Odisha news

ବଡ ଖବର : ବିଜେଡି ଛାଡି କଂଗ୍ରେସରେ ମିଶିଲେ ୬୦ ଜଣ କର୍ମୀ

0

ବୋରିଗୁମ୍ମା/ଜୟପୁର (କେ.ସାକିଲି ଦୋରା)—ପୌର ପରିଷଦ ନିର୍ବାଚନ ପୂର୍ବରୁ ଜୟପୁରରେ ରାଜନିତି ସରଗରମ୍ ବି.ଜେ.ଡି ଦଳ ଛାଡ଼ି କଂଗ୍ରେସ ଦଳରେ ସାମିଲ୍ ହେଲେ ବି.ଜେ.ଡିର ୬୦ଜଣ ନେତା ଓ କର୍ମୀ। ଆଜି ମାନ୍ୟବର ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତିଙ୍କ ନିକଟରେ ବି.ଜେ.ଡି ଦଳ ଛାଡ଼ି ଜୟପୁର ନଗର କଂଗ୍ରେସ ସଭାପତିଙ୍କ ସଭାପତିତ୍ବରେ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗଦେଲେ । ମାନ୍ୟବର ଜୟପୁର ବିଧାୟକ ଶ୍ରୀଯୁକ୍ତ ବାହିନୀପତିଙ୍କ ଉନ୍ନତ ଓ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସାମିଲ ହେଲୁ ।

ଆଗାମି ଦିନରେ ଜୟପୁର ନିର୍ବାଚନ ମଣ୍ତଳିର ବିକାଶ କାର୍ଯ୍ୟରେ କିଏ ଯେପରି ବାଧାସୃଷ୍ଟି କରିବେନି ତାହାର ନଜର ରଖା ଯିବା ସମେତ କୋରାପୁଟ ଜିଲ୍ଲା ତଥା ଜୟପୁର ବିକାଶର ପ୍ରତିକ ଶ୍ରୀଯୁକ୍ତ ବାହିନୀପତିଙ୍କ ପାଦେ ପାଦେ ପାଦ ମିଳେଇ ଆମେ ବିକାଶ କାର୍ଯ୍ୟରେ ସାମିଲ ହେବୁ ବୋଲି ନିଜ ବକ୍ତବ୍ଯ ରଖିଲେ ସାମିଲ ହୋଇଥିବା ନେତା ଓ କର୍ମୀ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାହିନୀପତି ଜୟପୁରର ସଚେତନ ନାଗରିକ ମାନେ ବିକାଶ ଓ ଉନ୍ନୟନ ମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ କଂଗ୍ରେସ ଦଳରେ ସାମିଲ ହୋଇଥିବାରୁ ସେମାନଙ୍କୁ ସ୍ୱାଗତ ଜଣେଇଲେ ଏବଂ ଧନ୍ୟବାଦ ମଧ୍ୟ ଦେଲେ । ଏହା ସହିତ ଜୟପୁର ବିକାଶ କାର୍ଯ୍ୟରେ ସମସ୍ତେ ସହଯୋଗ କରୁଥିବାରୁ ସମସ୍ତ ଧନ୍ୟବାଦ ଦେବା ସମେତ “ଆଗ ମାଟି ପରେ ପାର୍ଟି” ନାରା ଦେଇ ଜୟପୁରର ବିକାଶ ଅନେକ କରିଛନ୍ତି।

Leave A Reply