Odisha news

ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ : ବିଜେଡି, କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଲେ ନିର୍ବାଚିତ ଜନପ୍ରତିନିଧି

0

 ବିଜେପି ସରକାର ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକର ୨୦ ସରପଂଚଙ୍କ ଯୋଗଦାନ
 ରାଜ୍ୟ ସଭାପତି ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ
ଭୁବନେଶ୍ୱର,ତା.୧୭/୧୨: ବିଜେପିର ନୂଆ ସରକାରକୁ ନେଇ ଓଡ଼ିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ବିଜେଡି, କଂଗ୍ରେସ ଉପରୁ ଆସ୍ଥା ହରାଇ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକର ୨୦ ଜଣ ସରପଂଚ ଗୋବିନ୍ଦ ନାଏକ, ବିକାଶ ପ୍ରଧାନ, ଅଙ୍କିତା ବେହେରା, ରମେଶ ନାଏକ, ଗୌରି ମିଶ୍ର, ପ୍ରମୋଦ ଯୋଶୀ, ଉର୍ମିଳା ଜାନି, ଗୀତାଞ୍ଜଳି ସାହୁ, ଆଦିତ୍ୟ କୁମାର ନାଏକ, ପ୍ରିୟାଙ୍କିନୀ ନାଏକ, ଲକ୍ଷ୍ମୀ ମାଝୀ, ସୁଷମା ସେନାପତି, ତପସ୍ୱିନୀ ସାହୁ, ବିଷ୍ଣୁପ୍ରିୟା ଦୁର୍ଗା, ରବିନାରାୟଣ ବେହେରା, ଯୁ୍‌ଦ୍ଦେଷ୍ଟି ନାଏକ, ମୁରଲୀ ପ୍ରଧାନ, ଦାସମତି ବେମାଲ, ଜ୍ୟୋର୍ତିମୟୀ ମାଝୀ, ଦିଗାମ୍ବର ଲୁହା ବିଜେପିରେ ସାମିଲ ହୋଇଥିଲେ ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ବରିଷ୍ଠ ନେତା ରଞ୍ଜନ ପଟେଲ, ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।

Govt
Leave A Reply