ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କର ଯିବା ପରେ ବାଇଡେନଙ୍କର ବିଦେଶ ନୀତିରେ ମଧ୍ୟପୁର୍ବ ପାଇଁ ବହୁତ କିଛି ବଦଳି ଯିବ,କିନ୍ତୁ ଭାରତକୁ ନେଇ ତାଙ୍କର ମନ୍ତବ୍ୟ ଟ୍ରମ୍ପଙ୍କ ଠାରୁ ଅଲଗା ହେବ ନାହିଁ l ଏହାର ସଂକେତ ଆମେରିକାର ଜଣାଶୁଣା କୂଟନୀତିଜ୍ଞ ଅଣ୍ଟନି ବ୍ଲିକନ ପୂର୍ବରୁ କହି ସାରିଛନ୍ତି ଯାହାଙ୍କୁ ବାଇଡେନ ନିଜ ସରକାରରେ ବିଦେଶମନ୍ତ୍ରୀ କରିବାକୁ ଯାଉଛନ୍ତି l ବ୍ଲିକନ ଚୀନକୁ ଭାରତ ଓ ଆମେରିକା ଦୁଇଟି ଦେଶପାଇଁ ଗୋଟିଏ ବଡ଼ ଆହ୍ୱାନ ବୋଲି ପୂର୍ବରୁ କହି ସାରିଛନ୍ତି l ବ୍ଳକନ କହିଛନ୍ତି ଯେ ଚୀନକୁ ଅଟକାଇବା ପାଇଁ ଭାରତ ଗୋଟିଏ ମୁଖ୍ୟ ସାଥି ପ୍ରମାଣ ହୋଇପାରେ l
ଭାରତର ସ୍ୱତନ୍ତ୍ରତା ଦିବସ ଅବସରରେ ବାଇଡେନଙ୍କର ପ୍ରଚାରରେ ଭାରତୀୟ -ଆମେରିକୀୟ ମତଦାତା ମାନଙ୍କ ପାଖରେ ପହଂଚିବା ପାଇଁ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପରେ ବ୍ଲିକନ ଏହି କଥା କହିଥିଲେ l ବ୍ଲିକନ ଆରୋପ ଲଗାଇଥିଲେ ଯେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର ମୁଖ୍ୟ ଅଂଶୀଦାରକୁ ଦୁର୍ବଳ କରି ଚୀନକୁ ରଣନୈତିକ କ୍ଷେତ୍ରରେ ସାହାଯ୍ୟ କରିଥିଲେ ,ଦୁନିଆରେ ଏପରି ଗୋଟିଏ ସ୍ଥାନ ଛାଡିଲେ ଯାହାକୁ ଚୀନ ମଉକା ପାଇ ବ୍ୟବହାର କଲା l ବାଇଡେନ ପ୍ରଶାସନରେ ଭାରତ ଆମେରିକାର ସମ୍ପର୍କ ଓ ତାଙ୍କ ସହିତ ଯୋଡି ହୋଇଥିବା ବିଷୟ ଉପରେ ଚର୍ଚା କରିବା ସମୟରେ ବ୍ଲିକନ କହିଥିଲେ ଭାରତ ଓ ଆମେରିକା ପାଇଁ ଚୀନ ସହିତ ମୁକାବିଲା କରିବା ଗୋଟିଏ ବଡ଼ ଆହ୍ୱାନ ଅଟେ l
LAC ରେ ଭାରତ ବିରୁଦ୍ଧରେ ଚୀନର ଆକ୍ରମଣାତ୍ମକ ପ୍ରକୃତିକୁ ମଧ୍ୟ ଆଲୋଚନା କରିଥିଲେ l ସେ କହିଥିଲେ ଚୀନ ନିଜର ଆର୍ଥିକ ଶକ୍ତିକୁ ବଳ ଭାବରେ ପ୍ରୟୋଗ କରି ଅନ୍ୟ ଦେଶଗୁଡିକୁ ଦ୍ୱାରାଉଛି ଓ ଧାମକାଉଛି l ଅନ୍ତରାଷ୍ଟ୍ରୀୟ ନିୟମକୁ ଅଣଦେଖା କରି ନିଜ ହିତକୁ ଆଗରେ ରଖି ସ୍ୱାର୍ଥପର ଭାବରେ ଆଗକୁ ଯିବାକୁ ଚାହୁଁଛି l ବ୍ଲିକନଙ୍କର ଏହି କେତୋଟି କଥା ବୁଦ୍ଧିଜୀବୀ ମାନଙ୍କ ଆଗରେ ଦର୍ଶାଉଛି ଯେ ବାଇଡେନଙ୍କ ସମୟରେ ମଧ୍ୟ ଆମେରିକା ଓ ଭାରତର ସମ୍ପର୍କ ସୁଦୃଢ ହେବ l