ଭଞ୍ଜନଗର — ସ୍ଥାନୀୟ ନାୟକ ଭବନଠାରେ ଭଞ୍ଜ ଗବେଷକ ବାଗ୍ମୀ ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ପ୍ରଚାରକ ଓଡିଆ ସାହିତ୍ୟର ଅନ୍ୟତମ ମୂର୍ଦ୍ଧନ୍ୟ ଉଚ୍ଚକୋଟୀର ପ୍ରଶାସକଙ୍କ ଆକସ୍ମିକ ବିୟୋଗରେ ଏକ ଶୋକସଭା ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଶୋକସଭାରେ ଉପଦେଷ୍ଟା ଡକ୍ଟର କମ୍ବୁପାଣି ସାମନ୍ତ ମୁଖ୍ୟ ଅତିଥି, ଦିଲ୍ଲୀ ବିଶ୍ବବିଦ୍ୟାଳୟ ପ୍ରାକ୍ତନ ପ୍ରଫେସର ପୃଥ୍ବୀରାଜ ପ୍ରତାପ ସିଂ ମୁଖ୍ୟବକ୍ତା ଓ ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ।
ଅନ୍ୟମାନଙ୍କ ଭିତରେ ଉପ-ସଭାପତି ବାଳକୃଷ୍ଣ ବେହେରା, ସମ୍ପାଦକ ରବୀନ୍ଦ୍ର ଆଚାର୍ଯ୍ୟ, କାର୍ଯ୍ୟକାରୀ ସଦସ୍ୟ ଲଡୁକିଶୋର ପ୍ରଧାନ, ନୀଳମଣି ବେହେରା, ହରିକୃଷ୍ଣ ସାହୁ, ଜଗଦୀଶ ପାଣିଗ୍ରାହୀ ଓ ଜଗନ୍ନାଥ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସାଙ୍ଗକୁ ନିଜ ନିଜ ବକ୍ତବ୍ୟରେ ସ୍ଵର୍ଗତ ରଜତକୁମାରଙ୍କ ଯଶୋଗାନ କରିଥିଲେ । ତାଙ୍କର ସ୍ଥାନ ଅପୂରଣୀୟ ବୋଲି ମତ ପ୍ରକାଶ ପାଇଥିଲା । ମୁଖ୍ୟଅତିଥି ଶ୍ରୀଯୁକ୍ତ ସାମନ୍ତ ତାଙ୍କ ରଚିତ ଭଞ୍ଜ ସୂକ୍ତ ଉପରେ ସ୍ବର୍ଗତ କରଙ୍କ ଅଭିମତ ଯାହା ଗତ ୨୪.୦୪.୨୦୨୨ ତାରିଖରେ ଭିଡିଓ ରେକର୍ଡିଙ୍ଗ ହୋଇଛି ତାହା ପରିବେଷଣ କରି ସ୍ଵର୍ଗତ କରଙ୍କ ଶେଷ କଣ୍ଠସ୍ଵର ଧ୍ଵନିକୁ ପ୍ରତିଧ୍ଵନିତ କରିଥିଲେ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ବାର୍ତ୍ତା ଦେବା ପାଇଁ ଠିକ ହେଲା l ଶେଷରେ ସମ୍ପାଦକ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।