ଗୁମାସ୍ତାଙ୍କ ନାଟକକୁ ଓଡିଶାବାସୀ ବୁଝି ବିଜେଡିକୁ ପ୍ରତ୍ୟାଖାନ କରୁଛନ୍ତି
ବିଜେଡି ଗୁଣ୍ଡାମାନଙ୍କ ବିରୋଧରେ ପ୍ରତିବାଦ କଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ
ଭୁବନେଶ୍ୱର, ତା.୨୦/୦୫: ବିଜୁ ଜନତା ଦଳର ପାଦ ତଳୁ ମାଟି ଖସିଯିବା ଜାଣି ହିଂସାକୁ ଆଦରି ନେଇଛନ୍ତି । ନିର୍ବାଚନ ପୂର୍ବରୁ ବିଜେଡିର ଗୁମାସ୍ତା ଓଡ଼ିଶାସାରା ବୁଲି ଲୋକଙ୍କ ସମସ୍ୟା ବୁଝିବାର ନାଟକ କରିଥିଲେ । କିନ୍ତୁ ଗୁମାସ୍ତାଙ୍କ ନାଟକକୁ ଓଡିଶାବାସୀ ବୁଝି ବିଜେଡିକୁ ପ୍ରତ୍ୟାଖାନ କରୁଥିବାରୁ ବିଜେଡି ରକ୍ତମୁଖା ହୋଇ ହତ୍ୟା କରୁଛି । ବିଜେଡି ହାରିବାକୁ ସହଜେ ଗ୍ରହଣ କରିପାରୁନି, ଏଥିଲାଗି ନିଜ ହିତାହିତ ଜ୍ଞାନ ହରାଇବସିଚି । ଗତକାଲି ରାତିରେ ବିଜେଡି କର୍ମକର୍ତାମାନେ ବରଗଡ ବିଧାନସଭା ସରସରା ଗାଁର ୧୨୮ ଓ ୧୨୯ନମ୍ବର ବୁଥ୍ରେ ଟଙ୍କା ବାଂଟୁଥିଲେ । ଜନତା ସେହି ଟଙ୍କାକୁ ନନେଇ ଫେରାଇବା ସହ ପ୍ରତିବାଦ କଲେ । ୧୨୮ ଓ ୧୨୯ନମ୍ବର ବୁଥ୍ର ୩ଶହ ମିଟର ଦୂରରେ ବିଜେଡି ଗୁଣ୍ଡା ଅଶୋକ ମହାନନ୍ଦ ବିଜେପି କାର୍ଯ୍ୟକର୍ତା ବିଶ୍ୱନାଥ ମିର୍ଦ୍ଧା(୩୫)ଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଛନ୍ତି ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେଡିକୁ ଟଙ୍କା ଫେରାଇବା ଓ ସେହି ଦଳକୁ ଲୋକେ ଭୋଟ ନଦେବାକୁ ନିଷ୍ପତି ନେଇଥିବା ଜଣାପଡିବା ପରେ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଭଟିଲି ନିର୍ବାଚନ ମଣ୍ଡଳୀର ସୁଶାନ୍ତ ସିଂଙ୍କ ପ୍ରରୋଚନାରେ ପେସାଦାର ଅପରାଧୀଙ୍କୁ ଡାକି ବିଜେପିର କାର୍ଯ୍ୟକର୍ତାଙ୍କୁ ହତ୍ୟା କରିଛନ୍ତି । ବିଗତ ଦିନରେ ବିଜେଡି ଏହି ଦୁଇ ବିଧାୟକ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ବୁଣାକାର ସମସ୍ୟା ପାଇଁ ଆସିଥିଲେ, ସେହି ସମୟରେ ଇଟା, ପଥର ମାରିବା ସହ ତାଙ୍କ ଗାଡିକୁ ଭାଙ୍ଗି ଦିଆଯାଇଥିଲା । ଏ ଘଟଣାକୁ ଓଡ଼ିଶାବାସୀ ମନେ ରଖିଛନ୍ତି । ଏସବୁ ପଛରେ ବିଜେଡିର ଗୁମାସ୍ତାଙ୍କ ହାତ ରହିଛି । ଯେଉଁମାନେ ଅଧିକ ଭୋଟରେ ଜିତିବେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ପରିଚୟ କରାଇବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଜିତିବା ପାଇଁ ବିଜେଡି ରକ୍ତମୁଖା ହୋଇ ହତ୍ୟା କରିବାକୁ ପଛାଉନାହିଁ ।
ବିଜେଡିର ପୂର୍ବତନ ସରପଂଚ ବିଜେପିର କାର୍ଯ୍ୟକର୍ତା ବିଶ୍ୱନାଥ ମିର୍ଦ୍ଧାଙ୍କୁ ଧମକାଇଥିଲେ । ସବୁଠୁ ଦୁଃଖର ବିଷୟ ହେଲା, ଏହି ଘଟଣାର ବ୍ୟକ୍ତିଗତ ଶତ୍ରୁତା କହି ସିଇଓ ଓଡ଼ିଶା ହିଂସା ହେବାର ଦେଢ଼ଘଂଟା ପରେ ରାଜନୈତି ହିଂସାକୁ ନକହି ଓଡିଶା ଲୋକଙ୍କ ପାଖରେ ଏହା ବ୍ୟକ୍ତିଗତ ଘଟଣା କହିବା ହତ୍ୟାକାରୀଙ୍କୁ ସୁରକ୍ଷା ପ୍ରଦାନ କରୁଛି । କିଛି ମୁଷ୍ଟିମେୟ ଜିଲ୍ଲାପାଳ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି ।
ବିଜେଡି ହାରିବା ଜାଣିବା ପରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ତୁରୁମୁ ପଂଚାୟତ ବେରୁଆବାଡି ଗ୍ରାମର ୪୭ନଂ ବୁଥରେ ନିର୍ବାଚନ ହିଂସା ଘଟାଇଛି । ଏହାସହ ୧୧ଟି ବୁଥ୍ ଭିତରେ ବିଜେଡି କର୍ମୀ ବୁଥ ଜବର ଦଖଲ କରିବା ସହ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ପଂଚାୟତ ନିର୍ବାଚନ ବେଳେ ମନ୍ତ୍ରୀ ବିକ୍ରମ ଆରୁଖ ଓ ତାଙ୍କ ଭାଇ ବିଜେପିର ବିଧାୟକ ପ୍ରାର୍ଥୀଙ୍କୁ ଥାନା ବାରଣ୍ଡାରେ ଚଟକଣା ମାରିଥିଲେ । ବିଗତ ନିର୍ବାଚନରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଁରେ ଗୋଟିଏ ହତ୍ୟା ହୋଇଥିଲା । ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ୧୧ଟି ବୁଥରେ ହିଂସା, ମାରପିଟ୍ ଓ ବୁଥ ଜବର ଦଖଲ ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସେହିପରି ବିଜେପିରର କଂଟାବାଝି ନିର୍ବାଚନ ମଣ୍ଡଳୀର ୧୦,୧୧,୧୨ନମ୍ବର ଭୋଟ ଗ୍ରହଣ କେନ୍ଦ୍ରରେ ବିଜେଡି କାର୍ଯ୍ୟକର୍ତାମାନେ ଟଙ୍କା ବାଂଟୁଛନ୍ତି । ଟିଟିଲାଗଡର ୧୦୫, ୨୦୮ ବୁଥ୍ରେ ଟଙ୍କା ଦେଇ ଭୋଟ ନେବା ପାଇଁ ଅପଚେଷ୍ଟା କରିଛି ବିଜେଡି । ପାଟଣାଗଡର ୧୦୪,୧୦୫ବୁଥ୍ରେ ଟଙ୍କା ବଂଟାଯାଇଛି । ସେହିପରି ବୌଦ୍ଧ ଜିଲ୍ଲା କଂଟାମାଳ ନିର୍ବାଚନ ମଣ୍ଡଳୀରେ ୯୦, ୧୩୮,୧୫୩ ବୁଥ୍ରେ ଟଙ୍କା ବଂଟା ହେବା ସହ ବୁଥ ଜବର ଦଖଲ କରୁଛି ବିଜେଡି । ଏଥିସହ କିରାସରା ଓ କାଦପଦର ବୁଥରେ ବିଜେଡି ନେତା ଭୋଟ ବୁଥ୍ ଜବର ଦଖଲ କରୁଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବିଜେଡି ଗୁଣ୍ଡାମାନଙ୍କ ବିରୋଧରେ ପ୍ରତିବାଦ କଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ନିର୍ବାଚନ ବିଜେଡି ପାଇଁ ରକ୍ତରଞ୍ଜିତ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।