ଆଙ୍କର- ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଗଝୋଳ ର ୧୨୩ ନଂ ବୁଥରେ ଆଜି ଅର୍ଥ ମନ୍ତ୍ରୀ ତଥା ବିଜୁଜନତା ଦଳ ବିଧାୟକ ପ୍ରାର୍ଥୀ ଭାବେ ବିକ୍ରମ କେଶରୀ ଆରୁଖ ନିଜ ପାଇଁ ନିଜର ମତ ପ୍ରଦାନ କରିଛନ୍ତି । ସେ ଗତ ୬ଥର ହେଲା ବିଜୟ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ସପ୍ତମଥର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ନିଜ ଗାଁ ରେ ସାଧାରଣ ଭୋଟରଙ୍କ ଭଳି ଲାଇନ ରେ ଯାଇ ନିଜର ମତଦାନ ଦେଇ ଖୁବ ଖୁସି ପ୍ରକଟ କରିବା ସହ ଗଣତନ୍ତ୍ର ର ମହାପର୍ବ ରେ ସମସ୍ତେ ସାମିଲ ହୋଇ ନିଜ ମତ ପ୍ରଦାନ କରନ୍ତୁ ବୋଲି ସେ ଜନସଧାରଣ ଙ୍କୁ ଆହ୍ୱାନ ଦେଇଛନ୍ତି । ସେହିପରି ଭଞ୍ଜନଗର 128 ନମ୍ବର ବୁଥ ରେ ଜଣେ ଭୋଟ ଦେଇ ଫେରୁଥିବା ନୂତନ ଭୋଟରଙ୍କ ସହିତ ଦେଖା ହୋଇଥିଲା ସେ ପ୍ରଥମ ଥର ଭୋଟ ଦେଇ ଖୁବ ଖୁସି ପ୍ରକଟ କରିବା ସହ ଯିଏ ଅଞ୍ଚଳର ବିକାଶ କରିବ ସେଭଳି ଜଣେ ପ୍ରାର୍ଥୀ ଙ୍କୁ ସେ ଭୋଟ ଦେଇଥିବା ପ୍ରକାଶ କରିଛନ୍ତି.