ନୂଆଦିଲ୍ଲୀ :ଭାରତ ନେପାଳ ସୀମାରେ ଦିନକୁ ଦିନ ଉଗ୍ରବାଦୀ କାର୍ଯ୍ୟକଳାପ ବଢିବା ଦ୍ୱାରା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଇନ୍ଟାଲିଜେନ୍ସ ଏଜେନ୍ସି ଗୁଡିକ ମତ ଦେଇଛନ୍ତି l ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ଯେ ଭାରତ ନେପାଳ ସୀମାରେ ବିଭିନ୍ନ ପ୍ରକାରର ଗତିବିଧି ଲକ୍ଷ କରାଯାଉଛି l ରିପୋର୍ଟ ଅନୁସାରେ ନେପାଳର ସୀମାକୁ ଲାଗିଥିବା ବିହାର ପଟରେ ଅନେକ ଗୁଡିଏ ମସଜିଦ ଓ ଗେଷ୍ଟ ହାଉସ ତିଆରି ହେଉଥିବାର ଦେଖା ଯାଉଛି ,ଯେଉଁଗୁଡିକୁ ପାକିସ୍ତାନର ଦାଵତ-ଏ -ଇସ୍ଲାମିଆ ପକ୍ଷରୁ ଫଣ୍ଡିଙ୍ଗ ଦିଆଯାଉଛି l ଭାରତ ନେପାଳ ସୀମାର ତାଜା ସ୍ତିତି ସହିତ ଜଣେ ଅଧିକାରୀ ନିଜର ପରିଚୟ ନଜଣାଇ ଇଣ୍ଡିଆ ଟୁଡ଼େକୁ କହିଛନ୍ତି ଯେ ନିକଟରେ ଗୋଟିଏ ଦୁଇ ମହଲା ବିଶିଷ୍ଟ ଗେଷ୍ଟ ହାଉସ ନିର୍ମାଣ କରାଯାଇଛି l
ଯେଉଁଠାରେ DEL ର ମେମ୍ବର ମାନଙ୍କୁ ରଖ ଯାଉଛି l ଏହା ସହିତ ପାକିସ୍ତାନ ,ବଙ୍ଗଳାଦେଶ ସହିତ ଅନ୍ୟ ମୁସ୍ଲିମ ରାଷ୍ଟ୍ର ମାନଙ୍କର ବ୍ୟକ୍ତି ମାନଙ୍କୁ ରଖା ଯାଉଛି l ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ DEL ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟରେ ପାଖାପାଖି ୧.୨୫ କୋଟି ଟଙ୍କା ବ୍ୟୟ ହୋଇଛି l ଏହାକୁ ପାକିସ୍ତାନ ,ଭାରତ ଓ ନେପାଳ ପକ୍ଷରୁ DEL ସଖା ଗୁଡି଼କରି ଦିଆଯାଇଛି l ଜିହାଦି ଗ୍ରୁପର ଅଧିକାରୀ ମାନେ ପାକିସ୍ତାନ ସ୍ଥିତ ଗ୍ରୁପରେ ଫଣ୍ଡ ଜମା କରୁଛନ୍ତି l ରିପୋର୍ଟରେ କୁହାଯାଇଛି ଯେ ନେପାଳର ସୀମାବର୍ତୀ ଜିଲ୍ଲା ପରସା ,କପିଳ ବସ୍ତୁ ,ଶୂନ ସାରି ଓ ବାରାରେ ବିଦେଶରୁ ଫଣ୍ଡିଙ୍ଗ ହାସଲ କରାଯାଇ ମସଜିଦ ଓ ମଦ୍ରାସା ଭାରତ ବିରୋଧୀ ଗତିବିଧିକୁ ପ୍ରୋତ୍ସାହନ ଦିଆଯାଉଛି l
ଆତଙ୍କବାଦୀ ସଂଗଠନ ଲସ୍କର-ଏ ତୋୟୋବା ଉତ୍ତରପ୍ରଦେଶର ଗୋରଖପୁର ଫୈଜାବାଦରେ ମତ୍ସଜିତ ତିଆରି କରିବା ପାଇଁ ଚେଷ୍ଟା ଚଳାଇଛି l ଯାହା ନେପାଳ ଓ ଭାରତ ସୀମାକୁ ଲାଗି ରହିଛି l ଏହି ଅଧିକାରୀ କହିଛନ୍ତି ଯେ ଏହି ସୀମାବର୍ତୀ ଜିଲ୍ଲା ଗୁଡିକରେ ରହୁଥିବା ନେପାଳ ସ୍ଥିତ ପାକିସ୍ତାନ ସମର୍ଥିତ ଭାରତ ବିରୋଧୀ ଗତିବିଧିରେ ଲିପ୍ତ ରହୁଥିବା ଆତଙ୍କବାଦୀ ମାନଙ୍କୁ ଶରଣ ଦେଉଛନ୍ତି l ଭାରତ ନେପାଳ ସୀମାରେ ଆତଙ୍କବାଦୀଙ୍କ ଗତିବିଧିକୁ ସୁରକ୍ଷା ଦିଆ ଯାଉଥିବାରୁ ଏହା ଭାରତୀୟ ସୁରକ୍ଷା କର୍ମୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି l