Odisha news

ଏହା ହେଉଛି ବିଶ୍ୱର ସବୁଠୁ ଅଧିକ ମୂଲ୍ୟବାନ କାଠ, ୫-୬ କିଲୋ ବିକ୍ରୀ କରିଦେଲେ କିଣିପାରିବେ ଗୋଟିଏ ମହଲ ଭଳି ଘର

0

ଦୁନିଆରେ ପ୍ରାକୃତିକ ପଦାର୍ଥ ର ଗୋଟିଏ ଗନ୍ତାଘର ଅଟେ l ତେଣୁ ଏହି ଦୁନିଆରେ ଏଭଳି ଅନେକ ମୂଲ୍ୟବାନ ଜିନିଷ ଗଛିତ ହୋଇ ରହିଛି ଯାହା ବିଷୟରେ ଆମେ ଜାଣି ମଧ୍ୟ ନଥାଉ l  ସେହି ସବୁ ଜିନିଷ ଏତେ ମୂଲ୍ୟବାନ ଯେ ଯାହାର ମୂଲ୍ୟ ମଧ୍ୟ ଆମେ ଆକଳନ କରିବା ତେବେ ଆଶ୍ଚର୍ଯ୍ୟ ହୋଇଯିବା l ତେଣୁ ଆଜି ଆସନ୍ତୁ ଜାଣିବା ବିଶ୍ୱର ମୂଲ୍ୟବାନ କାଠ ବିଷୟରେ l  ଆମ ସମସ୍ତଙ୍କ ର ପ୍ରାୟ ଧାରଣା ରହିଥିଲା ବିଶ୍ୱର ମୂଲ୍ୟବାନ କାଠ ହେଉଛି ଚନ୍ଦନ l  ନାଇଁ ଆଜ୍ଞା ଏହି ଧାରଣା ଆପଣଙ୍କର ଭୁଲ ଅଟେ l  ବିଶ୍ୱର ମୂଲ୍ୟବାନ କାଠ ଆଉକିଛି ରହିଛି l  ଚନ୍ଦନ କାଠ କେଜି ସାଧାରଣ ଭାବରେ ୭ରୁ ୮ ହଜାର ଟଙ୍କା ରହିଥାଏ l  କିନ୍ତୁ ଏହି କାଠ ର ମୂଲ୍ୟ କିଲୋପ୍ରତି ୭ରୁ ୮ ଲକ୍ଷ ଟଙ୍କା ଅଟେ l

ଯଦି ଏହି କାଠ ଗୋଟିଏ କେଜି ବିକ୍ରି କରିଦେବେ ତେବେ ଗୋଟିଏ କାର ଆରାମ ରେ କିଣା ହୋଇଯିବ , ଆଉ ଯଦି ୬ -୭ କେଜି ବିକ୍ରି ହୋଇଗଲା ଗୋଟିଏ ସୁନ୍ଦର ଘର କିଣି ହୋଇଯିବ l  ଏହି ଗଛଟି ବିଶ୍ୱର ସବୁଠୁ ଦୁର୍ଲଭ ଗଛର ସ୍ଥାନ ପାଇଛି l  ଏହି ଗଛ ପୂର୍ବ ସେନେଗେଲ ରୁ ଇରିଟ୍ରିୟା ପର୍ଯ୍ୟନ୍ତ ଆଫ୍ରିକାରେ ଓ ଦକ୍ଷିଣ ଆଫ୍ରିକାର ଉତ୍ତର -ପୂର୍ବ ଭାଗରେ ମିଳିଥାଏ l ଏହି ଗଛଟିର ନାମ ଆଫ୍ରିକାନ ବ୍ଲାକ ଉଡ଼ ଅଟେ ଓ ଏହି ଗଛର ଉଚତା ୨୫ ରୁ ୪୦ ଫୁଟ ଅଟେ l  ଏହି ଦୁର୍ଲଭ ଗଛଟି ବିଶ୍ୱର ୨୬ ଟି ଦେଶରେ ଦେଖିବାକୁ ମିଳିଥାଏ l  ଅଧିକାଂଶ ସମୟରେ ଏହି ଗଛର କାଠ ଆଫ୍ରିକୀୟ ମହାଦୀପ ର ମଧ୍ୟ ଓ ଦେଖିବ ଭାଗରେ ଦେଖିବାକୁ ମିଳିଥାଏ l  ଏହି ଗଛଟି ବଢିବା ପାଇଁ ପ୍ରାୟ ୬୦ ବର୍ଷ ସମୟ ଲାଗିଥାଏ l  ଯେଉଁ କାରଣରୁ ଏହାର ମୂଲ୍ୟ ଏତେ ଅଧିକ ଅଟେ l ଏହାଛଡା ଆଫ୍ରିକ୍ରୀୟା ଦେଶ ଗୁଡିକରେ ଏହି କାଠ ର ଚୋରା ଚାଲାଣ ଖୁବ ଅଧିକ ହୋଇଥାଏ l

କାହିଁକି ଏତେ ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ ଆଫ୍ରିକାନ ବ୍ଲାକ ଉଡ଼ –
ଦୁନିଆରେ ଅନ୍ୟ କାଠ ମାନଙ୍କ ତୁଳନାରେ ଆଫ୍ରିକାନ ବ୍ଲାକ ଉଡ଼ ଖୁବ କମ ଉପଲବ୍ଧ ହୋଇଥାଏ l  ମଧ୍ୟ ଓ ଦକ୍ଷିଣ ଆଫ୍ରିକାରେ ଉପଲବ୍ଧ ଏହି ଗଛ କେବଳ ଆଫ୍ରିକାର ଡ୍ରାଏ ଲ୍ୟାଣ୍ଡ ରେ ଉପଲବ୍ଧ ହୋଇଥାଏ l  ଏହି ଗଛର କଥାରେ ମୂଲ୍ୟବାନ ଘର ଓ ମୂଲ୍ୟବାନ ଅସବାବ ପତ୍ର ତିଆରି କରାଯାଇ ଥାଏ l ଏହାଛଡା ଏଥିରେ କିଛିଟା ବିଶେଷ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରାଯାଇ ଥାଏ , ଯେପରିକି ବଇଁଶୀ, ଢୋଲ , ପିଆନୋ ଛଡା ଅନ୍ୟାନ୍ୟ କିଛିଟା ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରାଯାଇ ଥାଏ l  ବହୁ ପୂର୍ବରୁ ଆଫ୍ରିକାନ ବ୍ଲାକ ଉଡ଼ ରେ ଦିଆସିଲି ମଧ୍ୟ ପ୍ରସ୍ତୁତ କରାଯାଉ ଥିଲା l କିନ୍ତୁ ଆଜି ଏହା କେବଳ କୋଟି ପତି ମାନଙ୍କ ଘରର ଅସବାବ ପତ୍ର ଓ ବାଦ୍ୟ ଯନ୍ତ୍ର ତିଆରି କରିବାରେ ବ୍ୟବହାର ହେଉଛି l  ଏତେ ଉଚ୍ଚ ମୂଲ୍ୟର ହେବା ସତ୍ୱେ ମଧ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ଡିମାଣ୍ଡ ଖୁବ ଅଧିକ ରହିଛି l

Leave A Reply