ଦାୟୀତ୍ୱହୀନତା କାର୍ଯ୍ୟ ପାଇଁ ଏସପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପୋଲିସ ମହାନିଦେ୍ର୍ଦଶକଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ , ମାଲକାନଗିରି ଏସପି ଓ ଆଇଆଇସିଙ୍କୁ ତୁରନ୍ତ ବଦଳି କରାଯାଉ : ବଳଭଦ୍ର ମାଝୀ
ଏହି ଘଟଣାରେ ସଂପୃକ୍ତି ଥିବା ୪ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ
ଜିଲ୍ଲା ଏସପି ଓ ଆଇଆଇସିଙ୍କୁ ତଦନ୍ତ ପରିସରଭୃକ୍ତ କରି ଏତଲା ରଖିବାରେ ବିଳମ୍ବ କରିଥିବାରୁ ଉଭୟଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ
କଟକ/ଭୁବନେଶ୍ୱର,ତା.୨୪/୧୧: ୨୦୧୯ ଡିସେମ୍ବର ୨୮ ତାରିଖରେ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବାରମ୍ବାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପୋଲିସ ଏତଲା ଗ୍ରହଣ କରିନିଥିଲା । ଏହି ଘଟଣାରେ ଜିଲ୍ଲପାଳଙ୍କ ସଂପୃକ୍ତି ଥିବାରୁ ପୋଲିସ ଏକ ବର୍ଷ ଧରି ଏତଲା ଗ୍ରହଣ ନକରି ଓଲଟା ପୀଡିତ ପରିବାରକୁ ଧମକ ଦେଉଥିଲା ।
ଖୋଦ୍ ମାଲକାନଗିରି ଏସପି ହତ୍ୟାକାଣ୍ଡକୁ ଚପାଇ ଦେବା ପାଇଁ ଅପଚେଷ୍ଟା କରିଥିଲେ । ଏହି ଘଟଣାରେ ପୋଲିସର ଦାୟୀତ୍ୱହୀନତା କାର୍ଯ୍ୟ ପାଇଁ ତୁରନ୍ତ ମାଲକାନଗିରି ଜିଲ୍ଲା ଏସପି ଓ ଆଇଆଇସିଙ୍କୁ ବଦଳି କରିବା ଦାବି ନେଇ ବିଜେପି ଉପସଭାପତି ବଳଭଦ୍ରମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ କଟକ ଠାରେ ପୋଲିସ ମହାନିଦେ୍ର୍ଦଶକଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଏହି ହତ୍ୟାକାଣ୍ଡରେ ମାଲକାନଗିରି ଏସଡିଜେଏମ କୋର୍ଟ ଜିଲ୍ଲାପାାଳଙ୍କ ସମେତ ୪ ଜଣ ସରକାରୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ନିଦେ୍ର୍ଦଶ ଦେବା ପରେ ପୋଲିସ ପରିବାର ଲୋକଙ୍କ ଏତଲା ରଖିଛି ।
ଏହି ଘଟଣାରେ ଜିଲ୍ଲାପାଳଙ୍କ ସଂପୃକ୍ତି ଥିବା ଯୋଗୁଁ ଜିଲ୍ଲା ଏସପି ଏହାକୁ ରଫାଦଫା କରିବା ପାଇଁ ପରିବାର ଲୋକଙ୍କ ଉପରେ ଚାପ ପକାଇ ପାରନ୍ତି । ପୂର୍ବରୁ ଜିଲ୍ଲା ଏସପି ଏବଂ ଆଇଆଇସି ଏତଲା ଗ୍ରହଣ କରିନଥିବାବେଳେ ଏବେ ଏହି ଘଟଣାକୁ ଭିନ୍ନ ମୋଡ ଦେଇ କେସ୍ କୁ ବନ୍ଦ କରିବା ପାଇଁ ଯୋଜନା କରୁଛନ୍ତି । ଏଣୁ ତୁରନ୍ତ ଜିଲ୍ଲା ଏସପି ଓ ଆଇଆଇସିଙ୍କୁ ବଦଳି କରାଗଲେ ଏହାର ଏକ ନିରପେକ୍ଷ ତଦନ୍ତ ହୋଇପାରିବ । ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତି ଥିବା ୪ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜିଲ୍ଲା ଏସପି ଓ ଆଇଆଇସିଙ୍କୁ ତଦନ୍ତ ପରିସରଭୃକ୍ତ କରି ଏତଲା ରଖିବାରେ ବିଳମ୍ବ କରିଥିବାରୁ ଉଭୟଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପ୍ରତିନିଧୀ ଦଳ ପୋଲିସ ମହାନିଦେ୍ର୍ଦଶକଙ୍କୁ ଅନୁରୋଧ କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ କଟକ ଜିଲ୍ଲା ସଭାପତି ଲଲାତେନ୍ଦୁ ବଡୁ ପ୍ରମୁଖ ଉପସ୍ଥିତି ଥିଲେ ।