ଆମ ସମସ୍ତ ଓଡ଼ିଆ ଘରେ କଳାଜୀରାର ବ୍ୟବହାର ବିଭିନ୍ନ ଖାଦ୍ୟ ପଦାର୍ଥରେ କରାଯାଇଥାଏ l ଖାଇବାର ସ୍ବାଦକୁ ଏହା ବଢାଇବାରେ ସାହାଯ୍ୟ କରିଥାଏ l ଖାଦ୍ୟର ସ୍ବାଦକୁ ବଢାଉଥିବା କଳାଜିରା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର l
* କଳାଜୀରାରେ ରହିଛି ଭିଟାମିନ ,ଆଇରନ ,ସୋଡିୟମ ,କ୍ୟାଲସିୟମ ,ଆମିନୋ ଏସିଡ ,ର ଫାଇବର , ପ୍ରୋଟିନ ଓ ଫ୍ୟାଟି ଏସିଡ l ଏଥିରେ ଆଣ୍ଟି ବ୍ୟାକ୍ଟେରିଆ , ଆଣ୍ଟି ଭାଇରଲ ,ଆଣ୍ଟି ଇମ୍ଫଲାମେଟରି ଓ ଆଣ୍ଟି କ୍ୟାନ୍ସର ଗୁଣ ରହିଛି l
* ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ କଳାଜୀରା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ l ଇନ୍ସୁଲିନ ପ୍ରଡକ୍ସନ କୁ ଉନ୍ନତ କରିଥାଏ l ମଧୁମେହର ବିଭିନ୍ନ ଲକ୍ଷଣକୁ ଦୂର କରେ l
* ଗବେଷଣାରୁ ଜଣା ପଡିଛି ଯଦି ଦିନକୁ ୨ଥର କଳାଜୀରା ତେଲ ବ୍ୟବହାର କରିବା ତେବେ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରିତ ହେବ l ତା ସହିତ ଏହାକୁ ସେବନ କରିବା ଦ୍ୱାରା ରକ୍ତରେ ଟ୍ରାଇଗ୍ଲିସରାଇଡ଼ ଫ୍ୟାଟ ମଧ୍ୟ ନିୟନ୍ତ୍ରିତ ରହିଥାଏ l
* କଳାଜୀରାରେ ଥିବା ବିଭିନ୍ନ ପୋଷାକ ତତ୍ୱ ଥଣ୍ଡା ଓ କାଶ ଠାରୁ ଦୁରେଇ ରଖେ l ବିଶେଷଜ୍ଞ ମାନଙ୍କ ମତରେ କଳାଜୀରା କୁ ଉଷୁମ କରି ମହୁ ସହିତ ଖାଇବା ଦ୍ୱାରା କାଶ ରୁ ଆରାମ ମିଳେ l ଯେଉଁ ବ୍ୟକ୍ତି ମାନଙ୍କର କଫ ରହିଥାଏ ସେମାନେ ନିୟମିତ ଭାବରେ କଳାଜୀରା ତେଲକୁ ଉଷୁମ ପାଣିରେ ପକାଇ ଶୁଙ୍ଘିବା ଦ୍ୱାରା ଆରାମ ମିଳିବ l ଛାତିରୁ କଫ କମିବା ସହିତ ଗଳା ମଧ୍ୟ ଆରାମ ଲାଗିବ l