Odisha news

ଚନ୍ଦନକାଠ ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ କଲା ବନବିଭାଗ

0
ଭଞ୍ଜନଗର—ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳ ଅଧିନ କାଳିଆମ୍ବା ସେକସନରେ ଥିବା କଣ୍ଟେଇପଲ୍ଲୀ ଜଙ୍ଗଲ ନିକଟ ଥିବା କଣ୍ଟେଇପଲ୍ଲୀ ଗ୍ରାମର ଭଜ ମଲ୍ଲିକଙ୍କ ଜମିରେ ଥିବା ମୂଲ୍ୟବାନ ଚନ୍ଦନ କାଠକୁ କାଳିଆଗୁଡା ଗ୍ରାମର ରାମଚନ୍ଦ୍ର ସେଠୀ କାଟି ନେଉଥିବା ସମୟରେ କଣ୍ଟେଇପଲ୍ଲୀ ବନସୁରକ୍ଷା ସଭ୍ୟମାନେ ଚନ୍ଦନକାଠସହ ରାମଚନ୍ଦ୍ରକୁ ଧରି ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇଙ୍କୁ ଖବର ଦେବା ପରେ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ନେତୃତରେ କାଳିଆମ୍ବା ବନପାଳ ଶରତ ମହାନ୍ତିଙ୍କ ସହଯୋଗରେ ଘଟଣାସ୍ଥଳରେ ପହଞ୍ଜି ବନସୁରକ୍ଷା ସଭ୍ୟମାନେ ଚନ୍ଦନକାଠଚୋର ରାମଚନ୍ଦ୍ର ସହ ଚନ୍ଦନକାଠକୁ ହସ୍ତାନ୍ତର  କରିବା ପରେ କେନ୍ଦ୍ରିୟ ବନାଞ୍ଚଳ କାର୍ଯ୍ୟଳୟକୁ ଅଣାଯାଇ ଅଧିକ ତଦନ୍ତକରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ କୁମର ବେହେରା ସୁଚନା ଦେଇଛନ୍ତି ।ଖବର ନେବାରେ ରାମଚନ୍ଦ୍ର ବହୁ ଦିନ ହେଲା ଭକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚନ୍ଦନ ଗଛକୁ କାଟି ସେହି କାଠକୁ ବିଭିନ୍ନ ସ୍ଥାନକୁ ଚାଲାଣ କରୁ ବନସୁରକ୍ଷା ସଭ୍ୟମାନଙ୍କ ନଜରକୁ ଆସିଥିବା ବେଳେ ଗୁରୁବାର ରାତ୍ରରେ ରାମଚନ୍ଦ୍ର ଚନ୍ଦନ ଗଛ କାଟି ନେଉଥିବା ବନସୁରକ୍ଷା ସଭ୍ୟମାନଙ୍କ ନିକଟକୁ ଖବର ଯିବା ପରେ ବନସୁରକ୍ଷା ସଭ୍ୟମାନେ ଏକତ୍ରିତ ହେଇ ଏକ ନିଛାଟିଆ ସ୍ଥାନରେ ଜଗିରହିଥିଲେ । ରାମଚନ୍ଦ୍ର ଚନ୍ଦନକାଠ ଧରି ଯାଉଥିବା ବେଳେ ଉକ୍ତ ସଭ୍ୟମାନେ ଚଢାଉ କରିଥିଲେ । ରାମଚନ୍ଦ୍ର ଚୋରି କରି ନେଉଥିବା ଚନ୍ଦନକାଠର ଓଜନ ୨୫ କିଲେ ୨୦୦ଗ୍ରାମ ତଥା ୨ ଖଣ୍ଡ କାଠ ବୋଲି କେନ୍ଦ୍ରିୟ ବନାଞ୍ଚଳ କୁମର ବେହେରା କହିଛନ୍ତି ।ଏହି ଘଟଣାକୁ ନେଇ କେନ୍ଦ୍ରିୟ ବନାଞ୍ଚଳ କାର୍ଯ୍ୟଳୟ କେସନଂ ୪୬୧/୨୨ରେ ମାମଲା ରୁଜୁ ହେଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା କହିଛନ୍ତି ।ଚଢାଉରେ ବନରକ୍ଷୀ ରଶ୍ମିତା ସେଠୀ,ସୁଧାଂଶୁ ମଳିକ ସମେତ ସ୍ମାର୍ଡ କର୍ମଚାରୀ ଭାଗ ନେଇଥିଲେ ।
Leave A Reply