କନ୍ଧମାଳ(ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ଼ ଥାନାରୁ ଏକ ବାଇକ୍ ଚୋର ଚମ୍ପଟ ମାରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି । ଏହି ଘଟଣା ପରେ ସାରଙ୍ଗଡ଼ ପୁଲିସ୍ ଫେରାର୍ ଅଭିଯୁକ୍ତକୁ ଖୋଜିବାପରେ କିଛି ସମୟପରେ ତାକୁ କାବୁ କରିଛି ।

ସୁଚନା ଅନୁସାରେ ପ୍ରାୟ ଏକ ସପ୍ତାହ ପୂର୍ବରୁ ସାରଙ୍ଗଡ ନିକଟ କୌଣସି ଏକ ବଣୁଆ ଅଂଚଳରୁ ମିଟୁନା ପୃଷ୍ଟିଙ୍କ ଗୋଟିଏ ବାଇକ ଚୋରୀ ହୋଇଯାଇଥିଲା । ଏ ସଂପର୍କରେ ସେ ସାରଙ୍ଗଡ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ଏକ ମାମଲା ୧୨/୨୦୨୦ ରୁଜ୍ଜୁ କରି ପୋଲିସ ତଦନ୍ତ କରୁଥିଲା । ବାଇକ ଲୁଟେରା ଜଣକ ବାଇକଟି ଧରି ଦୃତ ଗତିରେ ଯାଉଥିବା ବେଳେ ଜଣକ ଚୋରି ବାଇକ୍ ଧରି ଫୁଲବାଣୀ ଆସୁଥିବା ବେଳେ ୧୨ ତାରିଖରେ ଦୁର୍ଘଟଣାର ଶୀକାର ହୋଇଥିଲେ ।

ଖବର ପାଇଁ ସାରଙ୍ଗଡ଼ ଥାନା ପୁଲିସ୍ ସେଠାରେ ପହଂଚି ଫେରାର୍ ଅଭିଯୁକ୍ତ ପ୍ରିୟ ରଂଜନ ପ୍ରଧାନକୁ ଧରିବା ସହିତ ଥାନାରେ ଅଟକ ରଖିଥିଲେ । ସେ ବଣଗୁଡ଼ା ଅଂଚଳ ଗିନ୍ଦାପଙ୍ଗା ଗ୍ରାମର ବୋଲି ଜଣାପଡ଼ିଛି । ତେବେ ତାକୁ ପୋଲିସ ଧରି ଥାନାରେ ଅଟକ ରଖିଥିବାବେଳେ ସେ ସୁଯୋଗ ଦେଖି ସେଠାରୁ ଫେରାର ହୋଇ ଯାଇଥିଲା । ପରେ ପୋଲିସ ଖୋଜାାଖୋଜି କରି ତାକୁ କାବୁ କରିଥିଲା ।

LEAVE A REPLY

Please enter your comment!
Please enter your name here