣ ଙ୍କୁ କରୋନା ସଚେତନତା କରାଯାଉଛି। ତଥାପି ଅମାନିଆ ମାନେ ବେଧଡକ ବିନା ମାସ୍କ ରେ ବୁଲୁଛନ୍ତି। ଏଣୁ ବାଧ୍ୟ ହୋଇ ଅମାନିଆ ମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ରାସ୍ତା କୁ ଉଲ୍ଲାଇଛି।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ପରେ ପୋଲିସ ପ୍ରତିଦିନ ମାସ୍କ ଚେକିଂ କରୁଥିବା ଦେଖାଦେଇଛି। ସହର ର ଜନଗହଳି ପୂର୍ଣ ଅଞ୍ଚଳ ହାଟପଦା, ନବରଙ୍ଗପୁର ରୋଡ଼,କୋଟପାଡ଼ ରୋଡ଼, ବ୍ଲକ ନିକଟରେ ବାରମ୍ବାର ମାସ୍କ ଚେକିଂ କରିବା ସହ ଅମାନିଆ ଙ୍କ ଠାରୁ ଫାଇନ ଆଦାୟ କରାଯାଉଛି।ଗତ ପାଞ୍ଚ ଦିନ ମଧ୍ୟରେ ପୋଲିସ ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ କରି ଜୋରିମାନା ବାବଦ କୁ ୨୦ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ଆଦାୟ କରିଥିବା ପୋଲିସ ଏସ ଆଇ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି।ଆଜି ସ୍ଥାନୀୟ ତହସିଲଦାର ସୁବାସ ଚନ୍ଦ୍ର ରଇତ, ଅତିରିକ୍ତ ତହସିଲଦାର କାହ୍ନୁ ଚରଣ ପଟ୍ଟନାୟକ, ପୋଲିସ ପ୍ରଶାସନ ବିଭିନ୍ନ ସ୍ଥାନରେ କରୋନା ସଚେତନତା କରିବା ସହ ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ। ଆଜି ଠାରୁ ବୋରିଗୁମ୍ମା ସହର ରେ ସନ୍ଧ୍ୟା ୬ ଟା ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରୀ ରହିବ ବୋଲି ଡ଼ାକବାଜି ଯନ୍ତ୍ର ଯୋଗେ ସୂଚନା ଦେଇଛନ୍ତି।
Leave A Reply