Odisha news

ଗଞ୍ଜାମ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଶ୍ରମିକ ନେତା ଶଙ୍କର ଦାଶଙ୍କ ଶୂଭେଚ୍ଛା

ଛତ୍ରପୁର ୨୬/୬ : ପଂଚାୟତ ନିର୍ବାଚନ ପୁର୍ବରୁ ସାଙ୍ଗଠନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କରିଛି ବିଜେଡି । ୩୦ ଟି ଜିଲ୍ଲା ପାଇଁ ଦଳ ନୁଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ଯେଉଁଥିରେ ଯୁବନେତା ମାନଙ୍କୁ ଜିଲ୍ଲା ୱାରୀ ଦାୟିତ୍ୱ ଦିଆଯାଇଛି । କିନ୍ତୁ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ୬ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଗୁରୁ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମ ନବୀନ ପଟ୍ଟନାୟକ । ଏହି କ୍ରମରେ ବିଜେଡି ନେତା ତଥା ଖଣି ଇସ୍ପାତ ତଥା ପୁର୍ତ୍ତ ବିଭାଗମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଗଞ୍ଜାମ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡିରେ ଖୁସିର ଲହରି ଖେଳିଯାଇଛି । ଶ୍ରମିକ ନେତା ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ଗଞ୍ଜାମ ଜିଲ୍ଲା ଉପସଭାପତି ଶଙ୍କର ଦାସ ଗଞ୍ଜାମ ଜିଲ୍ଲାର ନବନିଯୁକ୍ତ ପର୍ଯ୍ୟବେକ୍ଷକ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ଶୁଭେଚ୍ଛା ଜଣାଇବା ସହ ଆସନ୍ତା ପଂଚାୟତ ନିର୍ବାଚନ ବୈ÷ତରଣୀ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ଓ ଗଞ୍ଜାମ ବ୍ଲକ ପାଇଁ ସୁଫଳ ଆଣିଦେବ ବୋଲି ଶ୍ରମିକ ନେତା ଶ୍ରୀ ଦାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ମଲ୍ଲିକ ଶ୍ରମିକ ଟ୍ରେଡ ୟୁନିୟନର ଲିଡରସିପ୍ ରୁ ରାଜନିତି ଆରମ୍ଭ କରିଥିବାତୁ ଶ୍ରମିକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଜାଗ୍ରତ ହୋଇଛି ।

Comments are closed.