Odisha news

ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦଙ୍କ ଆସନ୍ତା କାଲି ବିଭିନ୍ନ ସ୍ଥାନ ଗସ୍ତ କାର୍ଯ୍ୟକ୍ରମ

0

 କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆସନ୍ତା କାଲି ୨୧ ତାରିଖ ଦିନ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଏବଂ ନୟାଗଡ (ଲାଠିପଡା)ଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ
 ସମ୍ବଲପୁର ଜନସଭାରେ ସମ୍ବଲପୁର ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡଙ୍ଗୀ, ସାଂସଦ ଅପରାଜିତା ଷଡଙ୍ଗୀ, ସମ୍ବଲପୁର ବିଧାୟକ ପ୍ରାର୍ଥୀ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେବେ
 କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆସନ୍ତା କାଲି ୨୧ ତାରିଖ ଦିନ ମୋରଡା, ଉଦଳା, ଯଶୀପୁ. ରାଇରଙ୍ଗପୁର, ବାଙ୍ଗିରୀପୋଷି ଏବଂ ବାରିପଦାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ
 ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ପୀତାମ୍ବର ଆଚାର୍ଯ୍ୟ ଏବଂ ସାଂସଦ ଅନୁଭବ ମହାନ୍ତି ଆସନ୍ତା କାଲି ୨୧ ତାରିଖ ଦିନ ନିଳଗିରି, ଜଳେଶ୍ୱର, ଭୋଗରାଇ ଏବଂ ବସ୍ତାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବାଧନ କରିବେ
ଭୁବନେଶ୍ୱର, ତା.୨୦/୦୫: ରାଜ୍ୟରୁ ଭ୍ରଷ୍ଟାଚାରୀ, ଦୁର୍ନୀତିଖୋର ବିଜେଡି ସରକାରକୁ ଶାସନ କ୍ଷମତାରୁ ତଡିବା ପାଇଁ ଓଡିଶାବାସୀ ସଂକଳ୍ପ ନେଇସାରିଛନ୍ତି । ଏଥି ସହ ମୋଦି ଗ୍ୟାରେଂଟିକୁ ପ୍ରତ୍ୟେକ ଓଡିଆଙ୍କ ନିକଟକୁ ପହଂଚାଇବା ପାଇଁ ବିଜେପି ପ୍ରତିଶୃତିବଦ୍ଧ । ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବଂ ଏହାର ନେତୃତ୍ୱ ନେବେ ଓଡିଆ । ବିଜେପିର ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି । ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ୯ଟି ଲୋକସଭା ଓ ୬୩ଟି ବିଧାନସଭା ପାଇଁ ଆଜି ମତଦାନ ଶେଷ ହୋଇଛି । ଆହୁରି ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମକୁ ଶାଣିତ କରାଯାଉଛି । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ ।
ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ୨୧ତାରିଖ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ପୂର୍ବାହ୍ନ ୧୦.୩୦ରେ ସମ୍ବଲପୁର ଗସ୍ତ କରି ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିବେ । ଏହାପରେ ରେମେଡ ଗାଁ ପଡିଆଠାରେ ପୂର୍ବାହ୍ନ ୧୧.୧୫ରେ ଜନସଭାକୁ ସମ୍ବୋଧନ କରିବେ । ଏହି ଜନସଭାରେ ସମ୍ବଲପୁର ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡଙ୍ଗୀ, ସାଂସଦ ଅପରାଜିତା ଷଡଙ୍ଗୀ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଅପରାହ୍ନ ୧ଟାରେ କେନ୍ଦୁଝର, ଅପରାହ୍ନ ୨.୧୫ରେ ଢେଙ୍କାନାଳର ପରଜଙ୍ଗ (ବାଟଗାଁ ଖେଳପଡିଆ)ଠାରେ ଏବଂ ଅପରାହ୍ନରେ ୩.୧୫ରେ ନୟାଗଡ (ଲାଠିପଡା ଟାଙ୍ଗି ପଡିଆ)ଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
ସେହିପରି କେନ୍ଦ୍ର କୃଷିକଲ୍ୟାଣ ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଆସନ୍ତା କାଲି ୨୧ ତାରିଖ ଦିନ ପୂର୍ବାହ୍ନ ୯.୧୫ରେ ମୋରଡା (ଶୁଳିଆପଦା), ପୂର୍ବାହ୍ନ ୧୦.୧୫ରେ ଉଦଳା (ଚନ୍ଦ୍ରପୁର ପଂଚାୟତ, ହାତୀମୋଡା ପଡିଆ), ପୂର୍ବାହ୍ନ ୧୧.୧୫ରେ ଯଶୀପୁର ଏବଂ ମଧ୍ୟାହ୍ନ ୧୨.୪୫ରେ ରାଇରଙ୍ଗପୁର (ଗୋରୁମହିଷାଣି)ଠାରେ, ଅପରାହ୍ନ ୨ଟାରେ ବାଙ୍ଗିରୀପୋଷିଠାରେ, ଅପରାହ୍ନ ୩ଟାରେ ବାରିପଦା (କମଲଶୋଲ)ଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଏବଂ ସାଂସଦ ଶ୍ରୀ ଅନୁଭବ ମହାନ୍ତି ଆସନ୍ତା କାଲି ୨୧ ତାରିଖ ଦିନ ପୂର୍ବାହ୍ନ ୧୦.୩୦ରେ ନିଳଗିରି, ମଧ୍ୟାହ୍ନ ୧୨.୧୫ରେ ଜଳେଶ୍ୱର, ଅପରାହ୍ନ ୨ଟାରେ ଭୋଗରାଇ ଏବଂ ଅପରାହ୍ନ ୩.୩୦ରେ ବସ୍ତାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବାଧନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

Leave A Reply