Odisha news

ମୟୂରଭଞ୍ଜ ଜିଲ୍ଲା ପରିଷଦ ସଭ୍ୟ ରାଜକିଶୋର ମଣ୍ଡଳ, ପତ୍ନୀ ଛାୟା ମଣ୍ଡଳ ବିଜେଡି ଛାଡି ବିଜେପିରେ ସାମିଲ ହେଲେ

0

ଭୁବନେଶ୍ୱର, ତା.୨୦/୦୫: ଓଡିଶାରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ । ଓଡିସାବାସୀ ପରିବର୍ତନ ମୁହାଁ । ଏଥିଲାଗି ବିଜେପିର ହାତ ମୁଠାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏହି ପରିବାରରେ ଯୋଗ ଦେଉଛନ୍ତି । “କେନ୍ଦ୍ରରେ ମୋଦି ସରକାର” ଓ “ଓଡ଼ିଶାରେ ବିଜେପିର ସରକାର” ଗଠନ ଦିଗରେ ଆପଣମାନଙ୍କ ଯୋଗ ଦାନ ସହାୟକ ହେବ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜକିଶୋର ମଣ୍ଡଳ, ପତ୍ନୀ ଛାୟା ମଣ୍ଡଳ ବିଜୁ ଜନତା ଦଳ ଛାଡି ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତାଙ୍କୁ ସ୍ୱାଗତ ଜଣାଇଥିଲେ । ପାର୍ଟିରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର ଉପସ୍ଥିତ ଥିଲେ ।

 

Leave A Reply