ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳର ପରୀର ଗାଁକୁ ଗସ୍ତ , ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ତଦନ୍ତ ସବିଆଇ ଦ୍ୱାରା କରାଯାଉ : ପ୍ରଦୀପ୍ତ ନାଏକ
ପରୀ ଘଟଣା ସମେତ ରାଜ୍ୟର ଅନ୍ୟାନ୍ୟ ନିଖୋଜ ଶିଶୁମାନଙ୍କ ଅନ୍ତଦ୍ର୍ଧ୍ୟାନ ପଛରେ ଏକ ବିରାଟ ଅଙ୍ଗପ୍ରତ୍ୟଙ୍ଗ ଚୋରି ରେକେଟର ସଂପୃକ୍ତି ରହିଛି
ଶବଟିରେ ରାସାୟନିକ ଦ୍ରବ୍ୟ ମିଶାଯାଇଥିବା କାରଣରୁ ଗନ୍ଧ ବାହାରି ନଥିଲା
ପରୀ ପରିବାରର ସମସ୍ତ ସଦସ୍ୟ, ସ୍ଥାନୀୟ ସରପଂଚ ଏବଂ ଗ୍ରାମବସୀଙ୍କୁ ସୁରକ୍ଷା ପ୍ରଦାନ କରାଯାଉ
ଭୂବନେଶ୍ୱର, ତା.୩୦/୧୧: ପରୀ ପାଇଁ ନ୍ୟାୟର ଲଢେଇ ସାରା ରାଜ୍ୟ ଲଢୁଛି । ଏହି ଲଢେଇରେ ସାମିଲ ହୋଇ ପରୀ ମୃତୁ୍ୟ ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ ଏବଂ ଏହି ଘଟଣାରେ ସଂପୃକ୍ତ ଥିବା ପ୍ରଭାବଶାଳୀ କୃଷିମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପାଇଁ ଭାରତୀୟ ଜନତା ପାର୍ଟୀ ଦାବୀ କରିଆସୁଛି । ଆଜି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳ ନୟାଗଡ ଜିଲ୍ଲା ଯଦୁପୁର ଯାଇ ବାସ୍ତବ ସ୍ଥିତି ନିରିକ୍ଷଣ କରିବା ସହ ପରୀର ବାପା, ମାଁ ଓ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇବା ସହ ଏବଂ ଗ୍ରାମବାସୀଙ୍କ ସହିତ ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଏହା ପରେ ବିଧାୟକ ପ୍ରତିନିଧି ଦଳ ପରୀର ଘର ଏବଂ ପାଶ୍ୱର୍ବର୍ତୀ ଅଂଚଳ ବୁଲି ସ୍ଥିତି ସମୀକ୍ଷା କରିଥିଲେ ।
ଯଦି ପରୀର ଶବଟି ପାଣି ଭିତରେ ନ ରହି ବାହାରେ ଥିଲା, ତେବେ ଏହା ଦୁର୍ଗନ୍ଧ ହେଲା ନାହିଁ କାହିଁକି? ଶବଟିରେ ରାସାୟନିକ ଦ୍ରବ୍ୟ ମିଶାଯାଇଥିବା କାରଣରୁ ଗନ୍ଧ ବାହାରି ନଥିଲା । ପରୀର କିଡନୀ, ଆଖିକୁ ମ୍ୟାଚିଂ କରି ରକ୍ତ ପରୀକ୍ଷା କରାଯାଇ ହତ୍ୟା କରାଯିବାର ୧୦ ଦିନ ପରେ ତାର ଘର ପଛପଟେ ଫୋପାଡି ଦିଆଯାଇଥିବାର ସନେ୍ଦହ ଦୃଢୀଭୁତ ହୋଇଛି ବୋଲି ଶ୍ରୀ ନାଏକ କହିଛନ୍ତି ।
ପରୀ ନ୍ୟାୟର ଲଢେଇରେ ବିଜେପି ସାମିଲ ହୋଇଛି ଏବଂ ଏହି ଲଢେଇକୁ ନିର୍ଣ୍ଣାୟଜ ମୋଡ ପର୍ଯ୍ୟନ୍ତ ନିଆଯିବା ପାଇଁ ବିଜେପି ବଦ୍ଧପରିକର । ପ୍ରଭାବଶାଳୀ ମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କ ପ୍ରତ୍ୟକ୍ଷ ନିଦେ୍ର୍ଦଶରେ ଧମକଚମକ ଦିଆଯାଇ ପରୀର ବାପା, ମାଁ, ପରିବାର ସଦସ୍ୟମାନଙ୍କୁ ଭୟଭୀତ କରାଯାଉଛି । ସେହିପରି ଯଦୁପୁର ସରପଂଚଙ୍କ ସମେତ ଗ୍ରାମବାସୀଙ୍କୁ ମଧ୍ୟ ଧମକ ଦିଆଯାଉଛି । ତେଣୁ ସର୍ବପ୍ରଥମେ ପରୀର ବାପା, ମାଁ, ପରିବାର ସଦସ୍ୟ, ସ୍ଥାନୀୟ ସରପଂଚ ଏବଂ ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଶ୍ରୀ ନାଏକ ଦାବୀ ଜଣାଇଛନ୍ତି ।
ପରୀ ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କ ନାଁ ଥିବା କାରଣରୁ ଏବଂ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ଥିବା କାରଣରୁ ଯଥାଶୀଘ୍ର ମନ୍ତ୍ରୀ ଶ୍ରୀ ସାହୁଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ ଏବଂ ନିରପେକ୍ଷ ତଦନ୍ତ ପାଇଁ ମାମଲାକୁ ସିବିଆକୁ ହସ୍ତାନ୍ତର କରିବା ପାଇଁ ଶ୍ରୀ ନାଏକ ପୁଣି ଥରେ ଦାବୀ କରିଛନ୍ତି ।
ପରୀ ଭଳି ଅନେକ ଛୁଆ ସମଗ୍ର ରାଜ୍ୟରେ ନିଖୋଜ ଅଛନ୍ତି ଏବଂ ଏହି ଘଟଣାମାନଙ୍କର ସାମାନ୍ୟତମ ଟେର୍ ପାଉନାହାନ୍ତି । ଏଭଳି ଗମ୍ଭୀର ଘଟଣାମାନ ପାଇଁ ରାଜ୍ୟସରକାର ଆଦୈା ସମ୍ବେଦନଶୀଳ ନୁହନ୍ତି । ଏଭଳି ଘଟଣା ସହ ଅଙ୍ଗପ୍ରତ୍ୟଙ୍ଗ ଚୋରିର ସଂପୃକ୍ତିର ବହୁ ସମ୍ଭାବନା ରହିଛି । ପରୀ ଘଟଣା ସମେତ ଅନ୍ୟାନ୍ୟ ନିଖୋଜ ଶିଶୁମାନଙ୍କ ଅନ୍ତଦ୍ର୍ଧ୍ୟାନ ପଛରେ ଏକ ବିରାଟ ଅଙ୍ଗପ୍ରତ୍ୟଙ୍ଗ ଚୋରି ରେକେଟର ସଂପୃକ୍ତି ରହିଥିବାର ସନେ୍ଦହ ଘନୀଭୁତ ହୋଇଛି ବୋଲି ଶ୍ରୀ ନାଏକ କହିଛନ୍ତି ।
ଏହି ଘଟଣାରେ ରାଜ୍ୟ ସରକାର ଯଦି କୈାଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତାହେଲେ ପରୀର ନ୍ୟାୟ ପାଇଁ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିବୁ ବୋଲି ଶ୍ରୀ ନାଏକ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, କୁସୁମ ଟେଟେ, ନାଉରୀ ନାଏକ, ଭାସ୍କର ମଢେଇ, ଜୟନ୍ତ ଷଡଙ୍ଗୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ, ଭବାନୀ ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଆଦିତ୍ୟ ମାଢୀ, ଡ.ବୁଧାନ ମୁର୍ମୁ, ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାଶ, ଜିଲ୍ଲା ସଭାପତି ଲାଲା ମନୋଜ ରାୟ, ଇରାନୀ ରାୟ, ସିଦ୍ଧାର୍ଥ ସିଂହ ମର୍ଦ୍ଧରାଜ, ସନ୍ୟାସୀ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ସନ୍ତୋଷ ଦାଶ, ଲକ୍ଷ୍ମୀଧର ତ୍ରିପାଠୀ, ସନ୍ତୋଷ ପ୍ରଧାନ ପ୍ରମୁଖ ବିଧାୟକଗଣ ଉପସ୍ଥିତ ଥିଲେ ।