Odisha news

କ୍ୟାନ୍ସର ପୀଡ଼ିତଙ୍କ ଲାଗି ନାରାୟଣୀ ସାଜିଲେ ରକ୍ତଦାତ୍ରୀ ମାମି ଡ଼ାକୁଆ

0
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସକାଶେ ରାଜ୍ୟ ଏବଂ ଦେଶର ପ୍ରତିଟି ରକ୍ତଭଣ୍ଡାରରେ ଦେଖାଯାଇଛି ଉତ୍କଟ ରକ୍ତଭାବ ସମସ୍ୟା। ଏହି ବିକଟ ସ୍ଥିତିରେ ଗୋଳାବନ୍ଧ ଅଞ୍ଚଳର କ୍ୟାନ୍ସର ପୀଡ଼ିତ ବାପି ସାହୁଙ୍କ ଜରୁରୀକାଳୀନ ସ୍ଥିତିରେ ରକ୍ତର ଆବଶ୍ୟକତା ପଡିଥିଲା। ରକ୍ତ ପୁଣି ସାଧାରଣ ନୁହେଁ ବିରଳ ରକ୍ତବର୍ଗ A ନେଗେଟିଭ , ଯାହା ବୋଝ ଉପରେ ନଳିତା ବିଡା ସଦୃଶ୍ୟ ଥିଲା। ତିନିଦିନ ଧରି ରକ୍ତ ଲାଗି ଚାରିଆଡୁ ସାହାର୍ଯ୍ୟ ମାଗି ମାଗି ହତାଶ ହେଲା ପରେ ପୀଡିତଙ୍କ ପରିବାର, ସମସ୍ତଙ୍କ ବିପଦରେ ଠିଆ ହୋଇପାରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଓଡିଶା ର ସଦସ୍ୟ ଚିନ୍ମୟ ଦଳାଇ ଭାଇ ଙ୍କ ସହିତ ଯୋଗାଯୋଗ କରିଥିଲେ। ଖବର ପାଇବା ମାତ୍ରେ ବିପଦର ବନ୍ଧୁ ଓଡିଶା ର ସମସ୍ତ ସଦସ୍ୟ ପିଡୀତାଙ୍କ ପାଇଁ ରକ୍ତ ଯୋଗାଡ଼ କରିବା  ଆଶ୍ୱାସନା ଦେଇ ସମସ୍ତ ପ୍ରକାର ଚେଷ୍ଠାରେ ଲାଗି ପାଡିଥିଲେ। ଯେଉଁ ସମୟରେ ସମାଜରେ ଅନେକ ପୁରୁଷ ମଧ୍ୟ ରକ୍ତଦାନ ଲାଗି ସଂଙ୍କଚ ପ୍ରକାଶ କରନ୍ତି ସେହି ସମୟରେ ନାରୀ ନୁହେଁ ନାରାୟଣୀ ସାଜି ଆସିଥିଲେ ବିପଦର ବନ୍ଧୁ ଓଡ଼ିଶାର ସଦସ୍ୟା ତଥା ବେଲଗୁଣ୍ଠା ବ୍ଲକ ମନ୍ଦାର ଗ୍ରାମର ଭକ୍ତବନ୍ଧୁ ଡାକୁଆଙ୍କ ସୁକନ୍ୟା ସୁଶ୍ରୀ ମାମି ଡାକୁଆ। ଏହି ବିକଟ ସମସ୍ୟା ବିଷୟରେ ଖବର ପାଇ ମାମି ସାଙ୍ଗେ ସାଙ୍ଗେ ବେଲଗୁଣ୍ଠାରୁ ବ୍ରହ୍ମପୁର ଅଭିମୁଖେ ଦୀର୍ଘ ୮୦ କିମି ଯାତ୍ରା କରି ରକ୍ତଦାନ ପୂର୍ବକ ବାପିଙ୍କ ଜୀବନ ରକ୍ଷାର କାରଣ ସାଜିଥିଲେ। ମାମିଙ୍କ ଏହି ସେବା ମନୋଭାବ ଏବଂ ମାନବିକତାର ରକ୍ଷା ଲାଗି ତାଙ୍କର ଅତୁଳନୀୟ ଅବଦାନକୁ ପୀଡିତଙ୍କ ପରିବାରର ଆର୍ଶୀବାଦ ଓ କୃତଜ୍ଞତା ସହ ମାମିଙ୍କ ପରି ଝିଅ ପ୍ରତି ଘରେ ଜନ୍ମ ନିଅନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ପୀଡିତଙ୍କ ପରିବାର ଯୋଗାଯୋଗର ସୂତ୍ରଧର ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନକୁ ମଧ୍ୟ ଅଜସ୍ର କୃତଜ୍ଞତା ଜଣାଇଛନ୍ତି।
Nalco
Leave A Reply