Odisha news

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ସୋ , ବିଜେପିକୁ ସମର୍ଥନ ପାଇଁ ନିବେଦନ

0

ଜଗତସିଂହପୁର : ତିର୍ତ୍ତୋଲ ଉପ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସେତିକି ଜମୁଛି ।ବିଭିନ୍ନ ଦଳ ପକ୍ଷରୁ ରାଜ୍ୟ ସ୍ତରୀୟ ନେତାମାନେ ଏହି ନିର୍ବାଚନ ମଣ୍ଡଳୀରେ ରୋଡ ସୋ କରି ପ୍ରାର୍ଥୀ ସପକ୍ଷରେ ଭୋଟ ହାତେଇବାକୁ ଚେଷ୍ଟା ଚଳାଇଛନ୍ତି ।ଅନ୍ୟ ପକ୍ଷରେ ନବୀନ ପଟ୍ଟନାୟକ ଭରଚୁଆଲ ରାଲି ମାଧ୍ୟମରେ ତିର୍ତ୍ତୋଲ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡ ସୋ କରି ତିର୍ତ୍ତୋଲ ଜନସାଧାରଣଙ୍କୁ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରାଙ୍କୁ ପାଇଁ ପଦ୍ମ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ।ଆଜି ପୁର୍ବାହ୍ନ ୧୦ଟାରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିର୍ତ୍ତୋଲ ବ୍ଲକ କ୍ରୀଷ୍ଣାନନ୍ଦପୁର ସାଇଫନ ଛକ ନିକଟରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ପରେ ଏକ ବାଇକ ଶୋଭାଯାତ୍ରାରେ ମନ୍ତ୍ରୀ କ୍ରୀଷ୍ଣାନନ୍ଦପୁର,ବିଶନପୁର,କନିମୁଳ,ଦାଇଁଲୋ,ଗୋପାଳପୁର,ଶଙ୍ଖେଶ୍ୱର ଆଦି ଅଞ୍ଚଳରେ ରୋଡ ସୋ କରି ବିଜେପି ସପକ୍ଷରେ ମତଦାନ ପାଇଁ ଭୋଟରମାନଙ୍କୁ ନିବେଦନ କରିଥିଲେ ।ପରେ ମନ୍ତ୍ରୀ ତିର୍ତ୍ତୋଲ ବଜାରରେ ଥିବା ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ପରେ ରଘୁନାଥପୁର ନିର୍ବାଚନ ମଣ୍ଡଳୀ ଅଭିମୁଖେ ଯାଇଥିଲେ ।ରଘୁନାଥପୁର ବଜାର ନିକଟରେ ଥିବା ଦଳୀୟ କାର୍ଯ୍ୟାଳୟ ନିକଟରେ ଦୁଇ ପଟ ରାସ୍ତାରେ ବହୁମାତ୍ରାରେ କର୍ମୀମାନେ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ପ୍ରାୟ ୧୦୦୦ରୁ ଉର୍ଦ୍ଧ ବାଇକ ଶୋଭାଯାତ୍ରାରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରଘୁନାଥପୁରରୁ ବିରିଡି ବ୍ଲକ ପର୍ଯ୍ୟନ୍ତ ନିଆଯାଇଥିଲା ।ରଗୁନାଥପୁର ବଜାର ମଝିରେ ଏକ ପଥପ୍ରାନ୍ତ ସବାରେ ମନ୍ତ୍ରୀ କହିଲେ ଯେ ଓଡିଶାରେ ଏକ ଅପାରଗ ସରକାର ଚାଲିଛି ।ଦୁର୍ନୀତୀ,ଭଷ୍ଟାଚାର,ମହିଳାଙ୍କ ପ୍ରତି ନିର୍ଯ୍ୟାତନା,ବେକାରୀ ସମସ୍ୟା ଏହି ସରକାର ଅମଳରେ ବଢି ଚାଲିଥିଲେ ହେଁ ଲୋକମାନଙ୍କୁ ଭୁଆଁ ବୁଲାଇ ଏ ସରକାର ଭୋଟ ହାତେଇ ନେଉଛି ।ଏବେ ପରିବର୍ତ୍ତନର ସମୟ ଆସିଛି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ ଯୋଜନା ବାବଦରେ ଲୋକେ ସଚେତନ ହେଲେଣି ।ଦୀର୍ଘ ବର୍ଷ ହେବ ଶାସନ କରୁଥିବା ଏହି ଅପାରଗ ସରକାରକୁ ଲୋକେ ପ୍ରତ୍ୟାକାନ କରି ବିଜେପି ପ୍ରତି ବ୍ୟାପକ ସମର୍ଥନ ବଢୁଛି ।ଆଜିର ମାହୋଲ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ଲୋକଙ୍କ ଭିତରେ ଥିବା ଉସôାହ ଓ ମନୋବୃତି ଏକ ବୃହତ ପରିବର୍ତ୍ତନର ନାରା ଦେଇଛି ।ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରାଙ୍କୁ ଲୋକେ ଭୋଟ ଦେବା ଏକ ପ୍ରକାର ନିଶ୍ଚିତ ହୋଇଥିବା କହିଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ପରେ ବିରିଡି ବ୍ଲକର ବିଭିନ୍ନ ଅଞ୍ଚଳ ମନ୍ତ୍ରୀ ଯାଇଥିବା ବେଳେ ବିପୁଳ ଜନ ସମର୍ଥନ ମିଳିଥିବା ଦେଖାଯାଇଥିଲା ।ଏହି ଶୋଭାଯାତ୍ରାରେ ବିଜେପିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର,ବରିଷ୍ଠ ବିଜେପି ନେତା ଶାରଦା ପ୍ରଧାନ,ପ୍ରକାଶ ବେହେରା,ଦିଲ୍ଲିପ ମଲ୍ଲିକ,ମିଟୁ ମଲ୍ଲିକ,ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀଙ୍କ ସମେତ ବହୁ ରାଜ୍ୟ ସ୍ତରୀୟ ନେତା ସାମିଲ ହୋଇଥିଲେ ।

Leave A Reply