ଭୋଗରାଇ : ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସମଗ୍ର ବିଶ୍ୱବାସୀ ଆତଙ୍କିତ ହୋଇପଡ଼ିଥିବା ବେଳେ ଏହି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଅଦ୍ୟାବଧି କୌଣସି େଔଷଧ ବାହାରି ନାହିଁ । ଏପରିସ୍ଥିତିରେ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଆଦି ଉପରେ ଗୁରୁତ୍ୱ ଦିଆଯାଉଛି । ଅନ୍ୟପକ୍ଷରେ କୋଭିଡ଼୍- ୧୯ କଟକଣା ଅନୁଯାୟୀ ସଭାସମିତି, ମେଳାମହୋତ୍ସବ, ଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ ବାରଣ କରାଯାଇଛି ।
ଏହା ସତ୍ତ୍ୱେ ମଧ୍ୟ ଭୋଗରାଇ ଥାନା ନିମାତପୁର ଗ୍ରାମରେ ହୋଇଥିବା ବିଶ୍ୱକର୍ମା ପୂଜା ସମୟରେ କୋଭିଡ଼୍ ନିୟମକୁ ଉଲଙ୍ଘନ କରି ଜଣେ ଅର୍କେଷ୍ଟ୍ରା ମାଲିକ ସୁଦାମ କୁମାର ଦାସ ଅର୍କେଷ୍ଟ୍ରା ପରିବେଷଣ କରିଥିଲେ । ଘଟଣାସ୍ଥଳରେ ହଜାରେରୁ ଉଦ୍ଧ୍ୱର୍ ଲୋକଙ୍କ ସମାଗମ ହୋଇଥିଲା । ଖବରପାଇ ଭୋଗରାଇ ଥାନା ପୁଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଁଞ୍ଚô ଅର୍କେଷ୍ଟ୍ରା ପାର୍ଟିର ମାଲିକଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା କରିଥିବା ଜଣାପଡ଼ିଛି । ଏହି ଘଟଣା ଭୋଗରାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।