ବୋରିଗୁମ୍ମା (କେ.ସାକିଲି ଦୋରା)— ବୋରିଗୁମ୍ମା ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ୟୁଥ ରେଡ଼ କ୍ରସ ର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ ହୋଇଯାଇଛି। ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଦାଶରଥି ଗୌଡ଼ ଙ୍କ ସଭାପତିତ୍ୱ ରେ ଆୟୋଜିତ ତିନି ଦିନିଆ ପ୍ରଶିକ୍ଷଣ ଶିବିର କୁ ସ୍ଥାନୀୟ ପୋଲିସ ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀ ମାଝୀ ଯୋଗ ଦେଇ ରେଡ଼ କ୍ରସ ର ପତାକା ଉତ୍ତୋଳନ କରିଥିଲେ। ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ସଭା ର ଆୟୋଜନ କରାଯାଇଥିଲା। ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ପ୍ରଫେସର ସୌରଭ ଗୁପ୍ତା ଯୋଗ ଦେଇଥିଲେ। ରେଡ଼ କ୍ରସ ର ନିର୍ମାତା ହେନେରୀ ଡୁନାଡ଼ ଙ୍କ ଜୀବନୀ ଓ ଭାରତୀୟ ଆଦର୍ଶ ରେ ସେବାର ମହତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଭି.ଚିରଞ୍ଜିବି ପଟ୍ଟନାୟକ ଯୋଗ ଦେଇଥିଲେ। ବୋରିଗୁମ୍ମା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୋରିଗୁମ୍ମା ଦୁଇଟି ଓ କୁନ୍ଦୁରା ର ଦୁଇଟି କଲେଜ ର ମୋଟ ୨୦ ଜଣ ଛାତ୍ରଛାତ୍ରୀ ତିନି ଦିନିଆ ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଇଥିଲେ। ମୁଖ୍ୟତଃ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିପନ୍ନ ବେଳେ ଅଗ୍ନିଶମ ବିଭାଗ ଯେପରି କାର୍ଯ୍ୟ କରେ ତାହା ଉପରେ ଟ୍ରେନିଂ ଦିଆଯାଇଥିଲା। ଅଗ୍ନିଶମ ବିଭାଗ ର ଅଧିକାରୀ ଦୁରାଦକ୍ଷ ବାଗ ଓ ତାଙ୍କ କର୍ମଚାରୀ ମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରେନିଂ ପ୍ରଦାନ କରିଥିଲେ।ୟୁଥ ରେଡ଼ କ୍ରସ ର କାଉନସିଲର ପଦ୍ମ ଭୂଷଣ ଦାସ ଏହି ଶିବିର ର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ସୁଧାଂଶୁ ଶେଖର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟାପକସୌମେନ୍ଦ୍ର କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।ଅଧ୍ୟାପକ ମନୋଜ କୁମାର ସ୍ବାଇଁ ଓ ରବି ଶଙ୍କର ସାହୁ ଦ୍ଵିତୀୟ ଅଧିବେଶନ ରେ ରେଡ଼ କ୍ରସ ର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ।ଅଧ୍ୟାପକ ସଦାଶିବ ତ୍ରିପାଠୀ, ଅଟଳ ବିହାରୀ ବାଜପେୟୀ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।
Comments are closed.