ବିଦୁର ଙ୍କ ନୀତିଶାସ୍ତ୍ର ମଣିଷ ଜୀବନ କୁ ନୂତନ ଦିଗଦର୍ଶନ କରିଥାଏ l ମହାଭାରତ ଯୁଗରୁ ବିଦୁର ଙ୍କ ନୀତି ଶାସ୍ତ୍ର ବିଶେଷ ମହତ୍ୱ ରହି ଆସୁଛି l ଆଜିର ବିଦୁର ନୀତି ରେ କୁହାଯାଇଛି ଯେ ବିଶେଷ ଭାବରେ ମଣିଷ ର ୫ଟି ଅଭ୍ୟାସ ତାର ଜୀବନ କୁ ଅନ୍ଧକାର ମଧ୍ୟକୁ ନେଇ ଯାଇଥାଏ l
* କ୍ରୋଧ – ମହାତ୍ମା ବିଦୁର ଙ୍କ ନୀତି ଅନୁସାରେ କ୍ରୋଧ ମଣିଷ ର ଚିର ଶତ୍ରୁ , କାମ, କ୍ରୋଧ, ଲୋଭ ଓ ମୋହ ଏହି ୪ଟି ଗୁଣ ତାକୁ ନର୍କ ଗାମୀ କରାଇଥାଏ ଓ ଦୁଃଖ ଆଡକୁ ଟାଣି ନେଇଥାଏ l ଏହି ୪ଟି ଗୁଣ ଆତ୍ମା ର ନାଶ କରିଥାଏ l ତେଣୁ ଏହି ସବୁ ଗୁଣ ଠାରୁ ଦୂରେଇ ରହିବ ଜରୁରୀ l
* ଇର୍ଷା – ଇର୍ଷା, ଅନ୍ୟକୁ ଘୃଣା କରିବା, ସବୁବେଳେ ଅସନ୍ତୁଷ୍ଟ ରହିବା, ଶଙ୍କା ମଧ୍ୟରେ ରହୁଥିବା ବ୍ୟକ୍ତି ସର୍ଵଦା ଦୁଖୀ ରହିଥାଏ l ତାର ଜୀବନ ଅନ୍ଧକାର ମଧ୍ୟକୁ ଚାଲି ଯାଇଥାଏ l ତେଣୁ ଇର୍ଷା କରିବା ପରିବର୍ତେ ଶାନ୍ତି ରେ ରୁହନ୍ତୁ l
* ବିଶ୍ୱାସ – ଯିଏ ବିଶ୍ୱାସର ପାତ୍ର ନୁହେଁ, ତାକୁ କଦାପି ବିଶ୍ୱାସ କରିବା ଉଚିତ ନୁହେଁ l କିନ୍ତୁ ଯିଏ ବିଶ୍ୱାସ ର ଯୋଗ୍ୟ ତାକୁ ହିଁ ଅନେକ ସମୟ ରେ ମଣିଷ ବିଶ୍ୱାସ କରିବାକୁ ପଛାଇ ଯାଇଥାଏ l କିନ୍ତୁ କିଛିଟା ଲୋକ ଥାଆନ୍ତି ଯିଏକି ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ବିଶ୍ୱାସ କରନ୍ତି ନାହିଁ l ଏଭଳି ଲୋକ ଅଦରମି ଅଟନ୍ତି l
* ନିଜର ପ୍ରଶଂସା କରିବା – ଏହା ସତ୍ୟ ଯେ ପ୍ରତ୍ୟେକ ବ୍ୟକ୍ତି ନିଜର ପ୍ରଶଂସା କରିବାକୁ ଭଲ ପାଆନ୍ତି l କିନ୍ତୁ ନିଜର ପ୍ରଶଂସା କରି ଅନ୍ୟର ଦୁର୍ଗୁଣ ଗାଉଥିବା ବ୍ୟକ୍ତି ନିଜର ଜୀବନ କୁ ଅନ୍ଧକାର ଆଡକୁ ନେଇଯାଇ ଥାଏ l
* ମୁର୍ଖତା – ମୂଢ଼ ବା ମୂର୍ଖ ବ୍ୟକ୍ତି କଦାପି ବିଶ୍ୱାସ ଯୋଗ୍ୟ ନୁହେଁ, ସେ ନିଜର ସ୍ୱାର୍ଥ ପାଇଁ ନିଜ ସନ୍ତାନ ର ଜୀବନ କୁ ମଧ୍ୟ ନର୍କ ରେ ପକାଇ ଦେଇଥାଏ l ଏଭଳି ବ୍ୟକ୍ତି ନିକଟରେ ଜ୍ଞାନ ର କୌଣସି ମହତ୍ୱ ରହି ନଥାଏ l