Odisha news

ବାଲେଶ୍ୱରଠାରେ ଶାସକ ଦଳ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବା ବିରୁଦ୍ଧରେ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ : ଆଗାମୀ ଉପନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବାକୁ ଦାବି କଲା ବିଜେପି

0

ଭୁବନେଶ୍ୱର : ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛି । ଏହା ସହ ଶାସକ ଦଳ ସରକାରୀ କଳ ଏବଂ ପୋଷ୍ଟାଲ ବାଲାଟ ଭୋଟିଂରେ ଜାଲିଆତି କରି ଭୋଟ ନିଜ ସପକ୍ଷକୁ ନେବାକୁ ଉଦ୍ୟମ ଚଲାଇଛି ।

ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବେଆଇନ ଭାବେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ବିଜେଡି ନିଦେ୍ର୍ଦଶରେ ଚାଲିଛି । ବେଆଇନ ଭାବେ ରାସ୍ତାଘାଟ ନିର୍ମାଣ କରିବା, ନୂଆ ଟ୍ରାନ୍ସଫରମର ଲଗାଇବା, ବିଦୁ୍ୟତ ଖୁଂଟି ପକାଇବା ଓ ପୋଷ୍ଟାଲ ବାଲାଟ ଭୋଟିଂରେ ବ୍ୟାପକ ଜାଲିଆତି କରି ସରକାରୀ କଳକୁ ଅପବ୍ୟବହାର କରିବା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧୀ ଦଳ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀମତୀ ବି. ଅମୃତାଭଲ୍ଲୀଙ୍କୁ ଭେଟି ଆଗାମୀ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବାକୁ ଦାବି କରିଛି ।

ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି । ସଦର ବ୍ଲକ ସିନ୍ଧିଆ ଗ୍ରାମପଂଚାୟତେରେ ବିଭିନ୍ନ ଟ୍ରକରେ ମୋରମ ଆସି ରାସ୍ତା କାମ ହେବା ପାଇଁ ପକାଯାଇଛି । ବିଜେଡି ନେତା ଓ ବିଧାୟକମାନେ ଲୋକଙ୍କୁ ବିଭିନ୍ନ ମନଲୋଭା ପ୍ରତିଶୃତି ଦେଇ ଭୋଟ ହାତେଇବା ପାଇଁ ଅପଚେଷ୍ଟା କରୁଛନ୍ତି, ଯାହା ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନେଇ ବିଜେପି ପକ୍ଷରୁ ରିଟଣ୍ଣିଂ ଅଫିସର, ଜିଲ୍ଲାପାଳ ଏବଂ ଏସ.ପିଙ୍କ ଆଗରେ ବାରମ୍ବାର ଅଭିଯୋଗ କଲା ପରେ ବି ବିଜେଡି ବିରୁଦ୍ଧରେ କୌଣସି କାର୍ଯା୍ୟାନୁଷ୍ଠାନ ନିଆଯାଇନାହିଁ ।

ଜଣେ ଏସଏଚଜି ଓ ବିଟିଏମ ଲିଡର କୁସୁମ ଦେ ବାଲେଶ୍ୱର ଉପନିର୍ବାଚନ ପ୍ରଚାରରେ ସାମିଲ ହୋଇ ସଦର ବ୍ଲକ ପାତ୍ରପଡା ଗ୍ରାମ ପଂଚାୟତ ରସକଡା ଗାଁରେ ବ୍ୟାପକ ଭାବେ ଜରି ପାଲ ବଂଟନ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିକୁ ଜିତାଇବା ଲାଗି ପ୍ରବର୍ତାଇଥିଲେ । ସେହିପରି ଅକ୍ଟୋବର ୧୮ ତାରିଖରେ ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପାରିଖି ପଂଚାୟତରେ ପ୍ରଚାର କରି ବିଦୁ୍ୟତ ସଂଯୋଗୀକରଣ, ଅପଗ୍ରେଡ ଟ୍ରାନ୍ସଫରମର, ୩ ଫେଜ୍ ଲାଇନ ସଂଯୋଗୀକରଣ, ରାସ୍ତା ମରାମତି ଓ ଟୁ୍ୟବଲ ଖୋଳିବା ନେଇ ଭୋଟରଙ୍କୁ ପ୍ରତିଶୃତି ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିଲେ । ଅକ୍ଟୋବର ୧୯ ତାରିଖ ଦିନ ରାତିରେ ଏକ ଗାଡିରେ ମନ୍ତ୍ରୀଙ୍କ ପ୍ରତିଶୃତି ଅନୁଯାୟୀ ବିଦୁ୍ୟତ ଖୁଂଟି ଏକ ଗାଡିରେ ଲୋଡ ହୋଇ ଆସିଥିଲା । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବେଆଇନ ଭାବେ ଏହି କାର୍ଯ୍ୟ କରାଯାଇଥିଲା । ଏନେଇ ମନ୍ତ୍ରୀଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ଦାବି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ବିଜେଡିକୁ ଜିତାଇବା ଲକ୍ଷ୍ୟରେ ପୋଷ୍ଟାଲ ବାଲାଟ ଭୋଟିଂରେ ବ୍ୟାପକ ଜାଲିଆତି କରାଯାଉଛି । ବୁଥ ଲେବଲ ଅଫିସର ପୂର୍ଣ୍ଣିମା ସାମନ୍ଥ ପୋଷ୍ଟାଲ ବାଲାଟ ସଂଗ୍ରହ ସମୟରେ ବେନିୟମ କାର୍ଯ୍ୟ କରିଥିଲେ । ଅନ୍ୟପଟେ ବସ୍ତା ଥାନା ଅଧିକାରୀ ଶାସକ ଦଳ ସପକ୍ଷରେ କାର୍ଯ୍ୟ କରୁଥିବା ନେଇ ପୂର୍ବରୁ ବିଜେପି ପ୍ରତିନିଧୀ ଦଳ ଅଭିଯୋଗ କରିଛି । ଏହି ପ୍ରସଙ୍ଗରେ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଭେଟି ଆଗାମୀ ବାଲେଶ୍ୱର ଉପନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବାକୁ ଦାବି କରିବା ସହ ବୁଥ ଲେବଲ ଅଫିସର ପୂର୍ଣ୍ଣିମା ସାମନ୍ଥଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବାକୁ ପ୍ରତିନିଧୀ ଦଳ ଦାବି କରିଛି ।

ଏହି ପ୍ରତିନିଧି ଦଳରେ ସାଂସଦ ବିଶେଶ୍ୱର ଟୁଡୁ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପତ୍ର ଏବଂ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ଥିଲେ ।

Leave A Reply