ଆନନ୍ଦପୁର, ସବ୍ୟୁ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ବାତୋ ପଞ୍ଚୟତର ସରପଞ୍ଚ କାହ୍ନୁ ଚରଣ ନାୟକ ଙ୍କ ଅକାଳ ବିୟୋଗ ରେ ବାତୋ ପଞ୍ଚାୟତ ଉପନିର୍ବାଚନ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ନିର୍ବାଚନର ମାହୋଲ ଥିବାବେଳେ କଂଗ୍ରେସ ଓ ବିଜେପି ର କର୍ମୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାସହ କେନ୍ଦୁଝର ଜିଲ୍ଲାରେ ବିଜେଡ଼ି କୁ ସୁଦୃଢ଼ କରିଥିବା ବରିଷ୍ଟ ନେତା ତଥା ବିଧାୟକ ବଦ୍ରିନାରାୟଣ ପାତ୍ର ଙ୍କ ନେତୃତ୍ବ କୁ ଭରସା କରି ଆଜି ରାମଚନ୍ଦ୍ରପୁର ଡ଼ାକବଙ୍ଗଳାରେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଉପସ୍ଥିତି ରେ ୨୦ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେପି କର୍ମୀ ବିଜେଡ଼ି ରେ ମିଶିଲେ।
ରାମଚନ୍ଦ୍ରପୁର ପୂର୍ବତନ ସରପଞ୍ଚ ମଦନମୋହନ ସାହୁ, ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ , ସମାଜସେବୀ ତରଣୀସେନ ବରାଳ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଜେନା, ବନମାଳୀ ବରାଳ,ଏହି ମିଶ୍ରଣ ପର୍ବରେ ଉପସ୍ଥିତ ରହି ନୁତନ ବିଜେଡ଼ି କର୍ମୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ପାଛୋଟି ନେଇଥିଲେ। ବାତୋ ପଞ୍ଚାୟତ ର ଅତା ଓ ଉଲ୍ଲଳ ଗ୍ରାମର ଆକାଶ ନାଥ, ସୁଦାମ ନାଥ,ଅରୁପାନନ୍ଦ ନାଥ, ଚତ୍ରୃଭୁଜ ନାଥ, ଅନିରୁଦ୍ଧ ବେହେରା, ସନାତନ ପାଗଳ, ଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ କଂଗ୍ରେସ ଓ ବିଜେପି କର୍ମୀ ଆନୁଷ୍ଠାନିକ ଭାବେ ବିଜୁଜନତା ଦଳ ରେ ଯୋଗଦାନ କରିଛନ୍ତି। ପଞ୍ଚାୟତ ରେ ଉପ ନିର୍ବାଚନ ରେ ଦୁଇ ଦଳ ରୁ ଆସି ଯୋଗଦେଇ ଥିବା କର୍ମୀ ବିଜେଡ଼ି ଦଳ ବଳିୟାନ ହେଉଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପି ଦଳକୁ ଏକ ଶକ୍ତ ଧକ୍କା ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି