Odisha news

ବିଦୁର ନୀତି : ଏହି ୫ ପ୍ରକାର ବ୍ୟକ୍ତିଙ୍କୁ ପୂଜା କରିବା ଦ୍ୱାରା ଉନ୍ନତିର ରାସ୍ତା ଖୋଲିଯାଏ

ମହାତ୍ମା ବିଦୁରଙ୍କୁ ମହା ଭାରତର ଗୋଟିଏ ମୁଖ୍ୟ ପାତ୍ର ଭାବରେ ଗ୍ରହଣ କରାଯାଇଛି l ବିଦୁର ମଣିଷ ସମାଜକୁ ସମ୍ମାନର ସହିତ ବଞ୍ଚିବାର କଳା ଓ ସଫଳତା ପ୍ରାପ୍ତ କରିବାର ଉପାୟ କହିଛନ୍ତି l ବିଦୁର କହିଛନ୍ତି ଯେ ଯଦି ମନୁଷ୍ୟ ଜୀବନରେ ସଫଳତା ହାସଲ କରିବାକୁ ଚାହୁଁଛି ତେବେ ପାଞ୍ଚଟି ଉପାୟ ଅବଲମ୍ବନ କରିବା ଦରକାର l ଆସନ୍ତୁ ଜାଣିବା ବିଦୁରଙ୍କ ନୀତି ଅନୁସାରେ କେଉଁ ପାଞ୍ଚଜଣଙ୍କୁ ଉନ୍ନତି ପାଇଁ ପୂଜା କରିବା ଉଚିତ l

* ଦେବଦେବୀ -ବିଦୁରଙ୍କ ନୀତି ଅନୁସାରେ ବ୍ୟକ୍ତିକୁ ପ୍ରତେକ ମୁହୁର୍ତରେ ନିଜର ଇଷ୍ଟ ଦେବତାଙ୍କର ଭକ୍ତିପୂର୍ଣ୍ଣ ଭାବରେ ଆରାଧନା କରିବା ଉଚିତ l ପ୍ରତେକ ଧର୍ମର ଲୋକ କୌଣସୀନା କୌଣସି ଶକ୍ତିକୁ ପୂଜା କରିଥାନ୍ତି ,ସେହି ଶକ୍ତି ଆମ ମାନଙ୍କର ରକ୍ଷା କରିଥାଏ l ବିଦୁର କହିଛନ୍ତି ଯେ ଏହା ଦ୍ୱାରା ମନୁଷ୍ୟର ଉନ୍ନତିର ରାସ୍ତା ସହଜ ହୋଇଯାଏ l

* ପିତୃ ପୁରୁଷ -ମହାତ୍ମା ବିଦୁରଙ୍କ ମତ ଅନୁସାରେ ବେଳେବେଳେ ଆମକୁ ନିଜର ପିତୃ ପୁରୁଷଙ୍କୁ ସ୍ମରଣ କରିବା ଆବଶ୍ୟକ l ତାହା କେବଳ ଆମେ ସେମାନଙ୍କର ଶ୍ରାଦ୍ଧ କିମ୍ବା ପିଣ୍ଡଦାନ ସମୟରେ କରିବା ଉଚିତ ନୁହେଁ ,ଅଲଗା ସମୟରେ ମଧ୍ୟ ଆମେ ସେମାନଙ୍କୁ ସ୍ମରଣ କରି ପାରିବା ଓ ନିଜର ଉନ୍ନତି ପାଇଁ ପ୍ରାଥନା କରି ପାରିବ l

* ମନବତା -ବିଦୁରଙ୍କ ନୀତି ଅନୁସାରେ ମାନବତାର ଧର୍ମ ପୁରା କରୁଥିବା ବ୍ୟକ୍ତିକୁ ସବୁବେଳେ ସମ୍ମାନ ଦେବା ବଶ୍ୟକ l ସେମାନଙ୍କ ପାଖରୁ ଜାଣିବା ଦରକାର ଯେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ଉଚିତ l ବିଦୁର କହିଛନ୍ତି ଯେ ଯେଉଁ ବ୍ୟକ୍ତି ମନବତା କୁ ପୂଜା କରେ ସେହି ବ୍ୟକ୍ତିକୁ ଭଗବାନଙ୍କ ଆଶୀର୍ବାଦ ମିଳିଥାଏ l

* ସନ୍ୟାସୀ ଓ ଭିକାରି -ବିଦୁରଙ୍କ ନୀତି ଅନୁସାରେ କୌଣସି ସନ୍ୟାସୀ କିମ୍ବା ଭିକ୍ଷୁକ କୁ ଖାଲି ହାତରେ ଘର ପାଖରୁ ଫେରାଇବା ଉଚିତ ନୁହେଁ l ନିଜର ସାମର୍ଥ୍ୟ ଅନୁସାରେ କିଛିନା କିଛି ଦେବା ଆବଶ୍ୟକ l

* ଅତିଥି -ବିଦୁରଙ୍କ ନୀତି ଅନୁସାରେ ଘରକୁ ଆସିଥିବା ଅଥିତିଙ୍କର ସମ୍ମାନ କରୁଥିବା ବ୍ୟକ୍ତି ସମାଜରେ ଅନେକ ମାନସମ୍ମାନ ଲାଭ କରିଥାଏ l ଶାସ୍ତ୍ର ଅନୁସାରେ ଅତିଥି ମାନଙ୍କର ପୂଜା କରାଯାଏ ସେହି ବ୍ୟକ୍ତି ମାନଙ୍କୁ ସମାଜରେ ଖୁବ ମାନସମ୍ମାନ ମିଳେ l

Comments are closed.