Odisha news

ମହିଳା ମୋର୍ଚ୍ଚାର ପୂର୍ବତନ ରାଷ୍ଟ୍ରୀୟ ସଭାନେତ୍ରୀ ଶ୍ରୀମତୀ କିରଣ ମାହେଶ୍ୱରୀଙ୍କ ଦେହାନ୍ତରେ ରାଜ୍ୟ ବିଜେପିର ଶୋକ

0

ଭୂବନେଶ୍ୱର : ଭାରତୀୟ ଜନତା ପାର୍ଟୀ ମହିଳା ମୋର୍ଚ୍ଚାର ପୂର୍ବତନ ରାଷ୍ଟ୍ରୀୟ ସଭାନେତ୍ରୀ ଶ୍ରୀମତୀ କିରଣ ମାହେଶ୍ୱରୀଙ୍କ ଗତ କାଲି ରାତିରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତାଃ ମାହେଶ୍ୱରୀଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ରାଜ୍ୟ ବିଜେପି ତରଫରୁ ନୀରବ ପ୍ରାର୍ଥନା କରାଯାଇଥିଲା । ଜଣେ ଦୃଢ ଓ ସୁସଂଗଠିକା ଭାବେ ପରିଚିତା ସ୍ୱର୍ଗତାଃ ମାହେଶ୍ୱରୀଙ୍କ ନିଧନରେ ଅନୁଷ୍ଠିତ ଶୋକସଭାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡା.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ଅମର ନାୟକ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିସ ଆଚାର୍ଯ୍ୟ, ଏସସି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁପ୍ରସାଦ ତରାଇ, ସୁରଥ ବିଶ୍ୱାଳ, ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ତାଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Leave A Reply