ଭୂବନେଶ୍ୱର, ତା.୨୦/୦୫: ଦଳୀୟ ମିଡଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ମୁଖପାତ୍ର ଭାବେ ଶ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରୀ ତପନ କୁମାର ଚାନ୍ଦଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି । ତତ୍ସହିତ ଶ୍ରୀ ସମୀର ରଞ୍ଜନ ଦାସଙ୍କୁ ନିର୍ବାଚନ ପରିଚାଳନା ପର୍ଯ୍ୟବେକ୍ଷକ ଭାବେ କାକଟପୁର, ନିମାପଡା, ପିପିଲି ତଥା ସତ୍ୟବାଦୀ ବିଧାନସଭାର ଦାୟିତ୍ୱ ବିଶେଷ ଭାବେ ପ୍ରଦାନ କରାଯାଇଛି ।