Odisha news

ଅଚିହ୍ନା ଲୋକଙ୍କ କ୍ଷତାକ୍ତ ମୃତଦେହ ଜବତ

0

ଭଞ୍ଜନଗର ଥାନା ଅଧିନ ଫୁଲବାଣୀ ରାସ୍ତା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟ ଜାତୀୟ ରାଜପଥ କଡରୁ ବୁଧବାର ଜଣେ ଅଚିହ୍ନା ଲୋକଙ୍କ କ୍ଷତାକ୍ତ ମୃତଦେହକୁ ପୁଲିସ ଜବତ କରିଛି। ମୃତକଙ୍କ ପରିଚୟ ମିଳିନାହିଁ। ମୃତ ଶରୀର ର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ କିମ୍ବା କୌଣସି ଅଜଣା ଜନ୍ତୁର ଆକ୍ରମଣ ରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଗତ ତିନି ବର୍ଷ ହେବ ଉକ୍ତ ଇଲାକାରେ ଜଣେ ଅଣ ଓଡ଼ିଆ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ବଲୁଥିଲେ।ରାସ୍ତା କଡରୁ ବିଭିନ୍ନ ଅଦରକାରୀ ସାମଗ୍ରୀ ସଂଗ୍ରହ କରି ନିକଟରେ ରହୁଥିଲେ।ତେବେ ଉକ୍ତ ମୃତଦେହ ଟି ସେହି ଲୋକଙ୍କର ନାଁ ଆଉ କାହାର ଜଣାପଡିନାହିଁ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା କଥା କହିଛନ୍ତି ଭଞ୍ଜନଗର ଥାନାଧିକାରୀ କୁମର ମୁଦୁଲି ।
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର

IEC 2 years
Leave A Reply