ଓଜନ ବୃଦ୍ଧି ପଛର ମୁଖ୍ୟ କାରଣ ହେଲା ଆମର ଖରାପ୍ ଜୀବନ ଯାପନ ପ୍ରଣାଳୀ । ନା ଖାଇବା ସମୟ ନା ଶୋଇବା ସମୟ କିଛି ମଧ୍ୟ ଆଜିକାଲି କାହାରି ପାଖରେ ଠିକ୍ ରହୁ ନାହିଁ । ଏହିସବୁ ଖରାପ୍ ଅଭ୍ୟାସ ଓଜନ ବୃଦ୍ଧି କରିବାର ମୁଖ୍ୟ କାରଣ ଭାବରେ ଦେଖା ଯାଉଚି । ଗବେଷକ ଙ୍କ ମତରେ ଯଦି ଆପଣ ନିଜ ଡ଼ାଏଟ ଉପରେ କିଛି ପରିମାଣ ରେ ଧ୍ୟାନ ଦେବେ ତେବେ କିଛିଟା ଓଜନ ହ୍ରାସ କରି ପାରିବେ । ଆଜି ଆସନ୍ତୁ ଜାଣିବା ଏପରି ଗୋଟିଏ ଖାଦ୍ୟ ବିଷୟରେ ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ ।
ଓଜନ ହ୍ରାସ ପାଇଁ ସବୁଠୁ ସହଜ ଖାଦ୍ୟ ହେଲା ମିକ୍ସ ଭେଜିଟେବଲ ସାଲାଡ଼ , କିନ୍ତୁ ଏହାକୁ କଞ୍ଚା ଖାଇବା ଅପେକ୍ଷା ସିଝାଇ ଖାଇବା ଉଚିତ୍ । ଆସନ୍ତୁ ଜାଣିବା ସାଲାଡ଼ ଖାଇବା ଦ୍ବାରା ଶରୀରକୁ କି ଲାଭ ମିଳିଥାଏ ।
– ସିଝା ମିକ୍ସ ଭେଜିଟେବୁଲ ସାଲାଡ଼ ରେ ସମସ୍ତ ପ୍ରକାରର ପୋଷାକ ତତ୍ତ୍ଵ ସେହିପରି ରହିଥାଏ ।
– ସିଝା ସାଲାଡ଼ ଦ୍ଵାରା ଖାଇବା ଦ୍ବାରା ଗ୍ୟାସ୍ ସମସ୍ୟା ହୋଇ ନଥାଏ ଓ ପେଟ ସୁସ୍ଥ ରହିଥାଏ ।
– ସିଝା ସାଲାଡ଼ ଖାଇବା ଦ୍ବାରା ଶରୀରକୁ ପ୍ରଚୁର ପରିମାଣରେ ଶକ୍ତି ମିଳିଥାଏ ଯାହା ଭୋକ କୁ ନିୟନ୍ତ୍ରିତ କରି ଓଜନ ହ୍ରାସ ରେ ସାହାଯ୍ୟ କରିଥାଏ ।
– ମିକ୍ସ ଭେଜିଟେବୁଲ୍ ସାଲାଡ଼ ରେ ଫାଇବର ପ୍ରଚୁର ମାତ୍ରାରେ ଭରି ରହିଥାଏ ଓ ଏହାକୁ ଖାଇବା ଦ୍ବାରା ଓଜନ ହ୍ରାସ କରିବାରେ ସହଜ ହୋଇଥାଏ ।
– ପ୍ରତିଦିନ ରାତି ରେ ଓ ମଧ୍ୟାହ୍ନ ସମୟରେ ସିଝା ସାଲାଡ଼ ଗୋଟିଏ ପ୍ଲେଟ୍ ଖାଇବା ଦ୍ବାରା ଓଜନ ହ୍ରାସ ର ବାଟ ଖୋଲି ଯାଇଥାଏ ।
– ଏହି ସାଲାଡ଼ କୁ ପ୍ରସ୍ତୁତ କରିବା ପାଇଁ ଚମନ୍ ଅଲିଭ ତେଲ, ବେବି କର୍ନ, ୨ଟି ଟମାଟୋ, କ୍ୟାପ ସିକମ୍, ଗାଜର, ବିନ୍ସ୍ ଓ ବ୍ରକୋଲି ଆବଶ୍ୟକ ।