Odisha news

ଉପ ନିର୍ବାଚନ : ବିରିଡି ବ୍ଲକରେ ପ୍ରଚାରକୁ ଜୋରଦାର କଲା ବିଜେପି , ମଙ୍ଗୁଆଳ ସାଜିଲେ ସତ୍ୟବ୍ରତ ମହାପାତ୍ର ଛତାଧରୀ ଘର ଘର ବୁଲିଲେ ପାର୍ଥୀ ଓ କର୍ମି

0

ବିରିଡି ; ତିର୍ତୋଲ ବିଧାନ ସଭା ଉପ ନିର୍ବାଚନ ପରିପେକ୍ଷିରେ ବିଜେପି ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ବର୍ଷା ପାଗ ସତ୍ୱେ ଗୁରୁବାର ଦିନ ବିରିଡି ବ୍ଲକ ହାଜିପୁର ମଣ୍ଡଳ ସଭାପତି ସୁଦର୍ଶନ ପଣ୍ଡାଙ୍କ ନେତୃ୍ତ୍ୱରେ ଏହି ମଣ୍ଡଳର ଅଢ୮୍ଗଗଡ, ଅଢଙ୍ଗମଜୁରାଇ, ବଡ ଖଣ୍ଡାଏତା ଓ ଅନ୍ୟ କେତେକ ପଂଚାୟତରେ ପହଂଚି ପାର୍ଥୀ ରାଜ କିଶୋର ବେହେରଙ୍କ ପାଇଁ ପ୍ରଚାର କରାଯାଇଥିବା ଦେଖିବାକୁ ମିଳିଥିଲା ।

ଆଜିର ଏହି ପ୍ରଚାର କାର୍ଯ୍ୟକ୍ରମରେ ବିଜେପିର ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ମୁଖ୍ୟ ଆକର୍ଶଣ ପାଲଟିଥିବା ବେଳେ ପାର୍ଥୀ ରାଜ କିଶୋର ବେହେରା, ବରିଷ୍ଠ ବିଜେପି କର୍ମି ରାମକୃଷ୍ଣ ପରିଜା, ପୂର୍ବତନ ସଭାପତି ଶିଶିର ମହାନ୍ତି, ଯୁବ ମୋର୍ଚ୍ଚା ସଭାପତି ଦିପ୍ତି ପରିଜା, ଯୁବନେତା ସନ୍ତୋଷ ସ୍ୱାଇଁ, ତୋଫାନ ବିଶ୍ୱାଳ, ସୁବ୍ରଜିତ ଉତରାୟ, ସୁଜିତ ମହାନ୍ତି, ସତ୍ୟବାନ ପରିଜା, କାଳିଆ ପଶାୟତ ଓ ଅନ୍ୟମାନେ ସାମିଲ ହୋଇଥିଲେ । ବିଜେପି ପାର୍ଥୀ ପ୍ରଚାର କରିବା ବେଳେ କେତେକ ସ୍ଥାନରେ ଚନ୍ଦନ ଟିପା ତାଙ୍କ ମୁଣ୍ଡରେ ଲଗାଇ ଦେଇ ସମ୍ବର୍ଦ୍ଦିତ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବର୍ଷା ଯୋଗୁଁ ସମସ୍ତେ ଛତା ଧରି ଘର ଘର ବୁଲି ପ୍ରଚାର କରିଥିଲେ ।

 

 

Leave A Reply