Odisha news

ଦୁମଦୁମା ଶୈବ ପୀଠରେ ଗରୁଡ଼ ପକ୍ଷୀ

0

ତାଳଚେର୨୧/୦୨ ତାଳଚେର ବ୍ଲକ ଅନ୍ତର୍ଗତ ଦୁମଦୁମା ଗ୍ରାମର ଶିବମନ୍ଦିରଉପରେ ଏକ ବିରଳ ଗରୁଡ଼ ପକ୍ଷୀ ବସିଥିବା ଦେଖିବାକୁ ମିଳିଥିବା । ଗ୍ରାମବାସୀମାନେ ଏହା ଦେଖିବା ପରେ ଆଶ୍ଚର୍ଯ୍ୟାନ୍ୱତ ହେବାପରେ ଘଟଣା ଚାରିଆଡ଼େ ପ୍ରଚାରିତ ହୋଇଯାଇଥିଲା । ଏହାକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ଗ୍ରାମବାସୀମାନେ ପୌରାଣିକ ଶାସ୍ତ୍ର ଅନୁସାରେ ଜଗତରନାଥ ଜଗନ୍ନାଥଙ୍କ ବାହାନ ହୋଇଥିବାରୁ ଏହି ଗରୁଡ଼କୁ ଖିର, ଦହି, ଧୂପ, ଦୀପ ଇତ୍ୟାଦି ଦେଇ ପୂଜାର୍ଚ୍ଚନା କରିଥିଲେ । ତେବେ ଏହି ଗରୁଡ଼ ପକ୍ଷୀ ଏଠାକୁ କିପରି ଓ କେଉଁଠାରୁ ଆସିଲା ଏଥିନେଇ ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନା ଜାରି ରହିଛି । ଏନେଇ ସ୍ଥାନୀୟ ବନବିଭାଗକୁ ଏହି ପକ୍ଷୀ ସଂକ୍ରାନ୍ତରେ କହିବାପରେ ବନବିଭାଗ କର୍ମଚାରୀ  ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପଂହଚି ନାହାନ୍ତି ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ । ତେବେ ମୂଲ୍ୟବାନ୍ ପକ୍ଷୀଟି କେତେ ସୁରକ୍ଷିତ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ।

Leave A Reply